ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନୟାଗଡ଼,(୧୩/୦୮):- ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ସମସ୍ତ ବିଭାଗକୁ ତାଗିଦ କରିବା ସହ ପ୍ରତ୍ୟେକ ଦୁର୍ଘଟଣାର କାରଣ ଜାଣିବାକୁ ଚାହିଁଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ସମ୍ବିତ କୁମାର ଦୁର୍ଘଟଣାର କାରଣ ଓ ନିରାକରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପାଳ ତୁରନ୍ତ ବସଷ୍ଟାଣ୍ଡର ସ୍ଥାନାନ୍ତରୀକରଣ କରିବା ପାଇଁ ବସ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଟ୍ରକ ଆସୋସିଏସନର କର୍ମକର୍ତ୍ତା ନିଜର ଯାନବାହନ ରକ୍ଷଣା ବେକ୍ଷଣ ପାଇଁ ଏକ ଜମିର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଜିଲ୍ଲାପାଳ ଗୁଡ୍ ସାମରିଟାନ୍ ନିୟମ…

Read More

ପୁଲିସ ଦ୍ଵାରା ଦେଶୀ ମଦ ଜବତ, ଦୁଇ ଗିରଫ

ନୟାଗଡ,(୧୨/୦୮): ନୟାଗଡ଼ ସଦରଥାନା ପୁଲିସ ବୁଧବାର ରାତିରେ ୫୦ ଲିଟର ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଗାନ୍ଧୀନଗର ବାସିନ୍ଦା ପ୍ରଦୀପ୍ତ ମହାନ୍ତି ଏବଂ ରବିନ୍ଦ୍ର ଜେନା । ସଦରଥାନା ପୁଲିସ ବୁଧବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏମାନେ ବାଲୁଗାଁ ପଟୁ ନୟାଗଡ଼କୁ ଏକ ମୋଟର ସାଇକେଲ ଯୋଗେ ଆସୁଥିଲେ । ବାଇକରେ ଏକ ବସ୍ତା ଲୋଡ଼ ହୋଇଥିବା ଦେଖି ପୁଲିସର ସନ୍ଦେହ ହେବାରୁ ବାଇକକୁ ଅଟକାଇ ତନଖି କରିବାପରେ ସେମାନଙ୍କ ଠାରୁ ଏକ ବସ୍ତାରେ ୫ଶହ ଦେଶୀ ମଦ ପାଉଚ ଥିବା ଦେଖାଯାଇଥିଲା । ପୁଲିସ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

Read More

ଖୁବଶୀଘ୍ର ପୁଣିଥରେ ନୟାଗଡକୁ ଗଡିବ ରେଳ

ନୟାଗଡ଼,(୧୨/୦୮):- ଭୁବନେଶ୍ୱରରୁ ନୟାଗଡ଼ ମହୀପୁର ପର୍ଯ୍ୟନ୍ତ ପୁନଃ ରେଳ ଚଳାଚଳ କରିବା ଆଶା ସଞ୍ଚାର ହୋଇଛି । ଏଥିପାଇଁ ପୂର୍ବତଟ ରେଳପଥ ଉପମୁଖ୍ଯ ଯାତ୍ରୀ ପରିବହନ ପ୍ରବନ୍ଧକ ଖୋର୍ଦ୍ଧା ଡିଭିଜନର ଡିଭିଜନାଲ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ, ନୟାଗଡ଼ ଟାଉନ ଷ୍ଟେସନରୁ ସମସ୍ତ କର୍ମଚାରୀଙ୍କୁ କରୋନା ସମୟରେ ବାହାରକୁ ପଠାଇ ଦିଆଯିବା ସହ ରେଳ ଚଳାଚଳ ବାତିଲ କରାଯାଇଥିଲା । ଏନେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ନୟାଗଡ଼ ଷ୍ଟେସନକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ରେଳ ଚଳାଚଳ ନିମନ୍ତେ ବାରମ୍ବାର ଚିଠି ଲେଖି ଆସୁଥିଲେ। ତତ୍ ସହିତ ନୟାଗଡ଼ ଜିଲ୍ଲା କଂଗ୍ରେସ ମଧ୍ୟ ନୟାଗଡକୁ ପୁନଃ ରେଳ ଚଳାଚଳ ନକଲେ ଜଟଣୀ ଠାରେ ରେଳରୋକ କରିବାକୁ ଚେତାବନୀ ଦେଇଥିଲା।

Read More

ସୁରଜିତ(ବୁବୁନ)ର ୯ମ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର

ନୟାଗଡ଼,(୧୨/୦୮):- ଶ୍ରମିକ ନେତା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ପୁଅ ସୁରଜିତ(ବୁବୁନ)ର ୯ମ ଶ୍ରାଦ୍ଧ ବାର୍ଷିକରେ ଆଜି ନୟାଗଡ଼ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁଅ ମୃତ୍ୟୁରେ ଭାଙ୍ଗି ନପଡ଼ି ପ୍ରତ୍ୟେକ ବର୍ଷ ଶ୍ରୀକାନ୍ତ ପଟ୍ଟନାୟକ ଏବଂ ତାଙ୍କ ଧର୍ମପତ୍ନୀ ଗୀତାରାଣୀ ପଟ୍ଟନାୟକ ରକ୍ତଦାନ ଶିବିର ଆୟୋଜନ କରିଆସୁଛନ୍ତି । ଆଜିର ଏହି ଶିବିରରେ ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମାଜସେବୀ ଦାମୋଦର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ପିତା ଶ୍ରୀକାନ୍ତ ପଟ୍ଟନାୟକ, ମା’ ଗୀତାରାଣୀ ପଟ୍ଟନାୟକଙ୍କ ସମେତ ୧୪ ଜଣ ରକ୍ତଦାନ କରିଥିବା ସୂଚନା ମିଳିଛି।

Read More

ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ, ପ୍ରମୋଦ ପଟ୍ଟନାୟକଙ୍କୁ ରାଜ୍ୟ ସଭାପତି ଦାୟିତ୍ଵ

ନୟାଗଡ଼,(12/08):- ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଡ଼ଃ. ଜିମୁତ ମଙ୍ଗରାଜଙ୍କ ଅକାଳ ବିୟୋଗ ପରେ କାର୍ଯ୍ୟକାରିଣୀ ବୈଠକରେ ସର୍ଵସମ୍ମତି କ୍ରମେ ନୂତନ ରାଜ୍ୟ ସଭାପତି ଭାବେ ମନୋନୀତ ହେଲେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ। ଆଗାମୀ କର୍ମକର୍ତ୍ତା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ଵ ତୁଲାଇବା ପାଇଁ କାର୍ଯ୍ୟକାରିଣୀ କମିଟିରେ ନିଷ୍ପପତି ନିଆଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ବିଭିର୍ଣ୍ଣ ଜିଲ୍ଲାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Read More

ଅଣସ୍ୱୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ପଢ଼ୁଥିଲେ ହୋଇଯାଅନ୍ତୁ ସାଵଧନ

ନୟାଗଡ଼(୧୧/୦୮):- “ନୟାଗଡ଼ ଜିଲ୍ଲା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ସଂଘ” ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ତ୍ରିନାଥ ଛକସ୍ଥିତ ସତ୍ୟମ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମ୍ପ୍ୟୁଟର ଶିଖିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ବେଆଇନ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ନପଢ଼ିବା ପାଇଁ ସୂଚନା ଦିଆଯାଇଛି । ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲା କମ୍ପ୍ୟୁଟର ସଙ୍ଘର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ଉପସଭାପତି ଶିଶିର ରଞ୍ଜନ ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ସହସମ୍ପାଦକ ନିର୍ମଳ କୁମାର ହୋତା ପ୍ରମ୍ମୁଖ ଯୋଗ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ବ ବେଆଇନ କମ୍ପ୍ୟୁଟର ତାଲିମ କେନ୍ଦ୍ର ଖୋଲିଛି। ଉକ୍ତ ଅନୁଷ୍ଠାନମାନଙ୍କ ଲାଗି ଅନେକ ଛାତ୍ରଛାତ୍ରୀ ଚାକିରୀ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଛନ୍ତି । ରାଜ୍ୟରେ ଏବେ…

Read More

ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ବଦଳି ଦାବିରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ନୟାଗଡ଼,(୦୯/୦୮):- ନୟାଗଡ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଶାସକ ଦଳର ରାଜନେତାମାନଙ୍କ ବେନାମୀ ବେଆଇନ ଷ୍ଟୋନ କ୍ରସରକୁ ଜିଲ୍ଲାପାଳଙ୍କ ଅହେତୁକ ଅନୁକମ୍ପା ଜିଲ୍ଲାର ପାହାଡ଼, ମୁଣ୍ଡିଆ, ମାଙ୍କେଡା ପଥର, ଜଙ୍ଗଲ ମାଟି, ମୋରମ ଭଳି ପ୍ରାକୃତିକ ସମ୍ପଦ ଲୁଟିବାରେ ରୋକ ଦେବାରେ ବିଫଳ, ଗତ ୨ ବର୍ଷରେ ୨୦୦ କୋଟି ଟଙ୍କାର ମନରେଗା ପାଣ୍ଠି ବ୍ୟୟରେ ଅନିୟମିତତା ସହ ଦୁର୍ନୀତି, ଜିଲ୍ଲାରେ ବର୍ଷବର୍ଷ ଧରି ଜିଲ୍ଲାପାଳଙ୍କ ଜାଣତରେ ନିମ୍ନମାନର ଅଖାଦ୍ୟ ଚାଉଳ ବଣ୍ଟନ ଉପରେ ମିଲରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ତଥା ଆଗାମୀ ପଞ୍ଚାୟତ ନିର୍ବାଚନକୁ ସ୍ଵଛ ଓ ନିରପେକ୍ଷତା ପାଇଁ ଶିକ୍ଷକ ସରକାରୀ କର୍ମଚାରୀମାନଙ୍କ ପାଇଁ ତିନିବର୍ଷିଆ ବଦଳି ନୀତି କାର୍ଯ୍ୟକାରୀ କରାଇବାରେ ଜିଲ୍ଲାପାଳଙ୍କ ଆନ୍ତରିକତା ଅଭାବ ଏବଂ ସାଧାରଣ ଲୋକଙ୍କ ସମସ୍ୟା ବୁଝିବାରେ ବିଫଳ, କୋଭିଡ ମୃତକ…

Read More

ବିଭିନ୍ନ ବାମଦଳ ତରଫରୁ କ୍ରାନ୍ତି ଦିବସରେ ଶୋଭାଯାତ୍ରା ଓ ବିକ୍ଷୋଭ

ନୟାଗଡ଼,(୦୯/୦୮):- ସିଆଇଟିୟୁ, ଆଇଏନଟିୟୁସି, ଏସୟୁସିଆଇ, କ୍ଷେତ ମଜଦୁର ୟୁନିଅନ ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଆଜି କ୍ରାନ୍ତି ଦିବସରେ ଶୋଭାଯାତ୍ରା ଓ ବିକ୍ଷୋଭ ପଦର୍ଶନ କରି ୩୫ ଜଣ କର୍ମୀ ଗିରଫ ହୋଇଛନ୍ତି । କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ କଳା ଆଇନ, ଶ୍ରମିକ ବିରୋଧୀ ଶ୍ରମ କୋଡ, ଆକାଶ ଛୁଆଁ ବଜାର ଦରବୃଦ୍ଧି, ନୟାଗଡ଼ ଚିନିକଳକୁ ଚାଲୁ କରିବା, ବୃତଙ୍ଗ ଯୋଜନା ଓ ପଦ୍ମାବତୀ ବ୍ୟାରେଜ ଯୋଜନା କାର୍ଯ୍ୟକାରୀ କରିବା ଦାବିରେ ଏହି ସତ୍ୟାଗ୍ରହ ସଂଗଠିତ ହୋଇଥିଲା। କୃଷକ ଓ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରି ମୁଦୁଲି, ପବିତ୍ର ଇନ୍ଦ୍ରଜିତ, କୃଷ୍ଣଚନ୍ଦ୍ର ମହାପାତ୍ର, ଗଙ୍ଗାଧର ପଣ୍ଡା, ବିମଳ କୁମାର ଦାଶ, ଆଲୋକ ପ୍ରଧାନ, ଜ୍ୟୋତିପ୍ରଭା ଜେନା, ବୁଦ୍ଧି ନାୟକ, କପିଳ ସାହୁ, ଗୋବିନ୍ଦ ନାୟକ, ଭଗବତ ପ୍ରଧାନ, ବିଭୁତି…

Read More

ଜିଲ୍ଲାରେ ନିର୍ମାଣ ହେବ ୫ଟି ଇନଡୋର ଷ୍ଟାଡିୟମ

ନୟାଗଡ଼,(୦୯/୦୮): ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମୀ ବିକାଶ ନିମନ୍ତେ ସାରା ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାରି ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୫ଟି ଇନଡୋର ଷ୍ଟାଡିୟମ ପାଇଁ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି । ଏହା ମଧ୍ୟରେ ନୟାଗଡ଼ ପୈାରାଞ୍ଚଳ ସହିତ ଓଡ଼ଗାଁ, ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୪ ଟି ଇନ୍ଡୋର ଷ୍ଟାଡିୟମ ନିର୍ମାଣ ଅନୁମୋଦନ ମିଳିଛି । ଏହି ବହୁମୂଖୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବା ନେଇ ଘୋଷଣା କରିବା ଯିବା ପରେ ନୟାଗଡ଼ ଜିଲ୍ଲାରେ ଖୁସୀର ଲହରୀ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା…

Read More

ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମକର୍ତ୍ତା ସମ୍ମିଳନୀରେ ଦଳିୟ ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ

ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସୋସିଆଲ ମିଡିଆରେ ପ୍ରଚରା କର ନୟାଗଡ଼,(୦୮/୦୮):- ନୟାଗଡ଼ ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ସମ୍ମିଳନୀ ସ୍ଥାନୀୟ ଦଳିୟ କାର୍ଯ୍ୟାଳୟଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆୟୋଜିତ ଏହି କର୍ମକର୍ତ୍ତା ସମ୍ମିଳନୀରେ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବେହେରା ସଂଗଠନକୁ ମଜବୁତ କରିବାର ମନ୍ତ୍ର ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ…

Read More