ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ଭର୍ଚୁଆଲ୍ କବିତା ଆସର ଉଦଯାପିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଦୀର୍ଘ ସାତମାସ ଧରି ନୟାଗଡ଼ ଜିଲ୍ଲାର ପ୍ରତି ବ୍ଲକର କବି କବୟିତ୍ରୀମାନଙ୍କୁ ନେଇ ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦ କରିଆସୁଥିବା ଭର୍ଚୁଆଲ୍ କବିତା ଆସର ଆଜି ଉଦଯାପିତ ହୋଇଯାଇଛି। ଚଳିତ କବିତା ଆସରଟି ଶିଶୁ କବିତା ଆସର ନାମରେ ନୟାଗଡ଼ ବ୍ଲକର କବି କବୟିତ୍ରୀମାନଙ୍କୁ ନେଇ କରାଯାଇଥିଲା। ଉକ୍ତ ଆସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଶାର ପ୍ରଖ୍ୟାତ ଶିଶୁସାହିତ୍ୟିକ ଦାଶ୍ ବେନହୁର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ବିଶିଷ୍ଟ ଶିଶୁସାହିତ୍ୟିକା ବସିରନ୍ ବିବି ଉପସ୍ଥିତ ଥିଲେ। ପ୍ରାୟ ତିନିଘଣ୍ଟା ଧରି ଚାଲୁ ରହିଥିବା ଏହି କବିତା ଆସରକୁ ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ଡା ପରିଚାଳନା କରିବା ସହ କବିତାଗୁଡିକୁ ସମ୍ପାଦକ ଭାବଗ୍ରାହୀ ମହାପାତ୍ର ଓ ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ ସଂଯୋଜନା କରିଥିଲେ। ନୟାଗଡ଼ ବ୍ଲକର ସୁନାମଧନ୍ୟ କବି ଚନ୍ଦ୍ରବିଜୟୀ ମିଶ୍ର, ଶରତଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ଆଶୁତୋଷ ମିଶ୍ର, ଅଧ୍ୟାପକ ଗଣେଶ ମିଶ୍ର, ପ୍ରଦୀପ କୁମାର ସାହୁ, ଗୋଦାବରୀ ଦାସ, ସୁଦର୍ଶନ ପ୍ରଧାନ, ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର, ଜ୍ୟୋତିରଞ୍ଜନ ମିଶ୍ର, ବିଶିଷ୍ଟ ଗାଳ୍ପିକ ଲଳିତ ମୋହନ ମିଶ୍ର ଓ କବୟିତ୍ରୀ ଜୟଶ୍ରୀ ଦେବୀ, ମମତାମଞ୍ଜରୀ ଦେବୀ, ଶ୍ରାବଣୀ ନାଥ, କ୍ଷଣପ୍ରଭା କର, ସୌଦାମିନୀ ସ୍ୱାଇଁ, ଝିଲିମିଲି ସାହୁ, ପ୍ରଣତି ଆଚାର୍ଯ୍ୟ, ସତ୍ୟଭାମା ବେହେରା, ସୁମିତ୍ରା ବେହେରା, ବାସନ୍ତୀ ବେହେରା, ସବିତା ଶୁକ୍ଳା, ଚିନ୍ମୟୀ ଦାଶ, ଜାହ୍ନବୀ ତ୍ରିପାଠୀ ପ୍ରମୁଖ ପ୍ରାୟ ୪୦ ଜଣରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜର କବିତା ପାଠ କରିଥିଲେ। ଏତଦବ୍ୟତୀତ ସଂସଦର ଅନ୍ୟତମ ସଭ୍ୟସଭ୍ୟା ପ୍ରକୃତିପ୍ରେମୀ ଜ୍ଞାନରଞ୍ଜନ ପଣ୍ଡା, ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ରମାକାନ୍ତ ପ୍ରଧାନ, କମଳିନୀ ବେହେରା, ବବିତାରାଣୀ ମହାପାତ୍ର, ରବୀନ୍ଦ୍ର କୁମାର ଘଡେଇ, ଜୟକୃଷ୍ଣ ସାହୁ, ପ୍ରଦୀପ୍ତ ନାୟକ, ସନାତନ ମହାକୁଡ଼, ତପନ କୁମାର ଷଡ଼ଙ୍ଗୀ, ସୁରେଶ ଚନ୍ଦ୍ର ପ୍ରଧାନ, ପରମାନନ୍ଦ ସ୍ୱାଇଁ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ଅନୁଷ୍ଠାନର ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ ବେହେରା, ଉପଦେଷ୍ଟା ପ୍ରଭାତି ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ୱାଜ)ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶେଷରେ କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ କବିତା ପାଠ କରିଥିବା ସମସ୍ତ କବି କବୟିତ୍ରୀଙ୍କୁ ଇ-ମାନପତ୍ର ପ୍ରଦାନ କରିଥିଲେ।କୌଣସି କାରଣବଶତଃ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରି ନ ଥିବାରୁ ବିଶିଷ୍ଟ କବି ତଥା ସାମ୍ବାଦିକ ରାମକୃଷ୍ଣ ରଥ ଓ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଏସ୍.ଏ. ଖାଲିକ୍ ଅନୁଷ୍ଠାନକୁ ନିଜ ନିଜର ଶୁଭେଚ୍ଛାବାର୍ତ୍ତା ଜଣାଇଛନ୍ତି।

Related posts