‘ଫୋକସ୍ ଫାଉଣ୍ଡେସନ୍ ଲୋଗୋ’ ଉନ୍ମୋଚନ

ନୂଆଗାଁ(୨୨/୦୮): ସମାଜସେବା କ୍ଷେତ୍ରରେ ସାମିଲ ହୋଇଥିବା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମଧୁବନ ଫୋକସ୍ ଫାଉଣ୍ଡେସନ୍ ପକ୍ଷରୁ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଫାଉଣ୍ଡେସନ୍ ସଭାପତି ଦିନେଶ ବିଶ୍ୱାଳଙ୍କ ତତ୍ୱବଧାନରେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ଉନ୍ମୋଚନ କରାଯାଇଛି । ଫୋକସ୍ ଫାଉଣ୍ଡେସନର ସଦସ୍ୟମାନେ ଲୋଗୋକୁ ଉନ୍ମୋଚନ କରିବା ପାଇଁ ଅତିଥିମାନଙ୍କ ପାଖରେ ପହଞ୍ଚି ଫୋକସ୍ ଫାଉଣ୍ଡେସନର ଲୋଗୋ ଉନ୍ମୋଚନ କରିଥିଲେ । ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ସଦର ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ସ୍ପେଶାଲିଷ୍ଟ ଡ଼ ସିଦ୍ଧାର୍ଥ ଦାସ, ଡ଼ ସତ୍ରୁଘ୍ନ ନାୟକ, ଡ଼ ପ୍ରଶନ୍ନ ପ୍ରସାଦ ସାହୁ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ଅନୁରାଗ କୁମାର, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ନୂଆଗାଁ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକ, ତହସିଲଦାର ପ୍ରଳୟ ନନ୍ଦ ଶତପଥି, ଅତିରିକ୍ତ ବନଖଣ୍ଡ ଅଧିକାରୀ ଶ୍ୱେତାଲିନା ସାହୁ, ଅରବିନ୍ଦ ମହାନ୍ତି, ବ୍ଲକ୍ କନିଷ୍ଠ ଯନ୍ତ୍ରୀ ନେତ୍ର ରଂଜନ ମିଶ୍ର ପ୍ରମୁଖଙ୍କ ପାଖରେ ପହଞ୍ଚି ଫାଉଣ୍ଡେସନର ସଦସ୍ୟମାନେ ‘ଫୋକସ୍ ଫାଉଣ୍ଡେସନ୍ ଲୋଗୋ’କୁ ଉନ୍ମୋଚନ କରାଯାଇଛି ।

Related posts