ଓଡଗାଁ ମାଳିଆଝୋଲା ଗାଁରେ ବିଲୁଆ ଆକ୍ରମଣରେ ଦୁଇ ଆହତ

ଓଡଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ବାହାଡ଼ାଝୋଲା ସେକ୍ସନ ମାଳିଆଝୋଲା ଗ୍ରାମରେ ବିଲୁଆ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବାବେଳେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି।ଗୁରୁତର ମହିଳା ଜଣଙ୍କ ଉକ୍ତ ଗ୍ରାମର କଳାବତୀ ନାୟକ ଓ ଆହତ ଯୁବକ ଜଣଙ୍କ ଭଞ୍ଜ ନାୟକ ଅଟନ୍ତି। ସୂଚନା ଅନୁଯାୟୀ ସକାଳ ୮ଘଟିକା ସମୟରେ ମାଳିଆଝୋଲା ଗାଁ ମୁଣ୍ଡରେ ଥ‌ିବା ନିଜ ବିଲରେ କଳାବତୀ ମୁଗ ଉପାଡୁଥିବା ସମୟରେ ବିଲୁଆଟି ଅତର୍କିତ ଭାବରେ କଳାବତୀଙ୍କ ଉପରକୁ ଆକ୍ରମଣ କରିବା ସହ ହାତ ଓ ଗୋଡ଼କୁ କାମୁଡି ରକ୍ତାକ୍ତ କରିଦେଇଥିଲା। ସ୍ଥାନୀୟ ଲୋକେ କଳାବତୀଙ୍କୁ ଉଦ୍ଧାର କରିବା ସ‌ହ ପ୍ରାଥମିକ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଭଞ୍ଜ ନିତ୍ୟକର୍ମ ସାରିବା ଉଦ୍ଦେଶ୍ୟରେ ବିଲକୁ ଯାଇଥିବା ସମୟରେ ବିଲୁଆଟି
ଆକ୍ରମଣ କରି କ୍ଷତାକ୍ତ କରିଛି।

Related posts