ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କମିସନ ଦେଇଥିବା ଦୁଇ ଦୁଇଟି ଫାଇଲ ଚୋରି ହେବା ଘଟଣାକୁ ନେଇ ନୟାଗଡ ବିଧାୟକ ଅରୁଣ ସାହୁଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କମିସନ ଦେଇଥିବା ଦୁଇ ଦୁଇଟି ଫାଇଲ ଚୋରି ହେବା ଘଟଣାକୁ ନେଇ ଆଜି ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ନୟାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷିତ ରହି ପାରୁ ନାହାନ୍ତି। ସିଏ କଣ ଫାଇଲକୁ ସୁରକ୍ଷା ଦେବେ। ଚୋର କହୁଛି ଚୋର ପଳେଇଲା, ବାଡ଼ ଯଦି ଫସଲ ଖାଇବ କହିବ କାହାକୁ ତେଣୁ  ଏହା ଦୀପତଳ ଅନ୍ଧାର ଭଳି କଥା। ଏ ସବୁ ହାସ୍ୟସ୍ପଦ କଥା, ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର। କାରଣ ଫାଇଲ ସତରେ ହଜିଛି ନାଁ ଫାଇଲକୁ ଜାଣିକି ହଜେଇ ଦିଆଯାଇଛି? ଯଦି ଲୋକସେବା ଭବନରେ ଫାଇଲ ଚୋରି ହେଉଛି ତେବେ ଓଡିଶା କେତେ ସୁରକ୍ଷିତ। ଏତେ ସାରା ସିସିଟିଭି ଥାଇ ମଧ୍ୟ ଫାଇଲ ଚୋରି ହେଉଛି ମାନେ ଜାଣି ଶୁଣି କରାଯାଇଛି! ଏଥିପାଇଁ ରାଜ୍ୟ ସରକାରଙ୍କୁ ଆମର ଚେତାବନୀ ଆପଣ କହିଛନ୍ତି ଫାଇଲ ହଜିବା ଘଟଣା ସତ୍ୟ ଏବଂ ଏହି ଘଟଣାରେ ଯିଏ ସମ୍ପୂକ୍ତ ଥିବ ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଯଦି କାର୍ଯ୍ୟାନୁଷ୍ଠାନ ନ ନେବେ ତେବେ ବିରୋଧି ଦଳ ହିସାବରେ ଚେତାବନୀ ଦେଉଛୁ ଖୁବଶୀଘ୍ର ଆନ୍ଦୋଳନ ହେବା ସହିତ ଓଡିଶାର ଜନ ସାଧାରଣ ଏହାର ଉଚିତ ଜବାବ ଦେବେ।

Related posts