ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଦିନକୁ ଦିନ ଶକ୍ତିଶାଳୀ ହେଉଛି । ଗତକାଲି ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମର ୩ ୱାର୍ଡ ସଭ୍ୟଙ୍କ ସହ ୧୫ ପରିବାର ବିଜେଡିରେ ସାମିଲ ହୋଇଥିଲେ । ଆଜି ଇଟାମାଟି ଗ୍ରାମ ପଞ୍ଚାୟତ ଇଟାମାଟି ଗ୍ରାମର ୧୪ ବିରୋଧୀ ପରିବାର ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିରୋଧୀ ଦଳର ଅନେକ ନେତା ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ଏଭଳି ଧାରା ଲାଗୁ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରାରେ ସାମିଲ ହୋଇ ବହୁ ବିରୋଧୀ ଦଳର ନେତା ବିଜେଡିରେ ସାମିଲ ହେବା ଦେଖାଯାଉଛି । ଆଜି…
Read MoreCategory: ନୟାଗଡ଼ ବ୍ଲକ
ରାଜ୍ୟସ୍ତରୀୟ ନାଟ୍ୟମେଳାର ୩ୟ ସଂଧ୍ୟା: ସଚ୍ଚୋଟ କଳାକାରର ଆତ୍ମଲିପି ‘ମଞ୍ଚମାୟା’ ରେ ବିଭୋର ଦର୍ଶକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବାସ୍ତବ ଦୁନିଆଁର ସମସ୍ୟା ସବୁବେଳ ମଞ୍ଚ ଦୁନିଆକୁ ଆଘାତ କରେ । ମାତ୍ର ମଞ୍ଚ ଦୁନିଆଁ କେବେ ମଧ୍ୟ ବାସ୍ତବ ଦୁନିଆଁକୁ ପ୍ରଭାବିତ କରେନା । ମଞ୍ଚମାୟାରେ କଳାକାରଟି କିପରି ଭୁଲିଯାଏ ନିଜ ସଂସାର କଥା,ନିଜ ଦାୟିତ୍ୱ କଥା । ଏହା କ’ଣ ତା’ର ଦାୟିତ୍ୱ ହୀନତା ନା ଭାବପ୍ରବଣତାର ଉତ୍କଟ ପ୍ରକାଶ? ଏପରି ଏକ ଭିନ୍ନ ସ୍ୱାଦର ନାଟକରେ ଜଣେ ସଚ୍ଚୋଟ କଳାକାରର ଆତ୍ମଲିପିକୁ ନିଖୁଣ ଭାବରେ ଅଭିନୟ ମାଧ୍ୟମରେ ପରିପ୍ରକାଶ କରାଯାଇଥିଲା । ନାଟକ ‘ମଞ୍ଚମାୟା’ରେ ଜଣେ କଳାକାରର ବାସ୍ତବ ଜୀବନ ଏବଂ ମଞ୍ଚ ଦୁନିଆଁ ମଧ୍ୟରେ ଏକ ତୁଳନାତ୍ମକ ପରିପ୍ରକାଶ କଳାକାର ମାନଙ୍କ ନିଖୁଣ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ଯାହାକି ଦର୍ଶକ ମାନଙ୍କୁ କିଛି ସମୟ ପାଇଁ ଭାବୁକ କରି ଦେଇଥିଲା । ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’…
Read Moreନୟାଗଡ଼ରେ “ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ” ଗଠନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ମୈତ୍ରୀ ସଂସଦ କାର୍ଯ୍ୟାଳୟ ଠାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡିଶାର ବରପୁତ୍ର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ନୟାଗଡ଼ ଜିଲ୍ଲାର ପ୍ରଥମ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ, ରାଜ୍ୟସଭା ସଦସ୍ୟ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଆବାହକ ପ୍ରସନ୍ନ କୁମାର ପଣ୍ଡା ବୈଠକର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ସର୍ବସମ୍ମତି ନିଷ୍ପତ୍ତିକ୍ରମେ “ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ” ଗଠନ କରାଗଲା ଏବଂ ପ୍ରସନ୍ନ କୁମାର ପଣ୍ଡା ସଭାପତି, ପ୍ରବୀର କୁମାର ପୃଷ୍ଟି ଉପସଭାପତି, ପ୍ରଦୀପ କୁମାର ସାହୁ ସଂପାଦକ, କାମାକ୍ଷା ପ୍ରସାଦ ଦାସ ଯୁଗ୍ମ ସଂପାଦକ, ଡ଼. ସୁକାନ୍ତି ମହାନ୍ତି କୋଷାଧ୍ୟକ୍ଷ, ପ୍ରଫୁଲ କୁମାର ନାୟକ ଏବଂ ଶ୍ରୀଧର ସାହୁଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ…
Read Moreମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା କୁସୁମୀ ବ୍ୟାରେଜ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦରବ୍ଲକ ବଡ଼ପଣ୍ଡୁସର ପଞ୍ଚାୟତ ସୁନାଲଟି ଠାରେ କୁସୁମୀ ଓ ଦୁଆଣ୍ଡ ନଦୀର ମିଳନ ସ୍ଥଳରେ ନିର୍ମାଣ କରାଯାଇଥିବା କୁସୁମୀ ବ୍ୟାରେଜ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଚାଷୀର ଆୟକୁବହୁଗୁଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ଵ ଦେଇ ଆସୁଥିବା ବେଳେଜଳସେଚନ ବ୍ୟବସ୍ଥା ଚାଷୀଙ୍କ ପାଇଁ ସବୁଠୁ ବଡ଼ ଗରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। କୁସୁମୀ ଜଳସେଚନ ପ୍ରକଳ୍ପ ପାଇଁ ୨୦୦୮ ମସିହାରୁ ପରିକଳ୍ପନା ହୋଇଥିବା ବେଳେ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ଏହାର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ,ଅନେକ ବାଧା ବିଘ୍ନ ମଧ୍ୟରେ ୨୦୧୯ ମସିହାରେ ଏହି ପ୍ରକଳ୍ପରକାର୍ଯ୍ୟାରମ୍ଭ ହୋଇଥିବା ବେଳେ ୬୭ କୋଟି ଟଙ୍କା ବ୍ୟୟରେ ବ୍ୟାରେଜ୍ ନିର୍ମାଣ କାମ ଶେଷ ହୋଇଛି ।ୟୁଜିପିଏଲ୍ ତଥା ଭୂତଳ ପାଇପ ଲାଇନ ବ୍ୟବସ୍ଥାରେ ଚାଷ ଜମିକୁ ଜଳସେଚନ ପାଇଁ…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ସମ୍ବଲପୁରୀ ନାଟକ ‘କେଡ଼ା’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଏକ ଭିନ୍ନ ସ୍ୱାଦର ସମ୍ବଲପୁରୀ ନାଟକ ‘କେଡ଼ା’ । ଶନିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଆଶିଷ କୁମାର ସୋନାର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟରଂଜନ ବେହେରା । ଶ୍ରୀ କଲ୍ଚରାଲ ଆସୋସିଏସନ୍, ସମ୍ବଲପୁର ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ । ଦୀନ…
Read Moreନୟାଗଡରେ କଂଗ୍ରେସର କାର୍ଯ୍ୟକର୍ତ୍ତା ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ପୂର୍ବରୁ ବୁଥ ସ୍ତରରୁ ସାଙ୍ଗଠନିକ ସମୀକ୍ଷା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକର୍ତା ସମ୍ମିଳନୀର ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା କଂଗ୍ରେସ ସହ ପ୍ରଭାରୀ ଶ୍ରୀ ସହାନୱାଜ ହୁସେନ ଚୌଧୁରୀ,ନୟାଗଡ ଡିସିସି ସଭାପତି ଆଇନଜୀବୀ ରଣଜିତ ଦାଶ, ଜିଲ୍ଲା ପ୍ରଭାରୀ ପିସିସି ଉପସଭାପତି ବିଭୁତି ଭୂଷଣ ମିଶ୍ର, ପ୍ରଗମାନ କାର୍ଯ୍ୟକର୍ତା ମଦାସର ଚୌଧୁରୀ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଚିବ ରାଜୀବ ପଟ୍ଟନାୟକ, ପୂର୍ବତନ ସାଂସଦ ନକୁଳ ନାୟକ, ବରିଷ୍ଠ ନେତା ହୁସେନ ଖାନ ପ୍ରମୁଖ ଆବାସିକ ଏହି ଦଳୀୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଏଆଇସିସି ସମ୍ପାଦକ ବ୍ଲକ କଂଗ୍ରେସ ସଭାପତି, ଟାଉନ ସଭାପତି, ମହିଳା ଯୁବ ଛାତ୍ର କଂଗ୍ରେସ ସଭାପତି ଏବଂ ଦଳର ଛାମୁଆ ସଂଗଠନ ମୁଖ୍ୟ ଏବଂ ଜିଲ୍ଲା ର ଚାରିଗୋଟି…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୪ ଉଦ୍ଘାଟିତ, ମଞ୍ଚସ୍ଥ ହେଲା ନାଟକ ‘ଅରୂପା ରୂପା’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଚତୁର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମାର୍ଚ୍ଚ୧ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଏବଂ ସମ୍ମାନିତ ଅତିଥିଭାବେ ନାଟ୍ୟକାର ଅରିନ୍ଦମ ମିଶ୍ର ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ନାଟ୍ୟାନୁଷ୍ଠାନ ନାଟ୍ୟଧାରା ପକ୍ଷରୁ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ଡ.ବିଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ସାତଦିନ ଧରି ହେବାକୁଥିବା ଏହି ନାଟ୍ୟମେଳାର ଉଦ୍ଘାଟନୀ ଦିବସରେ ନାଟ୍ୟଧାରା, ନୟାଗଡ଼ ପକ୍ଷରୁ ନାଟ୍ୟକାର ଅରିନ୍ଦମ ମିଶ୍ରଙ୍କ ରଚିତ ଏବଂ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶିତ…
Read Moreସାହିତ୍ୟ ଉତ୍ସବର ପ୍ରସ୍ତୁତି ବୈଠକ ଓ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କୁ ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ତିନି ତାରିଖ ନୟାଗଡ ବଲାଙ୍ଗୀ ପାର୍କ ପରିସରରେ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲ୍ଲା ଲେଖକ୍ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଭିଙ୍କ ସହଯୋଗ ରହିବ ବୋଲି ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହେଲା। ପରେ ପରେ ସ୍ଵନାମଧନ୍ୟ ଗଜଲ୍ ଗାୟକ ସ୍ବର୍ଗତ ପଙ୍କଜ ଉଦାସଙ୍କ ସୃଷ୍ଟି ଉପରେ ଆଲୋଚନା କରାଯାଇଥିଲା। କଣ୍ଠଶିଳ୍ପୀ ଡ. ଆଶୁତୋଷ ମିଶ୍ର ସ୍ବର୍ଗତ ପ୍ରତିଭାଙ୍କ କାଳଜୟୀ ଗଜଲ୍ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ଅବଦୁଲ୍ ଖାଲିକ୍ ଓ ଗୋପୀନାଥ ସେଠୀ ସ୍ବର୍ଗତ ପଙ୍କଜ ଉଦାସଙ୍କ ଗଜଲ୍ ଗାନ କରି ପରିବେଶକୁ ଗାମ୍ଭିର୍ଜମୟ କରିଥିଲେ। ସ୍ବର୍ଗତ ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲେଖା ଯାଇଥିବା…
Read Moreମାର୍ଚ୍ଚ ୧ରୁ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳା, ନାଟ୍ୟଗୁରୁ ଏବଂ ଚିତ୍ରାଳୟ ହେବେ ସମ୍ବର୍ଦ୍ଧିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା କାଲି ଅର୍ଥାତ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳାରେ ଦଶପଲ୍ଲା ଅଞ୍ଚଳର ବରିଷ୍ଠ ରାମଲୀଳା ନାଟ୍ୟଗୁରୁ ମଦନ ମୋହନ ସିଠ ଏବଂ ଇଟାମାଟି ମା’ ଚିତ୍ରାଳୟର ସତ୍ଵାଧିକାରୀ ପୀତବାସ ମାନସିଂହଙ୍କୁ ନାଟ୍ୟମେଳାର ଅନ୍ତିମ ଦିବସରେ ବିଶିଷ୍ଟ ଅପେରା ଗୁରୁ ଜନାର୍ଦ୍ଦନ ମିଶ୍ର ନାଟ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ନାଟ୍ୟଧାରା ପକ୍ଷରୁ ସୂଚନା ମିଳିଛି।ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧ ତାରିଖ ଉଦ୍ଘାଟନୀ ସନ୍ଧ୍ୟାରେ ‘ନାଟ୍ୟଧାରା’ ନୟାଗଡ଼ ପକ୍ଷରୁ ଅରିନ୍ଦମ ମିଶ୍ରଙ୍କ ରଚିତ ଏବଂ ଡ ବିଜୟ ଚୌଧୁରୀଙ୍କ…
Read Moreପ୍ରତ୍ୟାହୃତ ହେଲା ନୟାଗଡ଼ ସ୍ବୟଂସାଶିତ ମହାବିଦ୍ୟାଳୟର କର୍ମଚାରୀଙ୍କ ଆନ୍ଦୋଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂସାଶିତ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ୬୪ଜଣ କର୍ମଚାରୀ ଗତ ୨୨ତାରିଖରୁ ବିଭିନ୍ନ ଦାବି ନେଇ ଶାନ୍ତିପୁର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲେ । ଆଜି ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ନୟାଗଡ଼ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ କର୍ମଚାରୀମାନେସେମାନଙ୍କର ଦାବି ସହିତ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛନ୍ତି।ଏନେଇ ଆଜି ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ କୁମାର ନାୟକଙ୍କ କାର୍ଯ୍ୟାଳୟରେ ପରିଚାଳନା କମିଟି ସଭ୍ୟମାନଙ୍କ ଦ୍ବାରା ଏକ ଆପୋଷ ଆଲୋଚନା ବୈଠକ ଅନୁଷ୍ଠିତ କରାଯାଇଥିଲା। ଗତ ୨୦୨୩ ମସିହା ଜୁଲାଇ ମାସରୁ ସେମାନଙ୍କର ବର୍ଦ୍ଧିତ ଦରମା ଲାଗୁ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଏଥିସହିତ ବାର୍ଷିକ ସାମୂହିକ ବେତନ ଲାଗୁ କରାଯିବ ବୋଲି ସୁଚନା ମିଳିଛି । ୮ଦିନ ଧରି ବସିଥିବା ଆନ୍ଦୋଳନର ସମସ୍ତ ଦରମା…
Read More