ନୟାଗଡ଼,(ନୟାଗଡ଼ ଦର୍ପଣ): ସିନେ ତାରକା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନୟାଗଡ଼ରେ ପହଂଚିଥିଲେ। ଉଭୟ ପହଁଚିବା ପରେ ଅନନ୍ୟା ଫାଉଣ୍ଡେସନ ତରଫରୁ ସ୍ୱାଗତ କରାଯାଇଥିଲା। ପରେ ବସଷ୍ଟାଣ୍ଡ ଓ ସହରର ଖୋଲା ସ୍ଥାନରେ ଶୋଇଥିବା କିଛି ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସାମ୍ବାଦିକ ରଜତ ପଟ୍ଟନାୟକ ଉପସ୍ଥିତ ଥିଲେ। ପରେ ଅଭିନେତା ସବ୍ୟସାଚୀ ଅନନ୍ୟା ଫାଉଣ୍ଡେସନ ତରଫରୁ କରାଯାଉଥିବା କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରିଥିଲେ। ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ସବ୍ୟସାଚୀ ପରାମର୍ଶ ଦେଇଥିଲେ। ସବ୍ୟସାଚୀଙ୍କ ଏଭଳି ଗସ୍ତ ନେଇ ଅନୁଷ୍ଠାନର ସମସ୍ତ ସଦସ୍ୟ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଥାଉକି ଅନନ୍ୟା ଫାଉଣ୍ଡେସନ ତରଫରୁ ପଲିଥିନ ମୁକ୍ତ ନୟାଗଡ଼ ପାଇଁ ଯେଉଁ ପ୍ରୟାସ ଜାରି ରହିଛି ସେଥିପାଇଁ ସବ୍ୟସାଚୀ ନିଜର ଖୁସି ବ୍ୟକ୍ତ କରିଥିଲେ।
ଅନନ୍ୟା ଫାଉଣ୍ଡେସନ ତରଫରୁ ନିରାଶ୍ରୟଙ୍କୁ ଶୀତ ବସ୍ତ୍ର ପ୍ରଦାନ କଲେ ସବ୍ୟସାଚୀ ଓ ଅର୍ଚ୍ଚିତା
