‘ନୟାଗଡ଼ ଖବରକାଗଜ ବିତରକ ସଙ୍ଘ’ ଗଠିତ

ନୟାଗଡ଼,(୧୯/୦୮): ନୟାଗଡ଼ ସହର ଖବରକାଗଜ ବିତରକମାନଙ୍କ ଏକ ବୈଠକ ନୟାଗଡ଼ ପୁରୁଣା ସହରସ୍ଥିତ ପୁରୁଣାସହର ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । କାଶୀନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂମ୍ପାଦକ ତଥା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ । ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସଂଘ ଗଠନର ଆବଶ୍ୟକତା ଏବଂ ଗୁରୁତ୍ୱ ବିଷୟରେ ଶ୍ରୀଯୁକ୍ତ ପଟ୍ଟନାୟକ ଆଲୋଚନା କରିଥିଲେ। ସର୍ବ ସମ୍ମତି କ୍ରମେ ଆଜି ‘ନୟାଗଡ଼ ଖବରକାଗଜ ବିତରକ ସଂଘ’ ଗଠନ କରାଯାଇଛି । ସଂଘକୁ ସୁପରିଚାଳନା କରିବା ପାଇଁ ଉପଦେଷ୍ଟା ଭାବେ ଶ୍ରୀକାନ୍ତ ପଟ୍ଟନାୟକ, ସଭାପତି ଭାବେ କାଶୀନାଥ ମିଶ୍ର, ସମ୍ପାଦକ ଭାବେ ବୈକୁଣ୍ଠ ନାଥ ନାୟକ, କୋଷାଧ୍ୟକ୍ଷ ଭାବେ ପ୍ରଫୁଲ ଚନ୍ଦ୍ର ମହାପାତ୍ର, ସହ ସଂମ୍ପାଦକ ଭାବେ ଜଗନ୍ନାଥ ଆଚାର୍ଯ୍ୟଙ୍କ ନାମ ଚୟନ କରାଯାଇଛି । ଆସନ୍ତା ସୋମବାର ପୁଣି ସଂଘ ବୈଠକ ବସିବା ସହ ପରବର୍ତ୍ତୀ କାର୍ଯ୍ୟାପନ୍ଥା ସ୍ଥିର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଯୁବ ସାମ୍ବାଦିକ ତଥା ‘ସକାଳ’ର ଜିଲ୍ଲା ପ୍ରତିନିଧି ଅନିଲ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ସହରର ସମସ୍ତ ଖବର କାଗଜ ବିତରକ ଯୋଗ ଦେଇଥିବା ବେଳେ ସଂଗଠନରେ ଜିଲ୍ଲାର ସମସ୍ତ ବିତରକଙ୍କୁ ସାମିଲ କରିବା ପାଇଁ ଆଲୋଚନା ହୋଇଛି ।

Related posts