ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଚାଇଲଡଲାଇନ ତରଫରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଇଟାମାଟି ଥାନାରେ ଉକ୍ତ ବନ୍ଧୁତା ପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହିତ ଜିଲ୍ଲା ଏସ୍ପି ଅଫିସ ଠାରେ ଏହି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ ପିଲାମାନଙ୍କୁ ସୁରକ୍ଷା ଡୋରି ପିନ୍ଧାଇଛନ୍ତି ଓ ସରକାରୀ ଅଧିକାରୀଙ୍କ ହାତରେ ସୁରକ୍ଷା ବନ୍ଧନ ବାନ୍ଧିଥିଲେ। ଏହି ବନ୍ଧୁତା ସପ୍ତାହ ମାଧ୍ୟମରେ ଚାଇଲଡ ଲାଇନ ଅଧିକ ଶିଶୁ ଓ ଲୋକଙ୍କୁ ଯୋଡିବାର ଉଦ୍ୟମ ରଖିଛି । ଚାଇଲଡ ଲାଇନ ସହ ଶିଶୁ ବା ଲୋକ ଯୋଡିହେଲେ କୌଣସି ସ୍ଥାନରେ ଶିଶୁ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଚାଇଲଡ ଲାଇନକୁ ଅବଗତ କରାଇ ପାରିବେ। ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇ ପାରିବ। ଏହାଦ୍ୱାରା ଆଗାମୀ ଭବିଷ୍ୟତରେ ଶିଶୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସମ୍ପୂର୍ଣ ଭାବରେ ରୋକା ଯାଇପାରିବ। ଚାଇଲଡ ଲାଇନର ସଂଯୋଜିକା ରାଜସ୍ମିତା କର, ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସୁଜାତା ବେହେରା, ଅଳକା ପାହାଡାସିଂହ, ସଞ୍ଜୟକୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
