୧୦ ହଜାର କର୍ମୀଙ୍କୁ ନେଇ ଫ୍ଲାଗ ମାର୍ଚ୍ଚ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରମହକୁମାରେ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଏବଂ ସହ ପର୍ଯ୍ୟବେକ୍ଷକ ଇରାନୀ ରାୟଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୦ ହଜାର କର୍ମୀ ଓ ୧୦ ହଜାର ପତାକାକୁ ନେଇ ଅନୁଷ୍ଠିତ ଫ୍ଲାଗ ମାର୍ଚ୍ଚ ଭୋଟରଙ୍କ ମନରେ ନୂଆ ଶୀହରଣ ସୃଷ୍ଟି କରିଛି । ନୟାଗଡ଼ ଦୁର୍ଗାପ୍ରସାଦ ନିକଟସ୍ଥ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରୁ ଯୁବ ଓ ଛାତ୍ରଙ୍କୁ ନେଇ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆରେ ଏହା ଉଦଯାପିତ ହୋଇଛି । ନୟାଗଡ଼ରେ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେଉଥିବା ବେଳେ ବିରୋଧି ଦୁର୍ବଳ ହେବାରେ ଲାଗିଛନ୍ତି । ଦୃଢ଼ ସଂଗଠକ ନୟାଗଡ଼ ବିଧାୟକ ଡ. ଅରୁଣ…
Read MoreCategory: ନୟାଗଡ଼ ବ୍ଲକ
ପରମ୍ପରାର ବିଷୁବ ମିଳନ ସାରସ୍ଵତ ସମାରୋହ
ନୟାଗଡ, (ନୟାଗଡ଼ ଦର୍ପଣ): ସାହିତ୍ୟ ଜୀବନର କଥା କୁହେ। ଜୀବନ ହିଁ ସାହିତ୍ୟର ଭାବ ଓ ଆଧାର, ଜୀବନ ବିନା ସାହିତ୍ୟିକ ଟିଏ ତାର ସୃଷ୍ଟିକୁ କେବେହେଲେ ଆଗକୁ ନେଇପାରିବ ନାହିଁ ଏବଂ ତାର ସୃଷ୍ଟି ପ୍ରାଣବନ୍ତ ଓ ଆଦୃତ ହୋଇପାରିବ ନାହିଁ ବୋଲି “ପରମ୍ପରା” ର ବିଷୁବ ମିଳନରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । “ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ନୂଆ ରାଜବାଟିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣାକେନ୍ଦ୍ର ଠାରେ ଆୟୋଜିତ “ପରମ୍ପରା” ର ବିଷୁବ ମିଳନ ସାରସ୍ଵତ ସମାରୋହ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ଭାବେ ଡ. କୀର୍ତ୍ତନ ନାରାୟଣ ପାଢ଼ୀ, ମୁଖ୍ୟବକ୍ତା ଭାବେ ଡ଼. ବୈରାଗୀ ଚରଣ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ ।…
Read Moreଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସମ୍ବାଦ ଓ ଆମ ଓଡିଶା ପରିବାର ତରଫରୁ ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ସର୍ବପ୍ରଥମେ ମଧୁବାବୁଙ୍କ ପ୍ରତିଛବିରେ ଧୂପପୁଷ୍ପ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷାକେନ୍ଦ୍ରର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନେ ମଧୁବାବୁଙ୍କ ପରି ସ୍ବାଭିମାନ ଭାବେ ଜୀବନ ଧାରଣ କରିବା ପାଇଁ ଉଦବୋଧନ ଦେଇଥିଲା ବେଳେ ବକ୍ତା ଭାବେ ବିଶିଷ୍ଟ ସାହିତ୍ଯିକ ନାଟ୍ଯ ଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଯୋଗଦେଇ ମଧୁସୂଦନ ଦାସଙ୍କ ଜୀବନୀ ଆଲୋଚନା କରିବା ସହିତ “କାଳିଆ ଘୋଡାରେ ଚଢିବି ମଧୁ ବାବୁ…
Read Moreବିଜେଡିରେ ଯୋଗଦେଲେ ବିରୋଧୀ ନେତା, ଶକ୍ତିହୀନ ହେଉଛି ବିରୋଧୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୧୫୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଜେମାଦେଇପୁରପାଟଣା ଗ୍ରାମ ପଞ୍ଚାୟତ ରଘୁନାଥପ୍ରସାଦ ଗ୍ରାମର ଶ୍ୟାମସୁନ୍ଦର ପଲେଇ,…
Read Moreଗ୍ରୀନ୍ କ୍ୟାମ୍ପେନ୍କୁ ଅରୁଣଙ୍କ ଗୁରୁତ୍ୱ, ଯୋଡ଼ି ଶଙ୍ଖରେ ମତଦାନ ପାଇଁ ଆହ୍ୱାନ
କ୍ଷେତ୍ରିବରପୁରରେ ମିଶ୍ରଣ ପର୍ବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅପରାହ୍ନରୁ ରାତି ଯାଏଁ ନିର୍ବାଚନ ତାତି ଦେଖିବାକୁ ମିଳୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ଦେଇ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଗାଁ ଗାଁରେ ସଭା କରି ନିର୍ବାଚନ ପ୍ରଚାର କରୁଛନ୍ତି । ଡ. ସାହୁ ଗ୍ରୀନ୍ କ୍ୟାମ୍ପେନ୍କୁ ଗୁରୁତ୍ୱ ଦେଇଛନ୍ତି । ଶୋଭାଯାତ୍ରା, ଶଦ୍ଦ ପଦୂଷଣଠାରୁ ଦୂରେଇ ପ୍ରତି ଗାଁକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେବା ସହ ଉଭୟ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ନିଜ ପାଇଁ ଆର୍ଶୀବାଦ ଭିକ୍ଷା କରୁଛନ୍ତି । ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ହାଟଦ୍ୱାର, ମଙ୍ଗରାଜପୁର, ଖମାରିସାହି, କ୍ଷେତ୍ରିବରପୁର, ବଲ୍ଲଭପୁର, ତୁଳସୀପୁର, ଲେଖନପୁର, ହରିହରପୁର, ପୋଡ଼ାଗଡ଼, ରଘୁନାଥପୁର ଓ ପଲ୍ଲୀଶାସନ…
Read Moreଭାଡ଼ିକିଳା ଏବଂ ଗିରିଡିପଲ୍ଲୀ ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ
ଶହ ଶହ ବିଜେପି ବିଜେଡି କର୍ମୀ କଂଗ୍ରେସରେ ସାମିଲ ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ଗିରିଡିପଲ୍ଲୀ ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ରେ ଗିରିଡିପଲ୍ଲୀ, ଡହଙ୍ଗି, ଖଜୁରିଆ, ଧଝୋଲା ଗ୍ରାମର ଦେବରାଜ ପାହାନ, ସୁବାସ ନାଏକ, ଭୀମସେନ ପାତ୍ର, କୃଷ୍ଣଚନ୍ଦ୍ର ଗୌଡ଼, ରବୀନ୍ଦ୍ର ଗୌଡ଼, କାଳିଆ ପ୍ରଧାନ, ମନୋରଞ୍ଜନ ପ୍ରଧାନ,ରବୀନ୍ଦ୍ର ରାଉତ, ଦେବରାଜ ନାଏକ, ଅରୁଣ କୁମାର ନାଏକଙ୍କ ସମେତ ଶତାଧିକ ବିଜେପି ବିଜେଡି ସମର୍ଥକ କଂଗ୍ରେସ ପ୍ରାର୍ଥୀ ଆଇନଜୀବୀ ରଣଜିତ ଦାଶଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବିତ ହୋଇ କଂଗ୍ରେସ ଦଳରେ ସାମିଲ ହେବା ପରେ ଗିରିଡିପଲ୍ଲୀ ପଞ୍ଚାୟତରେ କଂଗ୍ରେସ ଦଳର ପୁରୁଣା ଭୋଟ ବ୍ୟାଙ୍କ ଦଳକୁ ଫେରିବା ଯୋଗୁଁ ଦଳର ଶକ୍ତିବୃଦ୍ଧି ହୋଇ ଥିବା କୁହାଯାଉଛି। ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତରେ ଆୟୋଜିତ ଦଳୀୟ କର୍ମୀ ସମ୍ମିଳନୀରେ ପ୍ରାର୍ଥୀ ରଣଜିତ ଦାଶ ଗିରିଡିପଲ୍ଲୀ…
Read Moreକ୍ରିଦାଶପୁର ଓ ବାଲୁଗାଁ ପଞ୍ଚାୟତରେ ଭୋଟରଙ୍କ ଆଶୀର୍ବାଦ ନେଲେ ଅରୁଣ
ମହିଳା ସଶକ୍ତି କରଣର ବାର୍ତ୍ତା ଦେବା ସହ ୯ ଗୋଟି ସଭାରେ ଯୋଗ ଦେଲେ ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ବିଜେଡି ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଯୋରଦାର କରାଯାଇଛି । ଦ୍ୱାର ଦ୍ୱାର ବୁଲି ବିଜେଡି ନେତା ଓ କର୍ମୀ ଭୋଟ ଭିକ୍ଷା କରୁଛନ୍ତି । ଏଥି ସହିତ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି । ଆଜି ଅପରାହ୍ନରେ ନୟାଗଡ଼ ବ୍ଲକ ଅନ୍ତର୍ଗତ କ୍ରୀଦାସପୁର ପଞ୍ଚାୟତର ୯ ଗୋଟି ଗ୍ରାମରେ ଆଜି ଲୋକ ମାନଙ୍କର ଆଶୀର୍ବାଦ ନେବା ସହ ଭୋଟ ଭିକ୍ଷା କରିଛନ୍ତି ଅରୁଣ । କ୍ରୀଦାସପୁର ପଞ୍ଚାୟତର ଗୋଡିପାଟଣା, ମାଳତିପୁର, ଗବଡିହି, ଡିମିରିପାଟଣା, ଜେମାଦେଇପୁର, କଞ୍ଚନବେଲୀ, ଯୌତୁକପାଟଣା, କୋଡିଏକାହାଣିଆ ଓ କ୍ରୀଦାସପୁର ଗ୍ରାମରେ ୯ଗୋଟି ସଭା କରିଛନ୍ତି । ବାଲୁଗାଁ…
Read Moreନୟାଗଡ଼ ବିଜେଡି କରିବ “ଫ୍ଲାଗ ମାର୍ଚ୍ଚ”, ଯୋଗଦେବେ ହଜାର ହଜାର କର୍ମୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନକୁ ଆଉ ରହିଲା କିଛି ଦିନର ବ୍ୟବଧାନ। ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ପ୍ରତ୍ୟେକ ଦଳ ପକ୍ଷରୁ ଚାଲିଛି ଅଙ୍କ କଷା । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପ୍ରଚାର କାର୍ଯ୍ୟକୁ ଯୋରଦାର କରିବାରେ ଲାଗିଛି । ପ୍ରତ୍ୟେକ ସଭାସମିତିରେ ବହୁ ମହିଳାମାନେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ବିଜେଡିକୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ଆପଣାଇଛି ନୂଆ ପନ୍ଥା । ଆସନ୍ତା ୨୮ ତାରିଖ ରବିବାର ନୟାଗଡ଼ ବିଜେଡି କରିବ “ଫ୍ଲାଗ ମାର୍ଚ୍ଚ” । ଏଥି ନିମନ୍ତେ ଆଜି ବିଜୁ ଜନତା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ନୟାଗଡ଼ ବ୍ଲକ ଓ ନୟାଗଡ଼ ପୌରାଞ୍ଚଳର ନେତା ଓ କର୍ମୀ ମାନେ ଯୋଗ ଦେଇଛନ୍ତି…
Read Moreଶକ୍ତିଶାଳୀ ହେଉଛି ବିଜେଡି, ବିରୋଧୀ ନେତାଙ୍କ ବିଜେଡିରେ ଯୋଗଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୧୫୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବିରୁଡ଼ା ଗ୍ରାମ ପଞ୍ଚାୟତ ବାଘେରା ଗ୍ରାମର ରବିନ୍ଦ୍ର ମହାପାତ୍ର, ଜୟକୃଷ୍ଣ ମହାପାତ୍ର ଓ ଅଚ୍ୟୁତାନନ୍ଦ ନାୟକ ବିଜେଡିରେ…
Read Moreବିଭିନ୍ନ ସଙ୍ଘଠନ ପକ୍ଷରୁ ଇଟାମାଟିରେ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଅଲଟ୍ରାଟେକ ସିମେଣ୍ଟ, ମାରୁଆଡ଼ି ମହିଳା ସମିତି ଇଟାମାଟି, ମାରୁଆଡି ସମାଜ ଇଟାମାଟି ଓ ରାଜକିଶୋର ରାଧାମଣି ସ୍ମୃତି ସଂସଦ, ଇଟାମାଟି ମିଳିତ ଉଦ୍ୟମରେ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମାନ୍ୟବର ବିଧାୟକ ଡ଼. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ। ପୁଷ୍ପା ଦେବୀ ଅଗ୍ରୱାଲ ଓ ଅଲଟ୍ରାଟେକ ସିମେଣ୍ଟର ମୁଖ୍ୟ ସୀତାରାମ ସାର ଯୋଗଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, କିଶୋର ନାୟକ, ଉମେଶ ଚନ୍ଦ୍ର ସାହୁ, ପ୍ରଦୀନ ସାହୁ,ବିଶ୍ୱନାଥ ମହାପାତ୍ର, ଭାଗିରଥି ବାଇ, ମିଶନ ଶକ୍ତିର ମା’ମାନେ ଓ ଶ୍ରୀ ଗଣେଷ ଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶିବିରର ମୁଖ୍ୟ ଉଦ୍ୟକ୍ତା କ୍ରିଷ୍ଣା କୁମାର ଅଗ୍ରୱାଲ, ସୁନିତା ଅଗ୍ରୱାଲ ସମସ୍ତ ଅତିଥି ଓ ନୟାଗଡ…
Read More