ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ଏବଂ ନବକଳେବର ରଥ ଚକ ସ୍ଥାପନ କମିଟିର ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ପ୍ରାଣକୃଷ୍ଣ ମହାରଣା,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଦେବୋତ୍ତର ପରିଚାଳକ ତାପସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ଗୋପୀନାଥ ସେଠି, ଅଶୋକ ମଲ୍ଲ ଭଜନ କାର୍ଯ୍ୟକ୍ରମକୁ …
Read MoreCategory: ନୟାଗଡ଼ ବ୍ଲକ
ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ; ୪୧ ୟୁନିଟ୍ ରକ୍ତଦାନ ସହ ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ସେବା, ସାମାଜିକ ଦାୟିତ୍ୱବୋଧ ଓ ସାଙ୍ଗଠନିକ ଏକତାର ବାର୍ତ୍ତା ନେଇ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ କମ୍ ଡିଇଓମାନେ ସ୍ୱେଚ୍ଛାକୃତ ଭାବେ ୪୧ ୟୁନିଟ୍ ରକ୍ତଦାନ କରି ସମାଜ ପ୍ରତି ନିଜର ଦାୟିତ୍ୱବୋଧର ପରିଚୟ ଦେଇଥିଲେ। ନୟାଗଡ଼ ଜିଲ୍ଲା ରକ୍ତଭଣ୍ଡାର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ବିଶିଷ୍ଟ ଶିକ୍ଷାବିତ୍ ଧୀରେନ୍ଦ୍ର ପଟ୍ଟନାୟକ ଓ ଡାକ୍ତର ମୋନାଲିସା ସ୍ୱାଇଁ ଉଦ୍ଘାଟନ କରିଥିଲେ। ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବା ସମୟରେ ସଂଘ ପକ୍ଷରୁ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଏହା ସହିତ ସଂଘ ପକ୍ଷରୁ ନୟାଗଡ଼ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ମଧ୍ୟାହ୍ନ…
Read Moreଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ନିଷ୍କ୍ରିୟତା ଅଭିଯୋଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେସ୍ ନମ୍ବର ୨୧୮/୨୦୨୬କୁ ନେଇ ନୂଆ ମୋଡ଼ ଆସିଛି। ଘଟଣାରେ ଗୁରୁତର ଆହତ ହୋଇଥିବା କଣ୍ଟାବଣିଆ ଗ୍ରାମର ଗୋବିନ୍ଦ ମହାନ୍ତିଙ୍କ ପରିବାର ପକ୍ଷରୁ ପୋଲିସର ନିଷ୍କ୍ରିୟତା ଏବଂ ଚିକିତ୍ସାରେ ଅବହେଳା ନେଇ ଗୁରୁତର ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ୧୯ ଜୁନ୍ ୨୦୨୬ ଭୋର ସମୟରେ ଗୋବିନ୍ଦ ମହାନ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପାଲାଗୁଣ୍ଠୁଣି ତୋଟାରେ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ଏବଂ ପରବର୍ତ୍ତୀ ସମୟରେ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରିବାରର ଅଭିଯୋଗ…
Read Moreବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଲେ ନୟାଗଡ଼ବାସୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଆଜି “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ସିଧା ପ୍ରସାରଣ (ଲାଇଭ୍ ଟେଲିକାଷ୍ଟ) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗତ ଦୁଇ ବର୍ଷର ଶାସନକାଳୀନ ସଫଳତା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ରାଜ୍ୟର ଭବିଷ୍ୟତ ବିକାଶ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଭିତ୍ତିଭୂମି ବିକାଶ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ପୌରପରିଷଦର ବହୁ କାଉନସିଲର, ମୁନିସିପାଲିଟି ଅଞ୍ଚଳର ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଏବଂ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।…
Read Moreନୟାଗଡ଼ ମୁନିସିପାଲିଟିରେ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଠିକ୍ ଭାବେ ଚାଲିନଥିବା ଅଭିଯୋଗ କଲା କଂଗ୍ରେସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟ ସଠିକ୍ ଭାବେ ପରିଚାଳିତ ହେଉନଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁତର ଅଭିଯୋଗ ଉଠାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି ଯେ, ନୟାଗଡ଼ ମୁନିସିପାଲିଟିର ୭୭ ନମ୍ବରରୁ ୯୪ ନମ୍ବର ବୁଥ ପର୍ଯ୍ୟନ୍ତ ଅଧିକାଂଶ ବିଏଲଓ ଏପର୍ଯ୍ୟନ୍ତ ୫୦ ପ୍ରତିଶତ ଘରକୁ ଯାଇନାହାନ୍ତି କିମ୍ବା ପୋଲିଂ ବୁଥରେ ଉପସ୍ଥିତ ରହୁନାହାନ୍ତି। ଶ୍ରୀ ଦାଶଙ୍କ ଅଭିଯୋଗ ଅନୁଯାୟୀ, ବିଏଲଓମାନେ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବିଏଲଏ-୧ ଓ ବିଏଲଏ-୨ଙ୍କ ସହ ଆଲୋଚନା କରୁନାହାନ୍ତି। ବରଂ ଘରେ ବସି କିଛି ନିର୍ଦ୍ଦିଷ୍ଟ ଦଳର ବିଏଲଏଙ୍କ ପରାମର୍ଶରେ ମନଇଚ୍ଛା ଫର୍ମ ପୂରଣ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ନିଯୁକ୍ତ ବିଏଲଏ-୧…
Read Moreପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ଅଭିଭାବକ ସମ୍ମିଳନୀ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ମା ଘାଟି ଠାକୁରାଣୀ କଲ୍ୟାଣ ମଣ୍ଡପ, ଯୋଗିଆପଲ୍ଲୀ ଠାରେ ଶିଶୁର ସାମଗ୍ରିକ ବିକାଶରେ ଅଭିଭାବକମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ ଆଲୋଚନା ଚକ୍ରରେ ବିଦ୍ୟାମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡା ବିଦ୍ୟାମନ୍ଦିରର ବାର୍ଷିକ ଯୋଜନା, ବିଦ୍ୟାଳୟର ଵିଧି ବ୍ୟବସ୍ଥା ଏବଂ ବିଦ୍ୟାମନ୍ଦିରର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ | ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗକଵି ତଥା ବିଶିଷ୍ଟ ଶିକ୍ଷାବିତ୍ ରବିନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ଶିଶୁଙ୍କର ଶୈକ୍ଷିକ ବିକାଶରେ ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହିତ ଅଭିଭାବକମାନେ ପ୍ରତିଦିନ ଶିଶୁଙ୍କ ସହ କିଛି ସମୟ ଅତିବାହିତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ | ମୁଖ୍ୟବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ୍…
Read Moreଭଞ୍ଜପୀଠ ମାଳିସାହିରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହି ଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ପବିତ୍ର ସୁବୁଦ୍ଧି, ସମ୍ମାନିତ ଅତିଥି ଭାବେ ପଶ୍ଚିମବଙ୍ଗ ୟୁକୋ ବ୍ୟାଙ୍କର ଡିଜିଏମ୍ ରମେଶ କୁମାର ସାହୁ ଯୋଗଦେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହି ଉପରେ ଆଲୋଚନା କରିଥିଲେ। ଏପରିକି ଅନାଲୋଚିତ ହୋଇ ରହିଥିବା ଏଭରି ଏକ ପବିତ୍ର ପୀଠର ଉନ୍ନତିକରଣ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇ ଥିଲା। ମୁଖ୍ୟବକ୍ତା…
Read Moreନୟାଗଡ଼ରେ ଉତ୍ସାହର ସହ ପାଳିତ ହେଲା ରଜ ପର୍ବ, ସାମିଲ ହେଲେ ବିଧାୟକ ଡ଼ ଅରୁଣ ସାହୁ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଲୋକପ୍ରିୟ ଗଣପର୍ବ ରଜ ଅବସରରେ ନୟାଗଡ଼ରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ନୟାଗଡ଼ ବିଧାୟକ ଅରୁଣ ସାହୁ ବିଭିନ୍ନ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ରଜ ପର୍ବ ପାଳନ କରିଥିଲେ। ଏହି ଅବସରରେ ସେ ରଜ ଦୋଳି ଖେଳିବା ସହ ପୋଡ଼ ପିଠା ଓ ରଜ ପାନର ସ୍ୱାଦ ଉପଭୋଗ କରିଥିଲେ। ରଜ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସଭ୍ୟତାର ଏକ ଅନନ୍ୟ ପର୍ବ ହୋଇଥିବା ବେଳେ ଏହା ମାଟି ଓ ମେଘର ମିଳନର ପ୍ରତୀକ ଭାବେ ପରିଚିତ। ଏହି ପର୍ବରେ କୁମାରୀ ଓ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି, ପାଦରେ ଅଳତା ଲଗାଇ ଦୋଳି ଖେଳିବା ସହ ବିଭିନ୍ନ ପାରମ୍ପରିକ ଖେଳରେ ଭାଗ ନେଇଥାନ୍ତି। ଘରେ ଘରେ ପୋଡ଼ ପିଠା, ମଣ୍ଡା, ଆରିସା ଭଳି ବିଭିନ୍ନ ସୁସ୍ୱାଦୁ…
Read Moreଜନ ଶିକ୍ଷଣ ସଂସ୍ଥାନ, ନୟାଗଡ଼ରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ (World Day Against Child Labour) ଅବସରରେ ଆଜି ନୟାଗଡ଼ ସହରର ବାରମାସୀ ଲେନ୍ସ୍ଥିତ ଜନ ଶିକ୍ଷଣ ସଂସ୍ଥାନ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଶ୍ରମ ବିରୋଧରେ ସମାଜରେ ସଚେତନତା ସୃଷ୍ଟି ଏବଂ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତି ନୟାଗଡ଼ର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଏବଂ ଅବିନାଶ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମନୋଜ କୁମାର ସେଠି ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମ ଅଧିକାରୀ ସନ୍ଧ୍ୟାରାଣୀ ସାହୁ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସର ଉଦ୍ଦେଶ୍ୟ ଓ ତାହାର ସାମାଜିକ…
Read Moreଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ସାଇକେଲ ରାଲି, ଗ୍ରାମବାସୀଙ୍କୁ ଦିଆଗଲା ପରିବେଶ ସୁରକ୍ଷା ବାର୍ତ୍ତା
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ସାଇକେଲ ଦିବସ ଅବସରରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ଭାଗିରଥୀ ହାଇସ୍କୁଲ ପକ୍ଷରୁ ଏକ ସଚେତନତାମୂଳକ ସାଇକେଲ ରାଲି ଆୟୋଜିତ ହୋଇଛି। ଜୁନ୍ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ୱ ସାଇକେଲ ଦିବସ ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନୂତନ ଭାବେ ଯୋଗଦେଇଥିବା ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରୀପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସାଇକେଲ ଧରି ଗ୍ରାମ ପରିକ୍ରମା କରିଥିଲେ। ରାଲି ସମୟରେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେବା ସହ ସାଇକେଲ ବ୍ୟବହାରର ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ରାଲିରେ ଅଂଶଗ୍ରହଣକାରୀମାନେ ସାଇକେଲ ଚଳାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପେଟ୍ରୋଲ-ଡିଜେଲ ଭଳି ଇନ୍ଧନର ବ୍ୟବହାର କମିବା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସାଇକେଲ ଏକ ପରିବେଶ…
Read More