ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପୁରୁଣା ରାଜବାଟୀ ପରିସରରେ ଆଜି ଏକ ଉତ୍ସାହପୂର୍ଣ୍ଣ ରାଜନୈତିକ ପରିବେଶ ସୃଷ୍ଟି ହୋଇଥିଲା। ନବଘନପୁର ଗ୍ରାମର ଯୁବନେତା କବିରାଜ ସାହୁଙ୍କ ନେତୃତ୍ୱରେ ପ୍ରାୟ ୩୫୦ରୁ ଅଧିକ ଯୁବକ ଘଡୁଆଳ ଠାରୁ ଏକ ବିଶାଳ ବାଇକ୍ ରାଲି କରି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପୁରୁଣା ରାଜବାଟୀକୁ ପାଛୋଟି ଆଣି ଭବ୍ୟ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ କବିରାଜ ସାହୁ ପ୍ରତ୍ୟୁଷାଙ୍କୁ ନବଘନପୁର ଗ୍ରାମ ପଞ୍ଚାୟତରେ ଏକ ବିରାଟ “ମିଶ୍ରଣ ପର୍ବ” ଆୟୋଜନ ପାଇଁ ତାରିଖ ଘୋଷଣା କରିବାକୁ ଅନୁରୋଧ କରିଥିଲେ। ପ୍ରତ୍ୟୁଷା ଏହି ଅନୁରୋଧକୁ ସ୍ୱୀକାର କରି ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ମିଶ୍ରଣ ପର୍ବରେ ନବଘନପୁର ଗ୍ରାମ ପଞ୍ଚାୟତର ପ୍ରାୟ ୨୦୦୦ରୁ ଅଧିକ ବିଜେଡି କର୍ମୀ ଓ ସମର୍ଥକ ବିଜେପିରେ ଯୋଗଦେବେ ବୋଲି ଦାବି କରାଯାଇଛି ।
