ନୟାଗଡ଼ ଜିଲ୍ଲାରେ ନଭେମ୍ବର ୧୫ରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ସବ-ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚଳିତ ମାସ ୧୫ ତାରିଖରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଅନୁଷ୍ଠିତ ହେବ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ବିଭିନ୍ନ ପ୍ରକାର ଟୀକା ଦିଆଯିବ । ମହାମାରୀ କୋଭିଡ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ନିମନ୍ତେ ନିୟମିତ ଟୀକାଦାନକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ଶିଶୁ ଟୀକାକରଣରୁ ବଞ୍ଚିତ ହେବେନାହିଁ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଶିଶୁଙ୍କ ପରିବାରକୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାଇକରେ ପ୍ରଚାର, ପୋଷ୍ଟର, ଲିଫଲେଟ…

Read More

ନୟାଗଡରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ପ୍ରସ୍ତାବିତ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରୁଲିଂକୁ ଜିଲ୍ଲା କଂଗ୍ରେସ ସ୍ୱାଗତ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରାଯାଇ ନୟାଗଡ ବସଷ୍ଟପରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ଦାବିରେ କଂଗ୍ରେସ କର୍ମୀ ମାନେ ହରତାଳରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ବାବୁ ତାଙ୍କ ମନ୍ତ୍ରୀମଣ୍ଡଳର ଦାଗୀ ମନ୍ତ୍ରୀମାନଙ୍କୁ ବହିଷ୍କାର କରିବା ପାଇଁ ସାହସ ଜୁଟାଇ ପାରୁ ନାହାଁନ୍ତି। ମମିତା ମେହେର ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକରି ସେହି ମଞ୍ଚରେ ହତ୍ୟାକାରୀ ମନ୍ତ୍ରୀଙ୍କୁ ମଞ୍ଚରେ ବସାଇ ଜନସାଧାରଣଙ୍କ ଭାବାବେଗକୁ କୁଠାରଘାତ ଗଣତନ୍ତ୍ର ଲାଗି…

Read More

ଜାଲ କମ୍ପ୍ୟୁଟର ପ୍ରମାଣପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରାମ୍ୟ ରୋଜଗାର ସେବକ ପଦବୀ ପାଇଁ ଗଞ୍ଜାମ ଏବଂ ଢେ଼ଙ୍କାନାଳ ଜିଲ୍ଲାରେ, ଘରୋଇ ଶିକ୍ଷା ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା କମ୍ପ୍ୟୁଟର ପ୍ରମାଣପତ୍ର ପ୍ରତ୍ୟାଖ୍ୟାନ ହବା ପରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ସ୍ବାର୍ଥ ରକ୍ଷା ଉଦ୍ଧେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାର ସ୍ବୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷା ସଂସ୍ଥା ମାନଙ୍କ ତରଫରୁ ଧିରେନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ମହାନ୍ତି, ଶିରିଶ ରଞ୍ଜନ ସାହୁ, ଅଜୟକାନ୍ତ ପୃଷ୍ଟି, ରାଇ ରଞନ ଦାସ ପ୍ରମୂଖ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Read More

ନୟାଗଡ଼ ପୁଲିସ ବିଭାଗରେ ଅଦଳବଦଳରେ ସାମାନ୍ୟ ପରିବର୍ତ୍ତନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ କିଛିଦିନ ତଳେ ଓଡ଼ଗାଁ ଥାନା ଓ ନୟାଗଡ଼ ଟାଉନ ଥାନା ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ କରାଯାଇଥିଲା । ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ ଓ ଓଡ଼ଗାଁ ଥାନା ଅଧିକାରିଣୀ ପ୍ରଜ୍ଞା ପରମିତା ଜେନାଙ୍କୁ ନୟାଗଡ଼ ଟାଉନ ଥାନାକୁ ବଦଳି କରାଯାଇଥିଲା। ତେବେ ଏହି ବଦଳିରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ପରିବର୍ତ୍ତନ ହେବା ପରେ ଶ୍ରୀଯୁକ୍ତ ମହାନ୍ତି ଓଡ଼ଗାଁ ଥାନା ବଦଳରେ ଶରଣକୁଳ ଥାନାରେ ଯୋଗଦେବା ପାଇଁ ନିର୍ଦେଶ ନାମା ପ୍ରକାଶ ପାଇଥିବା ବେଳେ ଶରଣକୁଳ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ଓଡ଼ଗାଁ ଥାନା ଅଧିକାରୀ ଭାବେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଛି।

Read More

ଏବିଭିପି ପକ୍ଷରୁ ନୟାଗଡ଼ ନଗର କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ ଜିଲ୍ଲାର ନୟାଗଡ ନଗର କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପ୍ରମୁଖ ଶ୍ରୀମାନ ପରମେଶ୍ୱର ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଏବଂ ଶ୍ରୀମାନ ସଚିକାନ୍ତ ବାଇ ଏହାକୁ ପରିଚାଳନା କରିଥିଲେ। ଏଥିରେ ନଗର ସଭାପତି ଅଶୋକ କୁମାର ସାହୁ ଏବଂ ନଗର ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏହି ବୈଠକଟି RSS ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

Read More

ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନୟାଗଡ଼ ଜିଳ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଏକ ଆଇନ ସଚେତନତା ପଦଯାତ୍ରା ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଆଜି ସକାଳ ୮ଘଟିକା ସମୟରେ ଜିଲ୍ଲା କୋର୍ଟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ଥିଲା। ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ସବ ଜଜ୍ ପବିତ୍ରନନ୍ଦ ପ୍ରଧାନ, ସଚିବ ରଞ୍ଜୁଲତା ଲେଙ୍କାଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମୀଣ ଆଇନ ସେବା କର୍ମୀ ଏନ.ସି.ସି ଛାତ୍ରଛାତ୍ରୀ, ନର୍ସିଙ୍ଗ କଲେଜ ଛାତ୍ରଛାତ୍ରୀ ଜିଲ୍ଲା କୋର୍ଟ ପ୍ରାଧିକରଣଙ୍କ କର୍ମଚାରୀ ବୃନ୍ଦ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସହର ପରିକ୍ରମା କରି ଜାତୀୟ ଆଇନ ସେବା…

Read More

ନୟାଗଡ ରୋଟାରୀ କ୍ଲବର ୩୨ତମ ପ୍ରତିଷ୍ଠା ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ୭ ନଭେମ୍ବର ୧୯୯୦ରେ ଗଢି ଉଠିଥିବା ନୟାଗଡ଼ ରୋଟାରୀ କ୍ଲବ ପାଳନ କରିଛି ତାର ୩୨ତମ ପ୍ରତିଷ୍ଠା ଦିବସ । ଏହି ଅବସରରରେ ସମର୍ପଣ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଖାଦ୍ୟ ପରିବେଷଣ କରିବା ସହିତ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ସଂନ୍ଧ୍ୟା ୭.୩୦ରେ ଏକ ସାଧାରଣ ସଭା ରୋଟାରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ କ୍ଲବର ପ୍ରତିଷ୍ଠାତା ସଭ୍ୟ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଏବଂ ରୋଟାରିଆନ ଅବଦୁଲ ଆରିଫ୍ ଖାନ ନୟାଗଡରେ ରୋଟାରୀର ମୂଳଦୁଆ କିପରି ପଡିଥିଲା ଏବଂ ରୋଟାରୀର ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ, ସଂପାଦକ ମିହିର ରଞନ ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । କ୍ଲବର ସଦସ୍ୟମାନେ ରୋଟାରୀରେ ନିଜର ଅନୁଭୁତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରିଶେଷରେ ରୋଟାରିଆନ ପ୍ରବୀର ପୃଷ୍ଟି…

Read More

ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବୁଥ୍ ପରିଦର୍ଶନ

ଓଡ଼ଗାଁ,(ନୟାଗଡ଼ ଦାର୍ପଣ): ଆଜି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଦିବସରେ ନୟାଗଡ଼ର ଅତିରିକ୍ତ ଉପଜିଲ୍ଲାପାଳ ଅବନୀ କୁମାର ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର କେତେକ ବୁଥ୍ ପରିଦର୍ଶନ କରିଛନ୍ତି। ନନ୍ଦିଘୋର, ଘସାଦେଈପୁର, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ, ବାହାଡାପିଠା, ମଶାବାରୀ, ରଙ୍ଗଣୀପାଟଣା, ପଥରା, କୋମଣ୍ଡ, ରୋହିବାଙ୍କର ବୁଥ୍ ଗୁଡିକୁ ବୁଲି ଦେଖିବା ସହିତ ବି.ଏଲ୍.ଓ ମାନଙ୍କୁ ବିଭିନ୍ନ ଫର୍ମ ବିଷୟରେ ପଚାରି ବୁଝିଥିଲେ।ଭୋଟର ତାଲିକାରେ ଯୋଗ କରିବାକୁ ଆସିଥିବା ନୂତନ ଭୋଟର ମାନଙ୍କୁ ଉତ୍ସାହିତ କରିଥିଲେ। ଘରଘର ବୁଲି ବୁଝି ଅନଲାଇନ୍ ଓ ଅଫଲାଇନରେ ଯୋଗ, ବାଦ, ସଂଶୋଧନ କିପରି କରାଯିବ ବି.ଏଲ୍.ଓ ମାନଙ୍କଠାରୁ ପଚାରି ବୁଝିଥିଲେ। କୋମଣ୍ଡ ଏବଂ ରୋହିବାଙ୍କ ବି.ଏଲ୍.ଓ ମାନଙ୍କ ଠାରୁ ବି.ଏଲ୍.ଓ ରେଜିଷ୍ଟର, ଆବେଦନ ଫର୍ମ ଗୁଡିକ ପୁଙ୍ଖାନୁପୁଙ୍ଖ ଭାବରେ ଦେଖି ଶ୍ରୀ ସାହୁ ବି.ଏଲ୍.ଓ ବନୀତା ମାଝି, ରଞ୍ଜୁରାଣୀ ସାହୁ,…

Read More

ପାଣିପଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ପାଣିପଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ନୂତନ କର୍ମକର୍ତ୍ତା ଚୟନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଦର ଆବାସିକ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଭାସୀନି ନନ୍ଦଙ୍କ ଅଧ୍ୟକ୍ଷତାରେ ଆଜି କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ନୂତନ କର୍ମକର୍ତ୍ତା ଚୟନରେ ଚିନ୍ତାମଣୀ ଆଚାର୍ଯ୍ୟଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବେ ଯୁବ ସମାଜସେବୀ ଆଶୁତୋଷ ଦାସଙ୍କୁ ମନୋନୀତ କରାଯାଇଛି । ସେହିପରି ସଂପାଦକ ଭାବେ ପ୍ରଭାସୀନି ନନ୍ଦ, ସହ ସଂପାଦକ ପ୍ରିୟମ୍ବଦା ଦାସଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ସନାତନ ସାହୁ, ବିଭୂତି ଭୂଷଣ ସାହୁ, ଡ଼ଃ.ସନ୍ତୋଷ ଭୁଜବଳ, ଅମିତ୍ କୁମାର ସାହୁ, ଅସ୍ୱନୀ କୁମାର ପଣ୍ଡା, ପ୍ରମୋଦ କୁମାର ବେହେରାଙ୍କୁ ନୂତନ କର୍ମକର୍ତ୍ତା ଚୟନରେ ସାମିଲ କାରଯାଇଛି । ଏହି ନୂତନ…

Read More

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ସଦଭାବନା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଚଳିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ କାର୍ଯ୍ୟକ୍ରମ ଚାଲିବ। ଭୋଟରମାନେ ନିଜ ନିଜର ତଥ୍ୟ ଯୋଗ କରିବା ପାଇଁ ଫର୍ମ ସଂଖ୍ୟା ୬, ବାଦ ଦେବା ପାଇଁ ଫର୍ମ ସଂଖ୍ୟା ୭ ଏବଂ ସଂଶୋଧନ କରିବା ପାଇଁ ଫର୍ମ ସଂଖ୍ୟା ୮ ମାଧ୍ୟମରେ ଆବେଦନ କରିବାକୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡା. ଟୁଡୁ ସୂଚନା ଦେଇଛନ୍ତି । ଭୋଟରମାନଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ ସଂଖ୍ୟା ୮(କ) ମାଧ୍ୟମରେ ଆବେଦନ କରିବାକୁ କୁହାଯାଇଛି । ଏହା ବାଦ ଭୋଟରମାନେ…

Read More