ଓଡ଼ଗାଁ ବନପାଳ ସରିତା ବରାଳଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ଅଧିକାରିଣୀ ବନପାଳ ସରିତା ବରାଳଙ୍କୁ ବିଶ୍ୱ ବନ ଦିବସ ୨୦୨୪ ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର ପ୍ରଦାନ। ଜଙ୍ଗଲ ସୁରକ୍ଷା ଓ ପରିଚାଳନା ପାଇଁ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଶଂସା ପତ୍ର ସହ ଦଶ ହଜାର ଟଙ୍କାର ଚେକ ଏବଂ ମେଡାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସରିତା ବରାଳଙ୍କ କାର୍ଯ୍ୟଦକ୍ଷତା ଓ ଜଙ୍ଗଲ ସୁରକ୍ଷା ପାଇଁ ଉଦ୍ୟମ ପାଇଁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଭାରତୀୟ ପ୍ରଶାସନିକ ସେବା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ଓଡିଶା ବନବାହିନୀ ମୁଖ୍ୟ ଦେବଦତ୍ତ ବିଶ୍ୱାଳ ଏବଂ ଭାରତୀୟ ବନ…

Read More

ଇଟାମାଟିରେ ବିଶ୍ୱ କବିତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ମାର୍ଚ୍ଚ ଏକୋଇଶି ବିଶ୍ୱ କବିତା ଦିବସ ଅବସରରେ ନୟାଗଡର ସମସ୍ତ ସାହିତ୍ୟାନୁଷ୍ଠାନର ଆବାହକତ୍ୱରେ ଶିଶୁ ସାହିତ୍ୟିକା ଡ.ସୁକାନ୍ତି ମହାନ୍ତି ତଥା ବାର୍ଷଭାନବିର ଲେଖକ ସ୍ବର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ବିଶିଷ୍ଟ ସାହିତ୍ୟାନୁରାଗୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କବିତା ଆସର ଆୟୋଜିତ ହୋଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଓ ବେଗୁନିଆ ବ୍ଲକ୍ରୁ ଅନେକ କବି କବୟିତ୍ରୀ ଯୋଗଦେଇ କବିତା ପାଠ ଓ ଅଣୁଗଳ୍ପ ପଠନ କରିଥିଲେ। ଆଜିର ଆସରରେ କବି ନିର୍ମଳ ଚନ୍ଦ୍ର ଶୂରଦେଓ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ବସିରନ ବିବି, କବି ଗୋଦାବରୀଶ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି କବି ଗୋଲଖ ବିହାରୀ ନାୟକ, କବି ଦାମୋଦର ସାହୁ, କବି ସୁଦର୍ଶନ ପ୍ରଧାନ, କବି ନିରାକାର ସ୍ବାଇଁ,…

Read More

ସାଧାରଣ ନିର୍ବାଚନ:ଗୋଟିଏ ଦିନ ପୂର୍ବରୁ ବୁଥରେ ପହଞ୍ଚିବା ନିୟମକୁ ନେଇ ଉଦ୍‌ବେଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରେ ମେ’ ମାସ ୨୦ ଏବଂ ୨୫ ତାରିଖରେ ଭୋଟଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେବା କାର୍ଯ୍ୟ ସମାପନ ହୋଇଛି । ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ଯଥା ନୟାଗଡ଼,ଦଶପଲ୍ଲା,ରଣପୁର ଏବଂ ଖଣ୍ଡପଡ଼ା ପାଇଁ ସମୁଦାୟ ୯୩୭ଟି ବୁଥ୍ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ବୁଥ୍ ପାଇଁ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ଜଣ ପୁଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଏଥି ମଧ୍ୟରୁ ମହିଳା ମାନଙ୍କ ପାଇଁ ୧୨୦ଟି ପିଙ୍କ୍ ବୁଥର ମଧ୍ୟ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ବୁଥ୍ ପାଇଁ ଜଣେ ସୁରକ୍ଷା କର୍ମୀ,ଜଣେ ବିଏଲଓଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତେବେ ପୂର୍ବରୁ ପ୍ରଚଳିତ…

Read More

ଖୁବଶୀଘ୍ର ଓଡଗାଁର ବିଭିନ୍ନ ଅଞ୍ଚଳରେ 4G ମୋବାଇଲ ସେବା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ ହେଉଅଛି। ସେହି ସ୍ଥାନ ମାନଙ୍କରେ ସ୍ୱଚ୍ଛ, ଅବାଧ ଭୋଟ ହେବାପାଇଁ ମୋବାଇଲ ସେବା ନିତ୍ୟାନ୍ତ ଆବଶ୍ୟକ। ଏହା ଦୃଷ୍ଟିରେ ରଖି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୪-ଜି ସେବା ଯୋଗାଇବା ଲକ୍ଷ୍ୟ ନେଇ ବିଏସଏନଏଲ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଆଦିବାସୀ ଇଲ୍ଲାକାର ଲୋକମାନେ ଉପକୃତ ହେବେ। ନୟାଗଡ଼ ଜିଲ୍ଲାରେ ଏଭଳି ୮୭ଟି ଗାଁରେ ଏହି ସେବା ପହଞ୍ଚିବ ବୋଲି ଜଣାପଡିଛି। ଏହି କ୍ରମରେ ଓଡ଼ଗାଁ ବ୍ଲକର ୫ଗୋଟି ଗାଁ ଏହି ତାଲିକାରେ ସ୍ଥାନ ପାଇଛି। ସେହି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ମୋବାଇଲ୍ ସେବା ପହଞ୍ଚି ପାରିନଥ‌ିବାରୁ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନାହିଁ ନ ଥ‌ିବା ଅସୁବିଧାର ଶିକାର ହେଉଥିଲେ। ସେହିପରି ଲୋକମାନେ କୌଣସି ଜରୁରୀକାଳୀନ…

Read More

ରାତି ଅଧରେ ଚଢ଼ାଉ କଲେ ନୟାଗଡ ତହସିଲଦାର

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶେଷ ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ତହସିଲଦାରଙ୍କ ଚଢ଼ାଉ । ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ସହ ଗୋଟିଏ ଜେସିବି ଗାଡି ଜବତ କରିଛନ୍ତି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ଵାଇଁ । ସୂଚାନୁସାରେ, ନୟାଗଡ଼ ତହସିଲ ଅନ୍ତର୍ଗତ ବଡ଼ ପଣ୍ଡୁସର ନିକଟରେ ବିଳମ୍ବିତ ରାତିରେ ଅନାବଧ୍ୟ ଭାବେ ମୋରମ ଖୋଳି ଚାଲାଣ ହେଉଥ‌ିବା ବେଳେ ନୟାଗଡ଼ ତହସିଲଦାର ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମୋରମ ବୋଝଇ ସ୍ବରାଜ ଟ୍ରାକ୍ଟର ନମ୍ବର (OD 25F 8348) ଓ ଜେସିବି ନମ୍ବର (OD 33A 5539) ଉଭୟ ଗାଡିକୁ ଇଟାମାଟି ଥାନାକୁ ଆଣି କାଗଜ ପତ୍ର ଯାଞ୍ଚ କରିବା ସହ ଜବତ କରିଥିଲା ଏହା ସହିତ ଗୋଟିଏ ମାଙ୍କଡା ବୋଝେଇ ଟ୍ରକ ନମ୍ବର (OR 02 BE 9827)କୁ…

Read More

ତାଳଚେର-ଗୋପାଳପୁର ନୂତନ ରେଳପଥ ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ କେନ୍ଦ୍ର ସରକାର ତାଳଚେର- ଗୋପାଳପୁର ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଖୁସୀର ମାହୋଲ ସୃଷ୍ଠି ହୋଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ୧୯୯୦ ମସିହାରୁ ସର୍ଭେ ଆରମ୍ଭ ହୋଇଥିବା ୨୯୩ କିମି ଦେର୍ଘ୍ୟ ଏହି ରେଳପଥ ନିର୍ମାଣ ହେଲେ ଏହାଦ୍ୱାରା ୫ଟି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ। ବିଶେଷ କରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, କଣ୍ଟିଲୋ, ଭାପୁର, ଶରଣକୁଳ, ଓଡ଼ଗାଁ ଆଦି କ୍ଷେତ୍ରର ପର୍ଯ୍ୟଟନର ବିକାଶ ଘଟିବା ସହିତ ଏହି ସ୍ଥାନ ମାନଙ୍କରେ ରେଳ ଷ୍ଟେସନ ନିର୍ମାଣ ହେବାର ପ୍ରସ୍ତାବ ରହିଛି…

Read More

ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ନୟାଗଡ଼ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଡେପୁଟି କଲେକ୍ଟର ଅଭିଜିତ ଷଡ଼ଙ୍ଗୀ, ଅନ୍ୟତମ ଡେପୁଟି କଲେକ୍ଟର ପ୍ରାପ୍ତି ରାଜ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀରେ କିପରି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହେବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଥିଲେ। ନିର୍ବାଚନ ଆଚରଣ ଵିଧି ଲାଗୁ ହେବାପରେ କୌଣସି ସ୍ଥାନରେ ନୂଆ କାମ କିମ୍ବା ନୂଆ ନିଯୁକ୍ତି ପ୍ରଦାନ କରାଯିବ ନାହିଁ,ନିର୍ବାଚନ ତାରିଖ ଘୋଷଣା ହେବା ପରେ…

Read More

ନୟାଗଡ଼ ବିଜେପି ପାଇଁ ମହଂଗା ସାବ୍ୟସ୍ତ ହେବ ରାୟ ଦମ୍ପତ୍ତିଙ୍କ ଇସ୍ତଫା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୬ହଜାରରୁ ୬୬ହଜାର ପଦ୍ମ ଫୁଟାଇଥିବା ରାୟ ଦମ୍ପତି ଚଳିତ ନିର୍ବାଚନରେ ବିଜେପି ପାଇଁ କାଳ ସାଜିବେ ବୋଲି ନୟାଗଡ଼ରେ ଚର୍ଚ୍ଚା। ନୟାଗଡ ଜିଲ୍ଲାରେ ପଦ୍ମ ଦଳର ସମ୍ପତ୍ତି କୁହାଯାଉଥ‌ିବା ଲାଲା ମନୋଜ ରାୟ ଓ ତାଙ୍କ ପତ୍ନୀ ଇରାନୀ ରାୟ ଏବେ ଦଳ ଛାଡ଼ିଛନ୍ତି । ଦଳ ଛାଡ଼ିବା ବେଳେ ରାୟ ଦମ୍ପତ୍ତି ଯେପରି ରାଜ୍ୟ ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ତାହା ହିଁ ପଦ୍ମ ଦଳିଆ ରାଜ୍ୟ ତୁଙ୍ଗ ନେତାଙ୍କ ଶିରପୀଡ଼ା କରିଦେଇଛି। ଜଣେ ସଂଗ୍ରାମୀ ନେତ୍ରୀ ଭାବରେ ପରିଚିତ ଇରାନୀ ରାୟ ଗାଁ ଗାଁ ବୁଲି ଦଳର ସଙ୍ଗଠନକୁ ସୁଦୃଢ଼ କରିଥିଲେ। ୨୦୧୪ରୁ ୨୦୧୯ ମଧ୍ୟରେ ଦଳର ଭୋଟକୁ ନୟାଗଡ଼ରେ ୬ ହଜାରରୁ ୬୬ ହଜାରରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ…

Read More

ଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ମେମୋରିଆ’ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ବଚପନ୍ ଓ ଗାଇଡ଼ାନ୍ସ ପବ୍ଲିକ ସ୍କୁଲର ଦ୍ୱାଦଶ ବାର୍ଷିକ ଉତ୍ସବ ମେମୋରିଆ (୨୦୨୩-୨୪)ବିଦ୍ଯାଳୟର ପ୍ରତିଷ୍ଠାତା ଚେୟାରମ୍ୟାନ ଅବିନାଶ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର , ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ବସିରନ୍ ବିବି, ଯୋଗଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ନିର୍ମଳ ଚନ୍ଦ୍ର ଶୂରଦେଓ ଅଧ୍ଯକ୍ଷତା କରିଥିଲେ। ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ଯ ବକ୍ତା ଭାବେ ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ…

Read More

ଲାଞ୍ଚ ନେବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲିଫ୍ଟ ଇରିଗେଶନ ଅଫିସରେ ଲାଞ୍ଚ ନେଉଥିବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କୁ କାବୁ କଲା ଭିଜିଲାନ୍ସ। ସୂଚନା ଅନୁଯାୟୀ ନୟାଗଡ଼ ରଣପୁର ଅଂଚଳର ମନୋରଞ୍ଜନ ଦାସଙ୍କ ବୋରୱେଲ କରିଦେବା ପାଇଁ ଲିଫ୍ଟ ଇରିଗେଶନର କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୋଇତାଇ ଓ ଠିକାଦାର ଶ୍ରୀକାନ୍ତ ପତି ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ଭିତି କରି ମନୋରଞ୍ଜନ କାହାକୁ କିଛି ନ ଜଣାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମନୋରଞ୍ଜନଙ୍କ ଅଭିଯୋଗ ପାଇବାପରେ ଆଜି ଦିବା ୧୨ଟା ସମୟରେ ମନୋରଞ୍ଜନଙ୍କ ଠାରୁ କନିଷ୍ଠଯନ୍ତ୍ରୀ ଓ ଠିକାଦାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା। ୯ହଜାର ଟଙ୍କା ସହ ଦୁଇ ଜଣକୁ କାବୁ କରିଥିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରିଥିଲା ଭିଜିଲାନ୍ସ।

Read More