ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁ କନ୍ଯା ଦିବସ ରୋଟାରୀ କ୍ଲବ ତରଫରୁ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ବସିରନ ବିବି ଯୋଗଦେଇ ଝିଅମାନେ ନିଜକୁ ଦୁର୍ବଳ ନ ଭାବିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ସମାଜବିଜ୍ଞାନ ଅଧ୍ଯାପିକା ରିଙ୍କୁ ଖାଡେଙ୍ଗା କନ୍ଯା ସନ୍ତାନ ଟିଏ ଜନ୍ମ ହେଲେ ପିତାମାତା ମନଦୁଃଖ କରୁଥିବା ବେଳେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲାବେଳେ ପିତା ମାତା ଖୁସି…
Read MoreCategory: ନୟାଗଡ଼ ବ୍ଲକ
ବିଶ୍ୱ ମସ୍ତିଷ୍କ ସ୍ୱାସ୍ଥ୍ୟ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ସେବା” ପରିସରରେ ବିଶ୍ଵ ମସ୍ତିଷ୍କ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ପ୍ରଜ୍ଞା ପରମିତା ମହାପାତ୍ର, ସମ୍ମାନିତ ଅତିଥି ରୂପେ ବରିଷ୍ଠ ଦିୱାନି ବିଚାରପତି ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ଅନ୍ୟତମ ସମ୍ମାନିତ ଅତିଥିଭାବେ ‘ସେବା’ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା, ସମ୍ମାନିତ ଅତିଥିଭାବେ ‘ସେବା’ର ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ଓ ମୁଖ୍ୟ ବକ୍ତାଭାବେ ‘ସେବା ମାନସିକ ଅନଗ୍ରସର ବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ଯୋଗ ଦେଇଥିଲେ। ଉକ୍ତ କାର୍ଯକ୍ରମରେ ନିମନ୍ତ୍ରିତ ଅତିଥି ଗଣ ମାନସିକ ଅନଗ୍ରସର ଶିଶୁ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଥିବା ସୁବିଧା, ସୁଯୋଗ ଓ…
Read Moreପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶରଣକୁଳ ଅଡିଟୋରିୟମ ଗୃହରେ ସମସ୍ତ ପୁରାତନ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ। ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଏମ. ଦିନବନ୍ଧୁ ମହାପାତ୍ର, ରାମକୃଷ୍ଣ ପରିଡ଼ା ଅତିଥି ଭାବେ ଯୋଗଦେଇଥିବା ବେଳେ ଆଠଟି ବ୍ଳକର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧି ଏବଂ ଓଡ଼ଗାଁ ବ୍ଳକର ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ସମନ୍ୱୟ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନାୟକ, ଏକ୍ସ କ୍ୟାଡ଼ର ସଭାପତି ଜୟକୃଷ୍ଣ ପ୍ରଧାନ, ସମ୍ପାଦକ ଜଗନ୍ନାଥ ବାରିକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତିରଞ୍ଜନ ଦାଶ ଏବଂ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର…
Read Moreଗଣିଆରେ ‘ମୋ ସ୍କୁଲ ଅଭିଯାନ’ର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ. ଅରୁଣ
ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପହଁଞ୍ଚି ‘ମୋ ସ୍କୁଲ ଅଭିଯାନ’ର ସମୀକ୍ଷା କଲେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ । ଗଣିଆ ଅଞ୍ଚଳର ଗର୍ବ ଓ ଗୌରବ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେଯେ, ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା । ଏହା କେବଳ ଅର୍ଥର କଥା ନୁହେଁ, ଏହା ସହଭାଗିତାର କଥା । ପୂରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭିତ୍ତିଭୂମିକୁ କେମିତି ସୁଦୃଢ଼ କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କେମିତି ଗୁଣାତ୍ମକ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା…
Read Moreରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ଅଣଦେଖା କରିଥିବା ଅଭିଯୋଗ କଲା ଜିଲ୍ଲା କଂଗ୍ରେସ
ଭାପୁର,(ନୟାଗଡ଼ ଦର୍ପଣ): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ ଅନୁସାରେ ଭାପୁର ବ୍ଲକର ଅଧ୍ୟକ୍ଷା ପଦବୀ ପୂରଣ ପାଇଁ ଉପନିର୍ବାଚନ ଆଜି ଭାପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀଭାବେ ନୟାଗଡ ତହସିଲଦାର ଶ୍ରୀ ଭିକାରୀ ସାହୁ ନିର୍ଦ୍ଧାରିତ ସମୟରେ ମନୋନୟନ ପତ୍ର ପ୍ରଦାନ କରିବା ପରେ ଅଧ୍ୟକ୍ଷା ପଦବୀ ପାଇଁ ସଂରକ୍ଷିତ ଅନୁସୂଚିତ ଜନଜାତି ବର୍ଗର ମହିଳା ଭାବେ କେନ୍ଦୁପଲ୍ଲୀ ପଞ୍ଚାୟତ ସମିତି ସଭ୍ୟା ଶାନ୍ତିଲତା ବେହେରା ତାଙ୍କର ପ୍ରସ୍ତାବକ ସମର୍ଥକଙ୍କ ସହ ଦୁଇ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଏହି ପଦବୀ ପାଇଁ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ନିର୍ବାଚନ ଅଧିକାରୀ ପ୍ରାର୍ଥୀ ପତ୍ର ଯାଞ୍ଚ କରି ସାରିବା ପରେ ଶାନ୍ତିଲତାଙ୍କ ପ୍ରାର୍ଥୀତ୍ୱ ବୈଧତା ରହିବା ପରେ ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ଯଦି ପ୍ରତିଦ୍ବନ୍ଦିତା ଆବଶ୍ୟକତା ଥାଏ ତେବେ ଭୋଟ…
Read Moreକୋଭିଡ଼ ନିୟମ ଅନୁସାରେ ପାଳିତ ହେବ ଦୁର୍ଗାପୂଜା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଦୁର୍ଗାପୂଜା ଉପଲକ୍ଷେ ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ କୋଭିଡ଼ ନିୟମ ପାଳନ କରି ଦୁର୍ଗାପୂଜା କରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପୂଜା କମିଟିମାନେ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ପାଇଁ ପ୍ରକାଶ କରିଥିଲେ । ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ କହିଲେ ଯେ, ସହରରେ ରାତ୍ରିକାଳୀନ କର୍ଫ୍ୟୁ ରାତ୍ର ୧୦ ଘଟିକା ଠାରୁ ସକାଳ ୫ଘଟିକା ପର୍ଯ୍ୟନ୍ତ ଜାରି ରହିବ । ପୂଜା କମିଟିମାନେ କୋଭିଡ଼ ନିୟମ ପାଳନ କରି କେବଳ ରୀତିନୀତି ଅନୁସାରେ ଦେବୀଙ୍କ ପୂଜା କାର୍ଯ୍ୟ ସଂପାଦନ କରିପାରିବେ । ପୂଜା ସ୍ଥଳରେ ୭ଜଣରୁ ଅଧିକ…
Read Moreଚୋରୀ ବୋଲେରୋ ଉଦ୍ଧାର, ଦୁଇ ଲୁଟେରା ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇ ଦିନ ତଳେ ନୟାଗଡ଼ ବାରମାସି ଦଣ୍ଡା ନିକଟରୁ ଚୋରୀ ହୋଇଥିବା ଏକ ବୋଲେରୋ ଗାଡିକୁ ନୟାଗଡ଼ ଟାଉନ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଲେଙ୍କୁଡ଼ିପଡ଼ା କାର୍ତ୍ତିକ ବିଶ୍ୱାଳଙ୍କ ଏତଲା କ୍ରମେ ଥାନା କେଶ ନମ୍ବର ୨୦୨/୨୧ମୂଳେ ଆପିସି ଧାରା ୩୭୯/୩୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା ଗ୍ରାମର ରାକେଶ ଓରଫ ବସନ୍ତ ଦଳେଇ (୨୪ବର୍ଷ) ଓ ଓଡ଼ଗାଁ ଥାନା ଅନ୍ତର୍ଗତ ନନ୍ଦିଘର ଗ୍ରାମର ଗଣେଶ ଓରଫ କାର୍ତ୍ତିକ ଓରଫ ଟିଲୁ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ସୂଚନା ଦେଲେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି।
Read Moreଯୋଗୀ ଆଦିତ୍ୟନାଥ ସରକାରର ଚାଷୀ ହତ୍ୟା ବିରୋଧରେ ପ୍ରତିବାଦ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅକ୍ଟୋବର ୩ତାରିଖରେ ଉତରପ୍ରଦେଶ ଲଷ୍ମୀପୁରର ଖେରି ଅଂଚଳରେ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ସାଂସଦ ଅଜୟ ମିଶ୍ରଙ୍କ ପୁଅ ଓ ତାର ଗୁଣ୍ଡା ବାହିନୀ ଗାଡି ଚଢେଇ ଯେଭଳି ୬ଜଣ କୃଷକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଓ ଆନ୍ଦୋଳନକାରୀ ଚାଷୀମାନଙ୍କ ଉପରେ ଯେଉଁ ଭଳି ବର୍ବରଚିତ ଆକ୍ରମଣ କରିଛନ୍ତି ତାର ପ୍ରତିବାଦରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସି ସମ୍ମୁଖରେ ସାଥୀ ଗୋଲକ ବିହାରୀ ମୁଦୁଲିଙ୍କ ସଭାପତିତ୍ୱରେ ଚାଷୀ ଓ ଶ୍ରମିକ ମାନଙ୍କ ତରଫରୁ ୨ଘଣ୍ଟା ପର୍ଯ୍ୟନ୍ତ ପ୍ରତିବାଦ ଓ ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି।ଏହି ପ୍ରତିବାଦ ଗଣଧାରଣାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତୃତ୍ୱ ମାନେ ବକ୍ତବ୍ୟ ଦେଇ ବିଜେପି ନେତୃତ୍ବାଧୀନ ଯୋଗୀ ଆଦିତ୍ୟ ନାଥ ସରକାରର ଚାଷୀ ହତ୍ୟାକାରୀ ନୀତିକୁ ତିବ୍ର ସମାଲୋଚନା କରିବା ସହ ହତ୍ୟାକାରୀ ଯୋଗୀ ଆଦିତ୍ୟ…
Read Moreୟୁନିଟେକ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ସବମ୍
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ୟୁନିଟେକ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ସବମ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗ ଦେବା ସହ ୟୁନିଟେକ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ଏବଂ ବାଉରୀ ବନ୍ଧୁ ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ସମାଜସେବୀ ପ୍ରମୋଦ ଚନ୍ଦ୍ର ପୃଷ୍ଟି ଓ ଚେୟାରମ୍ୟାନ ପ୍ରଦୀପ କୁମାର ପୃଷ୍ଟି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତ୍ତକ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ବଣ୍ଟନ ସହ ଡିପାର୍ଟମେଣ୍ଟଟପ୍ପର ମାନଙ୍କୁ ଉପଢୌକନ ଦେଇ ପୁରସ୍କୃତ କରଯାଇଥିଲା। ମୁଖ୍ୟ ଅତିଥି ଅଧ୍ୟକ୍ଷ ସୁରେଶ ପ୍ରଧାନ ପିଲାମାନଙ୍କୁ ଆଶୀର୍ବାଦ ଦେବା ସହ ସ୍ନାତ୍ତକ ପରେ କିଭଳି ନୂତନ ଜୀବନ ଅୟମାରମ୍ଭ କରିହେବ ତାହା ଉପରେ ଦିଗଦର୍ଶନ ଦେଇଥିଲେ । କଲେଜର ବିଭିନ୍ନ ବିଭାଗର ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଯଥା…
Read Moreପୈାରନିର୍ବାହୀ ଅଧିକାରୀଙ୍କ ଦ୍ଵାରା ୧୩୦ ଜଣ ସଫେଇ କର୍ମଚାରୀ ସମ୍ବର୍ଦ୍ଧିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱଚ୍ଛ ଭାରତ ମିଶନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ନୟାଗଡ଼ ପୈାର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି। ସହରକୁ ଅଳିଆ ଆବର୍ଜ୍ଜନାରୁ ମୁକ୍ତ ରଖିବା ଏହାର ମୂଳ ଲକ୍ଷ୍ୟ। ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫେଇ କର୍ମଚାରୀମାନେ ନିୟମିତ ନିଜନିଜର କାର୍ଯ୍ୟକୁ ସୂଚାରୁରୂପେ ତୁଲାଇଥିବା ଏବଂ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୧୩୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସମାରୋହରେ କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ, ରାଜସ୍ୱ ସୁପରଭାଇଜର କୈଳାସ ଚନ୍ଦ୍ର ଜେନା, ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, ‘ମୁକ୍ତା’ ସଂଯୋଜକ ଶିରୋମଣି ଧିରେନ୍ଦ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଫେଇ କର୍ମଚାରୀ ମାନଙ୍କ ନିଷ୍ଠା ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ୨୦୧୬…
Read More