ନୟାଗଡ଼ ନାଗରିକ ମଞ୍ଚର ଦାବୀ ନୟାଗଡ଼ରୁ ହାୱଡ଼ା ଏବଂ ବିଶାଖାପାଟଣାକୁ ଟ୍ରେନ ଚଲାଅ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗତ ୨୦୧୭ରୁ ନୟାଗଡ଼ ଜିଲ୍ଲା ରେଳ ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ ଅଦ୍ୟାବଧି ଅନେକ ଗୁଡ଼ିଏ ଦାବି ପୂରଣ ହୋଇ ପାରିନାହିଁ ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ଅଂଶ ସ୍ୱରୂପ ନୟାଗଡ଼ ଟାଉନ ଷ୍ଟେସନ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ଇତି ମଧ୍ୟରେ ଦୀର୍ଘ ୭ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇ ପାରିଲେ ନାହିଁ। କେବଳ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ ତିନୋଟି ଟ୍ରେନ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ ସୁବିଧା ନାହିଁ । ନୟାଗଡ଼ ଜିଲ୍ଲାରୁ ବ୍ୟବସାୟିକ କାର୍ଯ୍ୟ, ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟ…

Read More

କବି ଓ ସାହିତ୍ୟିକ ଗୌରାଙ୍ଗ ପ୍ରଧାନଙ୍କ ନବମ ଶ୍ରଦ୍ଧାଞ୍ଜଳୀ ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ଅସୁରିଢିପା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓଡ଼ିଶାର ଖ୍ୟାତନାମା ଆସୁକବି, ସାହିତ୍ୟିକ, ସାମ୍ୱାଦିକ, ସ୍ତମ୍ବକାର, ଜନପ୍ରିୟ ରାଜନେତା ତଥା ସମାଜସେବୀ ଗୌରାଙ୍ଗ ପ୍ରଧାନ(କନ୍ଦର୍ପ)ଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନବମ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବାଉଁଶିଆ ରଘୁନାଥପୁର ଶାସନସ୍ଥିତ ଆଶ୍ରୟ ର ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଦାସକାଠିଆ ଓ ପାଲା ମାଧ୍ୟମରେ ବନ୍ଦନା କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ ଗୌରାଙ୍ଗ ପ୍ରଧାନଙ୍କ ଜୀବନ ଶୈଳୀ ଉପରେ ବିଭିନ୍ନ କବି ତାଙ୍କର ନିଜ ନିଜର କବିତା ଆବୃତ୍ତି କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଆଶ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ସାହିତ୍ୟିକ ପ୍ରଫେସର ବିଜୟ କୁମାର ଚୌଧୁରୀ, ଶିକ୍ଷାବିତ ଅଶୋକ କୁମାର ନାୟକ,…

Read More

ସମୁଦ୍ରରେ ବୁଡ଼ି ଦୁଃସାହସିକତାର ପରିଚୟ ଦେଲେ ରଣପୁର ମାଟିର ପୁଅ

➡️ ଭାରତୀୟ ସେନା ତରଫରୁ ଆୟୋଜିତ ଆଡ଼ଭେଞ୍ଚର୍ସ ଟ୍ରେନିଂ କ୍ୟାମ୍ପରେ ରେକର୍ଡ କଲେ ଏବଂ ମା’ ମାଟି, ରାଜ୍ୟ ତଥା ଦେଶ ପାଇଁ ଯଶ ଆଣିଲେ। ➡️’ମୁଁ ମୋ ଦେଶ, ରାଜ୍ୟ, ଜିଲ୍ଲା ,ରଣପୁର ତଥା ମୋ ଜନ୍ମିତ ଗାଁ’ ଝାଡ଼ପଡାର ମର୍ଯ୍ୟାଦା ପାଇଁ କିଛି ବି ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି’ ବୋଲି କହିଲେ ଗିରିଜା ରଣପୁର, (ନୟାଗଡ଼ ଦର୍ପଣ): ଜଣେ ଓଡ଼ିଆ ଯବାନ ସାମରିକ ବିଭାଗର ସ୍କୁଭା ଡାଇଭିଂ ତାଲିମ ପ୍ରତିଯୋଗିତାରେ ସାରା ଭାରତରେ ୨ୟ ଓ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଦେଶ, ରାଜ୍ୟ, ଜିଲ୍ଲା ତଥା ନିଜ ଗାଁମାଟି ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ଜୁଲାଇ ୨୫, ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ରେଡକ୍ରସ ତରଫରୁ ତାଙ୍କୁ ସ୍ଵତନ୍ତ୍ର ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ…

Read More

ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରୋଗର ନିବାରଣ ପାଇଁ ସଚେତନତା ରାଲି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସକାଳେ ବିଭିନ୍ନ ରୋଗର ନିବାରଣ ପାଇଁ ଏକ ସଚେତନତା ରାଲି ସହରରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୭.୩୦ ମି. ସମୟରେ ଏହି ରାଲି ମ୍ୟୁନିସ୍‌ପାଲ୍‌ କାର୍ଯ୍ୟାଳୟରୁ ବାହାରିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସମାପନ ହୋଇଥିଲା। ସେଠାରେ ଆୟୋଜିତ ସଭାରେ ନିଜ ଓ ନିଜ ପରିବାର ପାଇଁ ବର୍ଷାଦିନେ ପରିମଳ ନିହାତି ସଫା ରଖିବାକୁ ବକ୍ତାମାନେ ଗୁରୁତ୍ବାରୋପ କରିଥିଲେ । ସେହିପରି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଭଳି ରୋଗର ନିରାକରଣ ପାଇଁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ମ୍ୟୁନିସପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଦିନବନ୍ଧୁ ଗୁରୁ, କାଉନସିଲର ମଞ୍ଜୁ ଗୁମାନ ସିଂ, ରୁଦ୍ରପ୍ରସାଦ ରଥ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବନମାଳି…

Read More

ସମର୍ପଣ ବୃଦ୍ଧାଶ୍ରମରେ ଫଳ ବାଣ୍ଟିଲେ ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କ ପାଇଁ ସହାୟ। ବହୁ ଅଭାବ ଅନାଟନ ଜୀବନ ନିର୍ବାହ କରୁଥିବା ତଥା ଅବହେଳିତ ନିଷ୍ପେଷିତ ବୃଦ୍ଧବୃଦ୍ଧା ମାନଙ୍କ ନିମିତ୍ତ ଏକ ନିର୍ଭର ଯୋଗ୍ୟ ଅନୁଷ୍ଠାନ ହେଉଛି ସମର୍ପଣ ବୃଦ୍ଧାଶ୍ରମ । ବହୁ ବଦାନ୍ଯ ବ୍ଯକ୍ତି ମାନଙ୍କର ଅକୁଣ୍ଠିତ ସାହାଯ୍ୟ ସହଯୋଗରେ ବେଶ୍ ଆନନ୍ଦ ରେ ରହୁଛନ୍ତି ଏହି ଅନୁଷ୍ଠାନର ୨୫ ଜଣ ଅନ୍ତେବାସୀ ।ସେହି ବଦାନ୍ଯ ବ୍ଯକ୍ତି ମାନଙ୍କ ମଧ୍ଯରେ ଅନ୍ଯତମ ହେଉଛନ୍ତି ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ।ଆଜି ଶ୍ରୀମତୀ ସାହୁ ଦୁଇ ଝିଅ ଙ୍କୁ ସାଥିରେ ଆଣି ସମର୍ପଣ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଠା ବଣ୍ଟନ କରିବା ସହିତ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରପଞ୍ଚ ଶ୍ରୀମତୀ ସାହୁଙ୍କ ଏହି ବଦାନ୍ଯତା ପାଇଁ ସମର୍ପଣ…

Read More

ଉଦଯାପିତ ହେଲା ପଞ୍ଚଦିବସୀୟ ଇଂରାଜୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଭାଷା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ, ଭୁବନେଶ୍ୱର ଦ୍ୱାରା ଗତ ୫ଦିନ ଧରି ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା ପ୍ରାଥମିକ ଇଂରାଜୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଗତ ୨୨ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ ଯୋଗଦାନ କରି ଇଂରାଜୀ ଶିକ୍ଷା କ୍ଷେତ୍ରରେ ତାଲିମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ଭାଷା ପ୍ରଶିକ୍ଷଣ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ତଥା ବରିଷ୍ଠ ପ୍ରଶିକ୍ଷକ ଗଦାଧର ବେଉରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟସ୍ତରୀୟ ବରିଷ୍ଠ ପ୍ରଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ବିରଞ୍ଚି ନାରାୟଣ…

Read More

ସମର୍ପଣ ବୃଦ୍ଧାଶ୍ରମରେ ପିଠା ଓ ବସ୍ତ୍ର ବାଣ୍ଟିଲେ ଜିଲ୍ଲା ଶିକ୍ଷା ଅଧିକାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମକୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଳକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମାଆର ଭାବାନାକୁ ପୋଷଣ କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଅନ୍ତେବାସୀ ମାନଙ୍କ ପାଇଁ ଆରିଷା, କାକରା ଆଦି ପିଠା ପ୍ରସ୍ତୁତ କରି ଆଣିବା ସହିତ ସମସ୍ତ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଦାନ କରିଥିଲେ। ସାଥିରେ ଥିଲେ ବ୍ଳକ୍ ଶିକ୍ଷା ଅଧିକାରୀ। ଉଭୟ ଅଧିକାରୀ ଅନ୍ତେବାସୀ ମାନଙ୍କ ସହିତ ଦହୁ ସମୟ ଅତିବାହିତ କରି ଖୁସି ଅନୁଭବ କରିଥିଲେ। ସମର୍ପଣ କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ଓ ସଂପାଦକ ଶ୍ରୀଧର ସାହୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏତାଦୃଶ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ…

Read More

ବାଲୁଗାଁରେ ସେବା ଉତ୍ସବ, ମନମୋହିଲା ଓଡିଶୀ ନୃତ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -୨୦୨୪ ଆଜି ବାଲୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲୁଗାଁ ଅଂଚଳର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ଚପଲ ବଣ୍ଟନ କରିଯାଇଥିଲା। ଏହାପରେ ବାଲୁଗାଁ ଛକରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ବିଭିର୍ଣ୍ଣ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପରେ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୟାଗଡ଼ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲୁଗାଁର ଯୁବ…

Read More

ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗ ସଚେତନତା ସଭା ଏବଂ ସଫ୍ଟ ଟଏସ ପ୍ରଶିକ୍ଷଣ ଶିବିର

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣ କୁଳ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସଚେତନତା ସଭା ଏବଂ ସଫ୍ଟ୍ ଟୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦେଇଛନ୍ତି। ସେ ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ବିଷୟରେ ମତ ଦେଇଛନ୍ତି, ମୁଖ୍ୟ ବକ୍ତା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ ଦକ୍ଷତା ବିକାଶ ଦ୍ଵାରା ନିଯୁକ୍ତି ନିଶ୍ଚିତ ଓ ଶିକ୍ଷା ବ୍ୟର୍ଥ ନୁହେଁ ବୋଲି କହିଛନ୍ତି। ସେହିପରି ଜିଲ୍ଲା ଶ୍ରମ ଓ ନିଯୁକ୍ତି ବିଭାଗ ଅଧିକାରୀ ପ୍ରଶାନ୍ତ ମଲ୍ଲିକ ଧନ୍ଦାମୂଳକ ଶିକ୍ଷା ଦ୍ଵାରା ଶିକ୍ଷାର୍ଥୀ କିପରି ଓ କେଉଁ କେଉଁ ନିଯୁକ୍ତି ପାଇପାରିବେ…

Read More

ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ବୃକ୍ଷ ରୋପଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ଅଧ୍ୟକ୍ଷ, ପ୍ରସନ୍ନ କୁମାର ବସନ୍ତିଆଙ୍କ ନେତୃତ୍ୱ ରେ ଓ ପି. କେ. ଦାସ ରେଲୱେ ଅଧିକାରୀ ଙ୍କ ସହଯୋଗ ରେ ରେଲୱେ କଲୋନୀ ନୟାଗଡ ଠାରେ ବୃକ୍ଷ ରୋପଣ ହୋଇଯାଇଛି। ଏଥି ନିମନ୍ତେ ବିଭିନ୍ନ ପ୍ରକାରର ଚାରା ଯଥା – ଆମ୍ବ, ଓଉ, ଆତ, ଅଶୋକ, ଅର୍ଜୁନ, ମେହଗାନି, ମହାଲିମ୍ବ, କରଞ୍ଜ ପ୍ରଭୃତି ବୃକ୍ଷ ରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ,କାମାକ୍ଷା ପ୍ରସାଦ ଦାଶ, ଅନାଦି ଚରଣ ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ଉଦୟନାଥ ନାୟକ, ଅବିନାଶ ସାହୁ, ଶ୍ରୀଧର ସାହୁ,ଲଷ୍ମୀକାନ୍ତ ଦାସ, ଗୋବିନ୍ଦ ସାହୁ ପ୍ରଭୃତି ଅଂଶଗ୍ରହଣ କରିଥିଲେ। ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ ଯେ, ଗଛ ବଞ୍ଚିଲେ…

Read More