ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ଅଞ୍ଚଳ ସୋରଡ଼ା ଗ୍ରାମର ଦେବରାଜ ନାୟକ (୬୦) ବର୍ଷ ୨୪ ଲିଟର ମଦ ନେଇ ବାଇକରେ ଯାଉଥିବା ବେଳେ ନୂଆଗାଁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ସୋରଡ଼ା ଗ୍ରାମର ଦେବରାଜ ନାୟକ ଟିଭିଏସ୍ ଏକ୍ସଏଲ୍ ଗାଡ଼ି ନମ୍ବର (ଓଡି ୨୫ ଏଫ୍ ୯୮୮୭)ରେ ମଦ ନେଇ ଗ୍ରାମକୁ ଯାଉଥିବା ବେଳେ ନୂଆଗାଁ ପୋଲିସ୍ ଚଢ଼ାଉ କରି ୨୪ ଲିଟର ଦେଶୀମଦ ଓ ବାଇକ୍ ଜବତ କରିଛି । ଏ ନେଇ ନୂଆଗାଁ ଥାନା ପକ୍ଷରୁ ୧୪୯/୨୧ରେ ମାମଲା ରୁଜୁ କରିବା ସହ ଦେବରାଜ ନାୟକକୁ ଗିରଫ କରି କୋଟ ଚାଲଣ କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ନୂଆଗାଁ ପୁଲିସ ଦ୍ୱାରା ଦେଶୀ ମଦ ଜବତ, ଜଣେ ଗିରଫ
