ଏସଏଚଜି ମହିଳାଙ୍କ ଋଣ ଛାଡ଼ କଂଗ୍ରେସ ଗ୍ୟାରେଣ୍ଟିକୁ ବିଭିନ୍ନ ମହିଳା ଗୋଷ୍ଠୀର ସମର୍ଥନ

ନୟାଗଡ଼, (ନୟାଗଡ଼ ଦର୍ପଣ): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରୂଣ ସମ୍ପୂର୍ଣ୍ଣ ଛାଡ଼। ରାଜ୍ୟର ପ୍ରତ୍ୟେକ ଘର ମୁଖ୍ୟ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ଆର୍ଥିକ ପ୍ରୋତ୍ସାହନ, ମହିଳାଙ୍କୁ ୨୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ୫୦୦ ଟଙ୍କାରେ ମାସକୁ ଗୋଟିଏ ଗ୍ୟାସ ସିଲିଣ୍ଡର ଯୋଗାଣ, କୃଷି ଋଣ ଛାଡ, ବେକାରୀ ଭତ୍ତା ୩୦୦୦ ଟଙ୍କା ପ୍ରଦାନ ପାଇଁ କଂଗ୍ରେସ ଗ୍ୟାରେଣ୍ଟି କୁ ସ୍ୱାଗତ କରି ନୟାଗଡ ବ୍ଲକ ବିଭିନ୍ନ ଏସଏଚଜି ଗୋଷ୍ଠୀ ମହିଳା ଏବଂ ଗ୍ରୀନକାର୍ଡ ସଂଘ କାର୍ଯ୍ୟକର୍ତା ମାନେ ଆଜି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କୁ ସାକ୍ଷାତ କରି କଂଗ୍ରେସ ଦଳକୁ ସମର୍ଥନ କରିବା ସହ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି। ସମ୍ପ୍ରତ୍ତି ରାଜ୍ୟରେ ସରକାରୀ ଦଳ ବିଜେଡି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ଗୁପ୍ତ ବୁଝାମଣା ପାଇଁ ରାଜ୍ୟରେ ମହିଳା ଙ୍କ ଉପରେ ଅତ୍ୟାଚାର ବଢିଛି ଏବଂ ମହିଳା ଆଉ ସୁରକ୍ଷିତ ନାହାଁନ୍ତି। ମହିଳାଙ୍କୁ ମିଶନ ଶକ୍ତି ନାଁରେ ଋଣ ଭାରରେ ବୁଡାଇ ଦିଆଯାଇଛି l ତେଣୁ ଏସଏଚଜି ମହିଳାଙ୍କୁ ଋଣ ଛାଡ଼ ପାଇଁ କଂଗ୍ରେସ ଦଳର ଗ୍ୟାରେଣ୍ଟି ନୟାଗଡ ରେ ମହିଳା ମାନଙ୍କ ସମର୍ଥନ ବୃଦ୍ଧି ପାଉଥିବା ଜିଲ୍ଲା ସଭାପତି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ ମହିଳାମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ କଂଗ୍ରେସ ଦଳର ଗ୍ୟାରେଣ୍ଟି ସମ୍ପର୍କରେ ବୁଝାଇ ଥିଲେ।

Related posts