କାହ୍ନାକୁ ୭ହଜାର ଟଙ୍କା ସହାୟତା ରାଶି ପ୍ରଦାନ କଲା ଅନନ୍ୟା ଫାଉଣ୍ଡେସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଜାମୁସାହିର ଦୁର୍ଘଟଣାଗ୍ରସ୍ଥ ୮ବର୍ଷର ପୁଅ କାହ୍ନା ମହାନ୍ତିର ଚିକିତ୍ସା ପାଇଁ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସାତ ହଜାର ଟଙ୍କାର ଆର୍ଥିକ ସହାୟତା କରାଯାଇଛି। ଗତ କାଲି ଅନନ୍ୟା ଫାଉଣ୍ଡେସନର ଏକ ଦଳ ଜାମୁସାହି ଯାଇ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି।

ସୂଚନା ଥାଉକି କାହ୍ନା ଗତ କିଛି ଦିନ ତଳେ ହାଇୱା ଧକ୍କାରେ ଗୁରୁତର ହୋଇଥିଲା। କାହ୍ନା ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଶେଷ ସୂଚନା ଅନୁଯାୟୀ କାହ୍ନାର ଗୋଟିଏ ଗୋଡ଼ କଟା ହୋଇଥିବା ବେଳେ ଓ ଗୋଟିଏ ହାତର ଆସ୍ତ୍ରୋପଚାର କରାଯାଇଛି। ହାତକୁ ପୁଣି ଥରେ ଅସ୍ତ୍ରୋପଚାର କରାଯାଇପାରେ ବୋଲି ଡ଼ାକ୍ତରୀ ଦଳ ସୂଚନା ଦେଇଛନ୍ତି। କାହ୍ନାର ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଏହି ବ୍ୟୟ ବହୁଳ ଚିକିତ୍ସା ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ ତେଣୁ ଅନନ୍ୟା ଫାଉଣ୍ଡେସନ ତରଫରୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଉଛି କି କୁନି ପୁଅର ଚିକିତ୍ସା ପାଇଁ କିଛି କିଛି ଆର୍ଥିକ ସହାୟତା କରିବା ପାଇଁ। ଆଗାମୀ ଦିନରେ ଆଉ କିଛି ଆର୍ଥିକ ସହାୟତା କରାଯିବ ବୋଲି ଅନନ୍ୟା ଫାଉଣ୍ଡେସନର ତରଫରୁ ସୂଚନା ଦିଆଯାଇଛି।

Related posts