ନାଟୁଗାଁରେ ନୂତନ ଶାଖା ଡାକ କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟୁଗାଁ ଜନସାଧାରଣଙ୍କ ଦୀର୍ଘଦିନର ସ୍ୱପ୍ନ ଆଜି ପୁରଣ ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି । ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଶାଖା ଡାକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ନାଟୁଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ୍ମଚରଣ ଉଦୟଭାନୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦୀର୍ଘ ବର୍ଷ ଦାବି ପରେ ନାଟୁଗାଁ ପଞ୍ଚାୟତ ପରିସରରେ ଡାକ ବିଭାଗ ପକ୍ଷରୁ ଏକ ଶାଖା କାର୍ଯ୍ୟାଳୟର କାର୍ଯ୍ୟ ଆରମ୍ଭ କରିଥିବାରୁ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖା ଦେଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୂର୍ବାଞ୍ଚଳ ଡାକ ବିଭାଗର ନିରୀକ୍ଷକ ବିଭୂତି ଭୂଷଣ ପଣ୍ଡା, ୱାର୍ଡ ମେମ୍ବର ଦିଲ୍ଲୀପ ନାୟକ, ଅଚ୍ୟୁତାନନ୍ଦ ନାୟକ ଓ ସମାଜସେବୀ ଭଗବାନ ଜେନା ଯୋଗ ଦେଇ ଆୟୋଜିତ ସଭାରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚମ୍ପତ୍ତିପୁର ଡାକ ଶାଖା, ଶରଧାପୁର ଶାଖା ଓ ଗୁଣ୍ଠୁଣୀ ଡାକ ଶାଖାର ପୋଷ୍ଟ ମାଷ୍ଟର ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଉପସ୍ଥିତ ଥିଲେ । ଏହା ପୂର୍ବରୁ ନାଟୁଗାଁ ପଞ୍ଚାୟତ ଜନସାଧାରଣ ଡାକ ସେବା ପାଇବା ପାଇଁ ଚମ୍ପତ୍ତିପୁର, ଇଟାମାଟି, ଗୁଣ୍ଠୁଣୀ ଓ ଶରଧାପୁର ଶାଖା ଉପରେ ନିର୍ଭର କରୁଥିଲେ ।

Related posts