ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ନୟାଗଡ ଜିଲ୍ଲାରେ ୩୮୯୭ଟି ମାମଲା ଫଇସଲା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୬୦ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ.ଆଇ. ଆକ୍ଟ କେସ ୨ଟି ଏବଂ ବିବାହଜନିତ ୨ଟି ମାମଲା ଫଇସଲା କରାଯାଇଥିଲା। ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୩୬ଜଣ ଋଣ ଗ୍ରହିତାଙ୍କଠାରୁ ୪୮,୦୧, ୩୯୭ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୮୩ଟି ମାମଲା ଫଇସଲା କରାଯାଇ ୪୫୦ ଟଙ୍କା ଆଦାୟ କରଯାଇଥିଲା ୩୧ଟି ପ୍ରାକ ବିଜୁଳି ମାମଲା ଫଇସଲା କରାଯାଇ ୧୫୬୭୩୮.୬୨ ପଇସା ଆଦାୟ କରଯାଇଥିଲା ।ସେହିପରି ୩୫୭୬ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୭,୧୨,୮୬୯ ଟଙ୍କା ଆଦାୟ କରଯାଇଥିଲା।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ରିଜା ରାୟ , ବରିଷ୍ଠ ଦେୱାନି ଅଦାଲତ ବିଚାରପତି ସତ୍ୟବ୍ରତ ରଣା , ବରିଷ୍ଠ ଦେୱାନି ଅଦାଲତ ବିଚାରପତି (ଏଲ ଆର ଆଣ୍ଡ ଏଲଟିଭି ) ଶ୍ରୀପବିତ୍ରନନ୍ଦ ପ୍ରଧାନ, ଉପଖଣ୍ଡ ଫୌଜଦାରୀ ବିଚାରପତି ଶ୍ରୀ ସୌଭାଗ୍ୟ ରଞ୍ଜନ ପ୍ରଧାନ, ଜେ.ଏମ. ଏଫ.ସି ସାବିତ୍ରୀ ଦାସ, ଜେ.ଏମ. ଏଫ.ସି ରାକେଶ କୁମାର ସାହୁ ଏବଂ ସମୃଦ୍ଧି ସାଗରିକା ବାରିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୃତିସ୍ନିଗ୍ଧା ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ (ମହିଳା ଅଦାଲତ) ଡଃ ରୀନତି ମିଶ୍ର ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ଡଃ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୧୪.୦୯.୨୦୨୪ ରିଖ ଶନିବାର ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ଜନସାଧାରଣଙ୍କୁ ସୂଚନା ଦେବା ସହ ଏହାର ସୁଫଳ ନେବାକୁ ପରାମର୍ଶ ପ୍ରଦାନ କରିଅଛନ୍ତି।

Related posts