ନୟାଗଡ଼ରେ ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁଙ୍କ ମାରାଥନ୍ ପ୍ରଚାର ଅନୁଷ୍ଠିତ ହୋଇଯାଇଛି । ବାଇକ ଶୋଭାଯାତ୍ରା, ଗାଁ ଗାଁ ନିର୍ବାଚନ ସଭା ଅନୁଷ୍ଠିତ ହେଉଛି । ବିଧାୟକ ଡ. ସାହୁଙ୍କୁ ପ୍ରତ୍ୟେକ ସ୍ଥାନରେ ବିପୁଳ ଜନସମର୍ଥନ ମିଳୁଥିବା ବେଳେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରି ସାରା ଦେଶରେ ଓଡ଼ିଶାର ଟେକ ରଖିବା ପାଇଁ ସର୍ବକାଳୀନ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ କରିବା ପାଇଁ ସେ କର୍ମୀଙ୍କୁ କହିଛନ୍ତି ।

ଯାହା ବିକାଶ ଓ ଉନ୍ନତୀ ମୂଳକ କାର୍ଯ୍ୟ ହେଉଛି, ତାହାକୁ ତ୍ୱରାନ୍ୱିତ କରିବା ପାଇଁ ଯୋଡ଼ି ଶଙ୍ଖରେ ମତଦାନ ପାଇଁ ସେ ଆହ୍ୱାନ ଦେଇଛନ୍ତି । ଆଜି ନୟାଗଡ଼ ବ୍ଲକର ବାଲିକୁଦିଆ, ସୁକଳଗାଡ଼ିଆ, ଆଙ୍କୁଲିପାଟଣା, କଦଳୀବସ୍ତ, ପାଲାଗୁଣ୍ଠୁଣି, ସଜନାପଡ଼ା, ସୁବଳୟା, ସାଲୁଣି, ଚୂଡ଼ାଖିଆ, ଖେଡ଼ବାରଣା ପ୍ରଭୃତି ସ୍ଥାନରେ ବିଧାୟକଙ୍କ ଶୋଭାଯାତ୍ରା ଓ ନିର୍ବାଚନ ପ୍ରଚାର ଅନୁଷ୍ଠିତ ହୋଇଯାଇଛି । ସାଂସଦ ପ୍ରାର୍ଥୀ ଅରୂପ କୁମାର ପଟ୍ଟନାୟକ ଜଣେ ସେବା ମନବୃତ୍ତିର ମଣିଷ । ସେ ଡେଲାଙ୍ଗ ମାଟିର ପୁଅ। ଉଭୟ ସାଂସଦ ଓ ବିଧାୟକଙ୍କୁ ବିପୁଳ ସଂଖ୍ୟାରେ ମତଦାନ ପାଇଁ ଉପସ୍ଥିତ ନେତା ଓ କର୍ମୀ ମତ ଦେଇଛନ୍ତି। ଏହି ନିର୍ବାଚନ ଶୋଭାଯାତ୍ରା ଓ ପ୍ରଚାରରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ସାମିଲ ହୋଇଛନ୍ତି।

Related posts