ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଳା ସାମ୍ବାଦିକ ଭବନ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଠା ଶ୍ରୀକାନ୍ତ ଖଟେଇ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ନବ କିଶୋର ମିଶ୍ର, ରବି ଦାଶ, ରଜତ ପଟ୍ଟନାୟକ, ପ୍ରଶାନ୍ତ କୁମାର ଜେନା, ବିଶ୍ୱଜିତ୍ ନାୟକ, ବିଭୂତି ଭୂଷଣ ସ୍ଵାଇଁ, ମହେଶ ମିଶ୍ର, ଯଯାତି କେଶରୀ, ପ୍ରଭାତ ମହାପାତ୍ରଙ୍କ ସମେତ ୪୦ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ହୋଲି ପାଳନ ସହ ଭବନର ବିଭିନ୍ନ ସମସ୍ୟା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ଭବନ ପରିଚାଳନା ପରିଷଦ ସଦସ୍ୟ ତଥା ସକାଳ ସାମ୍ବାଦିକ ଅନୀଲ କୁମାର ପଣ୍ଡାଙ୍କୁ କାର୍ଯ୍ୟକାରୀ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ସାମ୍ବାଦିକ ଅନୀଲଙ୍କ ନାମ ଘୋଷଣା ପରେ ଉପସ୍ଥିତ ସଦସ୍ୟମାନେ ଏହାକୁ ସ୍ବାଗତ କରିଥିଲେ।
ନୟାଗଡ଼ ସାମ୍ବାଦିକ ଭବନର କାର୍ଯ୍ୟକାରୀ ସମ୍ପାଦକ ହେଲେ ଅନୀଲ ପଣ୍ଡା
