ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ୨ ଦିନ ବ୍ୟାପି ଅନୁଷ୍ଠିତ ନୟାଗଡ଼ ସାହିତ୍ୟ ମହାକୁମ୍ଭ ଆଜି ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଅତିଥିଭାବେ ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ଗାଳ୍ପିକ ସୁରେଶ ଛୋଟରାୟ, କଥାକାର ତପନ ମହାପାତ୍ର, ଯୁବ କଥାକାର/ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା, ହାଡ଼ିବନ୍ଧୁ ମହାକୁଢ଼, ଡ.ଅଶୁତୋଷ ମିଶ୍ର, ଅଧ୍ୟାପକ ରବି ଶତପଥୀ, ଅଶୋକ ମଲ୍ଲ, ଗୋଦାବରିଶ ମିଶ୍ର, ପ୍ରଭାତ ମିଶ୍ର ପ୍ରମୁଖ ଯୋଗଦାନ କରି ଗଳ୍ପ ଓ କବିତା କାହିଁକି ଓ କିପରି ଲେଖା ଯାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟଙ୍ଗ ଦରବାର କାର୍ଯକ୍ରମରେ ଅତିଥିଭାବେ ବ୍ୟଙ୍ଗକାର ଶ୍ରୀଯୁକ୍ତ ସତ୍ୟାନାଶ, ବ୍ରଜ ସୁବୁଦ୍ଧି, ରବିନ୍ଦ୍ର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।…
Read MoreCategory: ଗଣିଆ ବ୍ଲକ
ଆଦଭିକ ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସଦର ମିଶନ ଶକ୍ତି ଭବନଠାରେ ଜିଲ୍ଲା ସ୍ତରୀୟ ଆଦଭିକ ଜୀବନ ଶୈଳୀ ଶିକ୍ଷା ଓ ଆଫ୍ରିକା ଆପର ବ୍ୟବହାର ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। Unicef ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିବିରରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଉର୍ମିଲା ପରିଡା ସଭାପତିତ୍ଵ କରିଥିଲେ। ଏହି ଶିବିରରେ actionaid ଜିଲ୍ଲା ସଂଯୋଜିକା ଇପ୍ସିତା ଅଗ୍ରୱାଲ ଆଦଭିକ କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ତାଲିମ ଶିବିରରେ Unicefର ସୁନନ୍ଦା କାନୁନଗୋ ଏବଂ ଅମିୟବାଳା ପଟ୍ଟନାୟକ କାର୍ଯ୍ୟକ୍ରମର କିଶୋରୀ କ୍ୟାଲେଣ୍ଡର ସମସ୍ତ ବିଷୟବସ୍ତୁ ଉପରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ କ୍ଷେତ୍ର ପରିଦର୍ଶିକାଙ୍କୁ ଜିଲ୍ଲା ସ୍ତରରେ ତାଲିମ ପ୍ରଦାନ କରିଥିଲେ ।…
Read Moreଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ ପକ୍ଷରୁ ଖଣ୍ଡପଡ଼ା ବିଧାୟକଙ୍କୁ ଦାବିପତ୍ର
ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଦା ଚ଼େଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (OSEFD) ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରେ ପ୍ରାୟ ୩୩ଟି ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଶିକ୍ଷା କୋର୍ସ ଡ଼ିପ୍ଲୋମା (ସ୍ବତନ୍ତ୍ର ଶିକ୍ଷା),ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)ଏମ୍.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) ଦୁଇ ବର୍ଷିଆ କୋର୍ସ କରି ପ୍ରତ୍ୟେକ ବର୍ଷ ପ୍ରାୟ ୧୮୦୦ରୁ ଉର୍ଦ୍ଧ୍ଵ ନୂଆଁ ଆଶାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ନ ପାଇ ବେକାର ହୋଇ ଘରେ ବସି ରହୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ରାୟ ଓ ଶିଶୁ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ଆଇନ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ରଖୁଛି ସଙ୍ଘ। ଏହି ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଶିକ୍ଷାରୁ ବଞ୍ଚିତ ନହେବା ସହ ଓଡ଼ିଶାରେ ଥିବା…
Read Moreରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷକମାନଙ୍କୁ ଉପେକ୍ଷା ପ୍ରତିବାଦରେ ଶୋଭାଯାତ୍ରା ଓ ପ୍ରତିବାଦ ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର କ୍ରମାଗତଭାବେ ପ୍ରାଥମିକ ଶିକ୍ଷକମାନଙ୍କୁ ଉପେକ୍ଷା କରିଚାଲିଛନ୍ତି । ଶିକ୍ଷକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି କିମ୍ବା ଅଧିକାର ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ମାଧ୍ୟମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରି ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରୁଥିବା ବେଳେ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ ସହିତ ନାନାଭାବେ ଅବହେଳା କରିଚାଲିଛନ୍ତି । ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା,ଛଅ ବର୍ଷ ଠିକା ନିଯୁକ୍ତି ସମୟକୁ ନିୟମିତ କରି ୬ଟି ଇନକ୍ରିମେଣ୍ଟ ଦେବା ,ନିୟମିତ ପଦୋନ୍ନତି ଏବଂ ପୁରୁଣା ପେନସନ ପ୍ରଚଳନ କରିବା ଆଦି ବିଭିନ୍ନ ଦାବି ନେଇ ଶିକ୍ଷକମାନେ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସରକାର ସେଥିପ୍ରତି ଭୃକ୍ଷେପ କରୁନାହାନ୍ତି । ନିକଟରେ ରାଜ୍ୟ…
Read Moreଅନନ୍ୟା ଫାଉଣ୍ଡେସନ ତରଫରୁ ନିରାଶ୍ରୟଙ୍କୁ ଶୀତ ବସ୍ତ୍ର ପ୍ରଦାନ କଲେ ସବ୍ୟସାଚୀ ଓ ଅର୍ଚ୍ଚିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସିନେ ତାରକା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନୟାଗଡ଼ରେ ପହଂଚିଥିଲେ। ଉଭୟ ପହଁଚିବା ପରେ ଅନନ୍ୟା ଫାଉଣ୍ଡେସନ ତରଫରୁ ସ୍ୱାଗତ କରାଯାଇଥିଲା। ପରେ ବସଷ୍ଟାଣ୍ଡ ଓ ସହରର ଖୋଲା ସ୍ଥାନରେ ଶୋଇଥିବା କିଛି ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସାମ୍ବାଦିକ ରଜତ ପଟ୍ଟନାୟକ ଉପସ୍ଥିତ ଥିଲେ। ପରେ ଅଭିନେତା ସବ୍ୟସାଚୀ ଅନନ୍ୟା ଫାଉଣ୍ଡେସନ ତରଫରୁ କରାଯାଉଥିବା କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରିଥିଲେ। ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ସବ୍ୟସାଚୀ ପରାମର୍ଶ ଦେଇଥିଲେ। ସବ୍ୟସାଚୀଙ୍କ ଏଭଳି ଗସ୍ତ ନେଇ ଅନୁଷ୍ଠାନର ସମସ୍ତ ସଦସ୍ୟ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଥାଉକି ଅନନ୍ୟା ଫାଉଣ୍ଡେସନ ତରଫରୁ ପଲିଥିନ ମୁକ୍ତ ନୟାଗଡ଼…
Read Moreନୟାଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ରବୀନ୍ଦ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧ୍ୟକ୍ଷଭାବେ ନିର୍ବାଚିତ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ ରବୀନ୍ଦ୍ରନାଥ ସାହୁ। ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପଦବୀ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ରବୀନ୍ଦ୍ର ନାଥ ସାହୁ ନାମାଙ୍କନ ଦାଖଲ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଉପସ୍ଥିତିରେ ସେ ଆଜି ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ପାଖରେ ଏକମାତ୍ର ବ୍ୟକ୍ତି ରବୀନ୍ଦ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟକେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଯାହା ଫଳରେ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି। ପରିଚାଳନା ପରିଷଦର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ସେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ଖଣ୍ଡପଡା ବିଧାୟକ ସୌମ୍ୟ…
Read Moreଓଡ଼ଗାଁରେ ହେବ ବିଶାଳ ଶିକ୍ଷକ ରାଲି
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆସନ୍ତା ୧୯ ତାରିଖ ଶନିବାର ଦିନ ଅପରାହ୍ନ ୧ଟା ସମୟରେ ଓଡ଼ଗାଁବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଘେରାଉ କରିବେ ନୂତନ ପେନସନଭୁକ୍ତ ଶହଶହ ପ୍ରାଥମିକ ଶିକ୍ଷକ।ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ରାଜ୍ୟବ୍ୟାପି ପ୍ରତ୍ୟେକ ବ୍ଲକ୍ ସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଗତ ୧୬ ତାରିଖରେ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖରେ ଓଡ଼ଗାଁ ବ୍ଲକ୍ ପାଇଁ ଆନ୍ଦୋଳନ ଡାକରା ଦିଆଯିବ ବୋଲି ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀ ଏବଂ ସମ୍ପାଦକ ସୁକାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।ସରକାରଙ୍କ ପ୍ରାଥମିକ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ସ୍ଥାନୀୟ ଇନଡୋର୍ ଷ୍ଟାଡିୟମଠାରେ ଏକ ସଭା ଆୟୋଜନ କରାଯିବା ପରେ ବିଶାଳ ଶୋଭାଯାତ୍ରାରେ ବାହାରି ଶିକ୍ଷକ ଶିକ୍ଷୟିତ୍ରୀମାନେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ତିନିଦଫା ସମ୍ବଳିତ ଦାବିପତ୍ର…
Read Moreଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ଭାରତ ବର୍ଷରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଥିବା ବେଳେ ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୟାଗଡ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରୁ ସାମ୍ବାଦିକମାନେ ଯୋଗଦେଇଥିଲେ । ଏ ଅବସରରେ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ସାମ୍ବାଦିକ ନିଶିକାନ୍ତ ରଥ, ରାମକୃଷ୍ଣ ରଥ, ଗୋକୁଳ ଷଡ଼ଙ୍ଗୀ, ହୁସେନ ଖାନ୍, ଆଲୋକ ସେନାପତି, ଜୟେନ୍ଦ୍ର ବେହେରା, ଶୁଭେନ୍ଦୁ କୁମାର ଦାସ ଓ ସାମ୍ବାଦିକ ନିରଞ୍ଜନ ଦାସଙ୍କ ସୂକନ୍ୟା ବିଷ୍ଣୁପ୍ରିୟା ଦାସ ପ୍ରମୁଖ ବକ୍ତବ୍ୟ ରଖିବା ସହ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଶେଷ ଭାବେ ସାମ୍ବାଦିକମାନଙ୍କ ସୁରକ୍ଷା…
Read Moreନୟାଗଡ଼ ଚାଇଲଡ ଲାଇନ ପକ୍ଷରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜ଼ିଲ୍ଲା ଚାଇଲଡ ଲାଇନ ପକ୍ଷରୁ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ବନ୍ଧୁତା ସପ୍ତାହରେ ଆଜି ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଅତରିକ୍ତ ଜ଼ିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ହାତରେ କୁନି କୁନି ଛୁଆମାନେ ଯତ୍ନ ଓ ସୁରକ୍ଷା ପାଇଁ ଏକ ଦୋସ୍ତି ବ୍ୟାଣ୍ଡ ପିନ୍ଧାଇଥିଲେ।ଚାଇଲଡ ଲାଇନ ସହ ଅଧିକ ସଂଖ୍ୟାରେ ଯୋଡି ହେଲେ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଚାଇଲଡ ଲାଇନକୁ ଆହୁରି ତଥ୍ୟ ମିଳିପାରିବ ଯାହା ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇପାରିବ। ଏହି କାର୍ଯ୍ୟକ୍ରମ ୨୦ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏହି ଅବସରରେ ଚାଇଲଡ ଲାଇନ କଉଁନସିଲର ଚନ୍ଦ୍ରଶେଖର ବେହେରା ଓ ଟିମ ମେମ୍ବର ସୁଜାତା ବେହେରା, ବିକ୍ରମ ପ୍ରଧାନ, ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Read Moreଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ କମିଟିର ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ କମିଟିର ବୈଠକ ଆର.ଏମ.ସି. ସଭାଗୃହରେ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ କ୍ରୟ କମିଟି ଅଧ୍ୟକ୍ଷ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ୨୦୨୧-୨୨ଖରିଫ୍ ଋତୁରେ ଧାନ କ୍ରୟର ସଂକ୍ଷିପ୍ତ ବିବରଣୀରେ କହିଥିଲେ ଯେ, ଗତ ବର୍ଷ ଏହି ଜିଲ୍ଲାରେ ୪୬,୦୬୨ ଚାଷୀ ଧାନ କ୍ରୟ ପାଇଁ ଜିଲ୍ଲାର ୧୫୩ଟି ପ୍ୟାକ୍ସରେ ସେମାନଙ୍କ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୧,୮୯୪ଚାଷୀଙ୍କ ଠାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ ପିଛା ଟ.୧୯୪୦) ଏବଂ ଟ.୧୯୬୦/- ଦରରେ ୧୪,୪୦,୨୨୨.୯୬ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଚଳିତ ଖରିଫ୍ ଋତୁ ୨୦୨୨-୨୩ରେ ସେହି ୧୫୩ ପ୍ୟାକ୍ସ ମାଧ୍ୟମରେ ୫୬୦୧୭ଚାଷୀ ପଞ୍ଜିକରଣ ବୈଧ ଥିବାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ…
Read More