ଓଡ଼ଗାଁରେ ବିଜେଡି ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନମଣ୍ଡଳୀ ଓଡ଼ଗାଁ ଏନଏସି ଅନ୍ତର୍ଗତ ରଘୁନାଥ ମନ୍ଦିର ରାସ୍ତା ରାଧାକାନ୍ତ ମଠ ସମ୍ମୁଖରେ ବିଜୁ ଜନତା ଦଳର ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଏହାର ଉଦଘାଟନ କରିଥିଲେ।ଦଳୀୟ ନେତୃବୃନ୍ଦଙ୍କ ସମେତ ଶତାଧିକ କର୍ମୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଥିବାବେଳେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ମେ ୨୫ରେ ପୁରୀ ଲୋକସଭା ଓ ନୟାଗଡ଼ ବିଧାନସଭା କ୍ଷେତ୍ର ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।

ନବୀନଙ୍କ ବିକାଶ ରଥକୁ ଆଗେଇ ନେବା ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଅରୁଣ ସାହୁଙ୍କ ସହ ସାଂସଦ ପ୍ରାର୍ଥ ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଉପସ୍ଥିତ ସମସ୍ତ ବିଜୁ ପ୍ରେମୀ ଶପଥ ନେଇଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଏନଏସି ସଭାପତି ପ୍ରଫୁଲ୍ଲ କୁମାର ଡାକୁଆ, ଜିଲ୍ଲା ସମ୍ପାଦକ ନାରାୟଣ ମହାପାତ୍ର, ଯୁବ ସଭାପତି ପ୍ରଭାତ ଅଧିକାରୀ, ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ବିଶ୍ୱରଞ୍ଜନ ସାହୁ, ପ୍ରସନ୍ନ ମହାନ୍ତି, କୃଷ୍ଣଚନ୍ଦ୍ର ବରଡ଼ା, ପ୍ରମୋଦ ସାହୁ,ତ୍ରିନାଥ ପ୍ରଧାନ, ଜୟକୃଷ୍ଣ ପଲେଇ, ଦିଲ୍ଲୀପ ଆଚାର୍ଯ୍ୟ, ସନ୍ତୋଷ ଡାକୁଆ, ରବୀନ୍ଦ୍ର ସାହୁ,ପଦ୍ମନାଭ ପୃଷ୍ଟି ଓ ବହୁ କର୍ମୀ ଉପସ୍ଥିତ ଥିଲେ।

Related posts