ଥାନା ପୋଲିସକୁ ଚକମା ଦେଇ ଅଭିଯୁକ୍ତ ମାରିଲା ଚମ୍ପଟ। ଗୋଡେଇ ଗୋଡେଇ ଧରିଲା ପୋଲିସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନାରୁ ଅଭିଯୁକ୍ତ କଇ ପ୍ରଧାନ ଫେରାର ହୋଇଯିବା ବେଳେ ଗୋଡେଇ ଗୋଡେଇ ତାକୁ କାବୁ କରିଛି ଟାଉନ ଥାନା ପୋଲିସ। ସୂଚନା ଅନୁଯାୟୀ ବିଭିନ୍ନ ଚୋରୀ ଓ ଡକାୟତି ମାମଲାରେ ଅଭିଯୁକ୍ତ ଯୁବକ କଇ ପ୍ରଧାନଙ୍କୁ ଟାଉନ ଥାନା ପୋଲିସ ଆଜି ଧରି ଥାନାକୁ ଆଣିଥିବା ବେଳେ ଅଭିଯୁକ୍ତ କଇ ପ୍ରଧାନ ପରିସ୍ରା କରିବା ବାହାନା କରି ଥାନାରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା। ଆଉ ପୋଲିସ ଗୋଡେଇ ଥିଲା ଅଭିଯୁକ୍ତକୁ ଧରିବା ପାଇଁ। ଆଜି ନୟାଗଡ଼ ସହରରେ ଦେଖିବାକୁ ମିଳିଥିଲା ଏହି ଚୋର ପୋଲିସ ଖେଳ। ଯାହା ସ୍ଥାନୀୟ ଲୋକଙ୍କୁ ଚକିତ କରିଥିଲା, ଅଭିଯୁକ୍ତ କଇ ପ୍ରଧାନ ଟାଉନ ଥାନା ଠାରୁ ମାତ୍ର ୩ଶହ ମିଟର ଦୂରରେ ଥିବା ଏକ ଚର୍ଚ୍ଚ ପରିସର ଗାଡ଼ିଆରେ ପଶି ଯାଇଥିଲା। ଆଉ ଖସି ଯିବା ପାଇଁ ପୁରା ଜାନ ଲଗେଇ ଦେଇଥିବା ବେଳେ ସନ୍ତସନ୍ତିଆ କାଦୁଅରେ ଫଶି ଯାଇଥିଲା। ପରିତ୍ୟକ୍ତ ଚବକା ଭିତରେ ଫସି ରହିଥିବା କଇକୁ ଧରିବା ପାଇଁ ଚବକାକୁ ଲମ୍ଫ ମାରିଥିଲେ ଟାଉନ ଥାନା ହୋମ ଗାର୍ଡ କାର୍ତ୍ତିକ ସେଠୀ। ପରେ ଅଭିଯୁକ୍ତ କଇ ପ୍ରଧାନଙ୍କୁ ପୋଲିସ ଚଲେଇ ଚଲେଇ ଥାନାକୁ ଆଣି ରଖି ତଦନ୍ତ କରୁଛି। ଆଜିର ଏ ଅଭାବନୀୟ ଦୃଶ୍ୟ ଦେଖି ଲୋକେ ଚକିତ ହୋଇ ଯାଇଛନ୍ତି। ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଅନେକ ପ୍ରଶ୍ନ ଉଠିଛି।

Related posts