ନୟାଗଡ଼ରେ ବିଜେଡିର ମିଶ୍ରଣ ପର୍ବ, ବିରୋଧୀ ହେଉଛି ଦୁର୍ବଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି। ଏଇ କିଛି ଦିନ ଭିତରେ ବିରୋଧୀ ଦଳର ୧୯୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ। ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ସାରିଲେଣି ନେତା ମାନେ। ଏହି ସମୟରେ ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି। ବିରୋଧୀ ଦଳର ବହୁ ପୁରୁଖା କର୍ମୀମାନେ ବିଜେଡିରେ ଯୋଗ ଦେଉଛନ୍ତି। ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି। ଇଟାମାଟି ଗ୍ରାମ ଜଗତିପାଟଣା ସାହିର ୱାର୍ଡ ମେମ୍ବର ପ୍ରକାଶ ମନ୍ଥନ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ସେହିପରି ଭାବେ ଘଡୁଆଳ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ରମେଶ ଜେନା, ପିତବାସ କଳସ ବିଜେଡିରେ ଯୋଗ ଦେଇଛନ୍ତି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସମସ୍ତଙ୍କୁ ସ୍ୱଗାତ କରିଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ, ଘଡୁଆଳ ସରପଞ୍ଚ ସଂଯୁକ୍ତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ବିଜୁ ଜନତା ଦଳକୁ ଅଧୀକ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ।

Related posts