ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଭାସି ଯୋଗେ ଯୋଡ଼ି ହୋଇଥିବା ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କରିଥିବା ପରିବାରଙ୍କୁ ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ “ସୁରଜ୍ ଆୱାର୍ଡ” ସହ ଆର୍ଥିକ ପ୍ରୋତ୍ସାହନ ରାଶି ଡିମାଣ୍ଡ ଡ୍ରାଫ୍ଟ ଆକାରରେ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାରେ ଓସ୍ୱାନ ଭିଡିଓ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଶାନ୍ତ କୁମାର ଦାସ, ଡେପୁଟି କଲେକ୍ଟର, ତପତି ରାଜ, ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଡି ହୋଇଥିଲେ। ନୟାଗଡ଼ ପୁରୁଣା ସହର ସ୍ଥିତ ଦାଣ୍ଡ ସାହିର ସ୍ୱର୍ଗତ ଶିବୁନ ସିଦ୍ଧାର୍ଥ ସାହୁଙ୍କର ଅଙ୍ଗ, ଲିଭର ପ୍ରଦାନ କରିଥିବାରୁ ତାଙ୍କ ମା ଜୟନ୍ତୀ ସାହୁଙ୍କୁ “ସୁରଜ୍ ଆୱାର୍ଡ”…
Read MoreCategory: ନୟାଗଡ଼ ବ୍ଲକ
ନୟାଗଡ଼ରେ “ହର୍ ଘର୍ ତ୍ରିରଙ୍ଗା, ହର୍ ଘର୍ ସ୍ବଚ୍ଛତା” ଅଭିଯାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ତରଫରୁ ଆଜି “ହର୍ ଘର୍ ତ୍ରିରଙ୍ଗା, ହର୍ ଘର୍ ସ୍ବଚ୍ଛତା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାଉନସିଲର, କାର୍ଯ୍ୟାଳୟ କର୍ମଚାରୀ, ବରିଷ୍ଠ ନାଗରିକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମାର୍କେଟ ଓ ସ୍ଵଚ୍ଛତା ସଂଗଠନର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଅଭିଯାନରେ ସାମିଲ୍ ହୋଇ ପ୍ରତି ଘରେ, ପ୍ରତି ଦୋକାନୀଙ୍କୁ ପତାକା ବଣ୍ଟନ କରିବା ସହିତ ସଚେତନତାର ବାର୍ତ୍ତା ଓ ସ୍ଲୋଗାନ ଦେଇଥିଲେ । ପ୍ରତି ସରକାରୀ-ବେସରକାରୀ ଓ ଦୋକାନ ଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବାକୁ ପରାମର୍ଶ ଦିଆଯାଇଥିଲା । ଆଜି ସକାଳ ୮ଟା ସମୟରେ ଏହି ସଚେତନତା ପଦଯାତ୍ରା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଠାରୁ ବାହାରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଓ ସେଠାରୁ ମାର୍କେଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ପର୍ଯ୍ୟନ୍ତ ପଦଯାତ୍ରା…
Read Moreନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି କେଶବଚନ୍ଦ୍ର ରାଉତରାୟ ଉପସ୍ଥିତ ରହି ରକ୍ଷା ବନ୍ଧନର ମହତ୍ତ୍ଵ ବର୍ଣ୍ଣନା କରିଥିଲେ ଏବଂ ବର୍ତ୍ତମାନ ସମାଜରେ ସଂସ୍କୃତିର ଉତ୍ଥାନ କରି କଳୁଷିତ ସମାଜକୁ ଶୃଙ୍ଖଳିତ କରିବାର ଦାଇତ୍ୱ ଶିଶୁଙ୍କ ଉପରେ ନ୍ୟସ୍ତ ବୋଲି ମାର୍ଗଦର୍ଶନ ଦେଇଥିଲେ। ସଂପାଦକ ଭାସ୍କର ଚନ୍ଦ୍ର ସାହୁ, ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଭାଇ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁନ୍ଦର କରିଥିଲେ। ପରେପରେ ଲେଖନପୁର ଗ୍ରାମରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା।
Read Moreନୟାଗଡ଼ ଗାୟତ୍ରୀ ଶକ୍ତିପୀଠରେ ଶ୍ରାବଣୀ ପର୍ବ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରାବଣୀ ପର୍ବରେ ଦ୍ବିଜତ୍ବ ସଙ୍କଳ୍ପର ନବୀକରଣ କରାଯାଏ। ଏଥିପାଇଁ ପରମ୍ପରାଗତ ଢଙ୍ଗରେ ଲୋକେ ଏକତ୍ରିତ ହୋଇ ତୀର୍ଥ ଆବାହନ କରନ୍ତି। ଦଶସ୍ନାନ, ହେମାଦ୍ରୀ ସଂକଳ୍ପ ଏବଂ ତର୍ପଣ ଆଦି କର୍ମ କରି ଶ୍ରାବଣୀ ପର୍ବ ପାଳନ କରନ୍ତି। ଶ୍ରାବଣୀ ପର୍ବରେ ପୁରାତନ ପଇତାକୁ ବଦଳା ଯାଇ ନୂତନ ପଇତା ଧାରଣ କରାଯାଏ। ପ୍ରାୟଶ୍ଚିତ୍ତ ସଂକଳ୍ପ ପଢାଯାଏ, ପୂର୍ବରୁ କରାଯାଇଥିବା ଅବାଞ୍ଛନୀୟତାର ପ୍ରାୟଶ୍ଚିତ୍ତ ବିଧାନ କରାଯାଏ। ଶ୍ରାବଣୀ ପର୍ବ ବ୍ରାହ୍ମଣତ୍ୱର, ଋଷିତ୍ବର ଅଭିବର୍ଦ୍ଧନ ପର୍ବ। ସଦଜ୍ଞାନ ଓ ସତକର୍ମର ଯଦି କେଉଁଠି ଖଣ୍ଡନ ହୋଇଛି ତେବେ ତାହାକୁ ପ୍ରାୟଶ୍ଚିତ୍ତ କରି ଉଚ୍ଚ ଆଦର୍ଶବାଦୀ ଜୀବନକୁ ଅଧିକ ତେଜସ୍ବୀ କରିବା ପାଇଁ ଏହି ପର୍ବରେ ଆତ୍ମସଂକଳ୍ପ ଏବଂ ପରମାତ୍ମ ଅନୁଦାନକୁ ଯୋଗ କରିବାର ବିଧାନ କରାଯାଇଥାଏ। ଏହି ମର୍ମରେ ନୟାଗଡ଼ ଷ୍ଟାଡିୟମ ନିକଟସ୍ଥ ଗାୟତ୍ରୀ ଶକ୍ତିପୀଠରେ…
Read Moreପାଣିପୋଇଲା ଶିଶୁମନ୍ଦିରରେ ବିଜ୍ଞାନମେଳା ଓ କଣ୍ଢେଇମେଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପାଣିପୋଇଲା ଶିଶୁମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଓ ପୂର୍ବପ୍ରାଥମିକ ବିଭାଗର ଶିଶୁମାନଙ୍କର କଣ୍ଢେଇମେଳା ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାର ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାମୋହନ ପତି, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଯୋଗଦେଇ ଶିଶୁମାନେ ବିଜ୍ଞାନ ଅନୁସନ୍ଧିଛୁ ହେଲେ ଭବିଷ୍ୟତର ସୁନାଗରିକ ହୋଇପାରିବେ ବୋଲି ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ସମ୍ପାଦକ ମନୋରଞ୍ଜନ ପଣ୍ଡା ଉତ୍ସବ ଓ ପ୍ରତିଯୋଗିତାଦ୍ୱାରା ଶିଶୁଙ୍କ ମନ ପ୍ରଫୁଲ୍ଲିତ ହେବା ସହିତ ପୂର୍ଣ୍ଣାଙ୍ଗ ବିକଶିତ ହେବାରେ ସହାୟକ ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତ ପ୍ରତିଭାଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଶିଶୁମାନଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରାଇବା ପାଇଁ ଶ୍ରମ, ସମୟ ଦେଇ ସହାୟତା କରିଥିବା ସମସ୍ତ ପିତା, ମାତା,…
Read Moreଆଦର୍ଶ ଶିକ୍ଷକଙ୍କ ଅବସର ଗ୍ରହଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ଶିକ୍ଷକତା ପରି ଏକ ପବିତ୍ର ବୃତ୍ତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ସାରା ଜୀବନ ଆତ୍ମସନ୍ତୋଷ ଲାଭ କରିଥାଏ ବୋଲି ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଭୂଗୋଳ ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ଡାକୁଆଙ୍କ ଉତ୍ସର୍ଗୀକୃତ ଏବଂ କର୍ତ୍ତବ୍ୟ ପରାୟଣତା ସମ୍ପର୍କରେ ସବିସ୍ତୃତ ତଥ୍ୟ ଉପସ୍ଥାପନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ…
Read Moreନବଘନପୁର ନିକଟରେ ସିଭିଲ ସୋସାଇଟି ପକ୍ଷରୁ ବୃକ୍ଷରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଞ୍ଚଳିକ ପରିବହନ ବିଭାଗ ଏବଂ ସିଭିଲ ସୋସାଇଟି ନୟାଗଡ଼ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଆଜି ନବଘନପୁର ସ୍ଥିତ ଫିଟନେସ ସେଣ୍ଟର ଅନୁଷ୍ଠାନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେ ବିଭିନ୍ନ ଫଳ ପ୍ରଦାନକାରୀ ଗଛ ଲଗାଇଥିଲେ। ଏହି କାର୍ଯ୍ୟକ୍ରମରେ ସିଭିଲ ସୋସାଇଟି ନୟାଗଡ଼ର ଚେୟାରମ୍ୟାନ ସହିତ ସଦସ୍ୟମାନେ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
Read Moreଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ନୟାଗଡ଼ ଏନଏସି ହାଇସ୍କୁଲ ସଭା ଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଅଭିଭାବକମାନଙ୍କୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ “ଆସ ସ୍କୁଲ ଯିବା” ଅଭିଯାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ବାଳିକା ମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଚେତନତା ଓ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ସୁନିଶ୍ଚିତକରିବା,ମା’ଙ୍କ ପାଇଁ ଗଛ ଟିଏ, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନର ବ୍ୟବସ୍ଥା,ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା ସହିତ ସ୍ବଚ୍ଛତା ପକ୍ଷ ପାଳନ,ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଆଦି ଉପକରଣ ବିତରଣ, ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଗଠନରେ ପିତାମାତାଙ୍କ ଭୂମିକା,…
Read More“ଆମ ବିଦ୍ୟାଳୟ ଆମ ଗୌରବ”ର ସଂକଳ୍ପ ନେଲେ ଅଭିଭାବକ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ରାଜ୍ୟସ୍ତରୀୟ ଦ୍ଵିତୀୟ ଅଭିଭାବକ ଓ ଶିକ୍ଷକ ସଂଘର ବୈଠକ ପୁରାତନ ସଭାପତି ତଥା ବର୍ତ୍ତମାନ କମିଟିର ବରିଷ୍ଠ ସଦସ୍ୟ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଶତାଧିକ ଅଭିଭାବକ ଉପସ୍ଥିତ ହୋଇ ସରକାରଙ୍କ ପ୍ରଦତ୍ତ ବିଷୟବସ୍ତୁ ଉପରେ ସନ୍ତୋଷଜନକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ସ୍ବାଗତକରି ବୈଠକର ଆଭିମୁଖ୍ୟ ପ୍ରଦାନ୍ କରିଥିଲେ। ପରେ ପରେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସରକାରଙ୍କ ସୂଚିତ ବିନ୍ଦୁ ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ତତ୍ ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସମେତ ମଧ୍ୟାହ୍ନ ଭୋଜନ ଉପରେ ଆଲୋଚନା ହୋଇଥିଲା। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସନ୍ତୋଷ…
Read Moreସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଜ଼ିଲ୍ଲା ଶିଶୁସୁରକ୍ଷା ଅଧକାରୀ ସିବିୟନ ପ୍ରଧାନଙ୍କ ନେତୃତ୍ବରେ ୧୦୯୮ ଟୋଲ ଫ୍ରି ନମ୍ବର ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାଇଲ୍ଡ ହେଲ୍ପ ଲାଇନର କାଉନସିଲର୍ ଚନ୍ଦ୍ରଶେଖର ବେହେରା, କେଶ ୱାର୍କର ଗୌରବ ରାଉତ ଯୋଗଦେଇ ୧୦୯୮ ଟୋଲ ଫ୍ରି ନମ୍ବରର କାର୍ଯ୍ୟକାରିତା, ଶିଶୁମାନଙ୍କ ପୃଷ୍ଠପୋଷକତା ଓ ଆଇନର କାର୍ଯ୍ୟକାରିତା ବାଲ୍ୟ ବିବାହ, ଶିଶୁଚାଳନ, ଶିଶୁ ଶ୍ରମିକ, ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁ ବିଷୟରେ ଆଲୋକପାତ କରିଥିଲେ। ସୋଲପଟା ବିଦ୍ୟାଳୟର ୧୦୦ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଭିଡ଼ିଓ ପରିବେଷଣ କରା ଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବାଲ୍ୟ ବିବାହ ନକରିବା ନିମନ୍ତେ ଏକ ବାଲ୍ୟ ବିବାହ ଶପଥ ପାଠ କରାଯାଇଥିଲା। ସୋଲପଟା ଉଚ୍ଚପ୍ରାଥମିକ…
Read More