ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୌର ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜଳସାଥି ତାଲିମ ଶିବିର ଓ ଗୋଷ୍ଠୀ ଅଂଶ ଗ୍ରହଣକାରୀ ଏବଂ ଜଳ ଯୋଗାଣ ପରିଚାଳନା, ଜଳକର ସଂଗ୍ରହ ସଂପର୍କୀତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର, ବାଲୁଗାଁ, ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, ରଣପୁର, ଦଶପଲ୍ଲା ଏବଂ ଓଡ଼ଗାଁ ଏନ.ଏ.ସିର ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଯନ୍ତ୍ରୀ, ଗୋଷ୍ଠି ସଙ୍ଗଠିକା, ସହରୀ ମିଶନ ପରିଚାଳକ ଓ ଜଳସାଥିମାନେ ଯୋଗଦେଇ ସହରରେ ପାନୀୟ ଜଳ ସମସ୍ୟାର ସମାଧାନ ଓ ଆୟ ବୃଦ୍ଧି ଉପରେ ତାଲିମ ନେଇଥିଲେ । ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରୀକା ପଟ୍ଟନାୟକ ଯୋଗଦେଇ ଶିବିରକୁ ଉଦଘାଟନ କରି ପାନୀୟ ଜଳର ଉପଯୋଗୀତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ନୟାଗଡ଼ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଭୁବନେଶ୍ୱର ସହକାରୀ ଯନ୍ତ୍ରୀ ସଚିନ୍ଦ୍ର ମୋହନ ରାଉଳଙ୍କ ସମେତ ନିର୍ବାହି ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ । ରାଜ୍ୟ ସହରୀ ଉନ୍ନୟନ ସଂସ୍ଥାର ପ୍ରସନ୍ନ କୁମାର ମହାରଣା ଟ୍ରେନର ଭାବେ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ତାଲିମ ଦେଇଥିଲେ । ସହରୀ ମିଶନ ପରିଚାଳକ ଶ୍ରୀବତ୍ସ ମହାନ୍ତି, ମୁକ୍ତା ସଂଯୋଜକ ଶିରୋମଣି ଧିରେନ୍ଦ୍ର କୁମାରଙ୍କ ସମେତ ନୟାଗଡ଼ ପୌର ପରିଷଦର କର୍ମଚାରୀ ମାନେ ଶିବିରକୁ ପରିଚାଳନା କରିଥିଲେ ।
ଜଳ ଯୋଗାଣ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ
