ନେହେରୁ ଯୁବ କେନ୍ଦ୍ର ନୟାଗଡ ତରଫରୁ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନେହେରୁ ଯୁବ କେନ୍ଦ୍ର ନୟାଗଡ ତରଫରୁ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଜାତୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବ କେନ୍ଦ୍ର ନୟାଗଡ ପକ୍ଷରୁ ନୟାଗଡ ସ୍ଵଂୟଶାସିତ ମହାବିଦ୍ୟାଳୟ ପରିସରରେ ଦେଶ ପ୍ରେମ ଓ ରାଷ୍ଟ୍ରବାଦ୍ ଉପରେ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗୀତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର ପରିଚାଳନା କରିଥିଲେ ଏଥିରେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରୁ ବ୍ଲକ ସ୍ତରରେ କୃତକାର୍ଯ୍ୟ ହୋଇଥିବା ୧୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ରମେଶ ଚନ୍ଦ୍ର ବିଶ୍ବାଳ, ଡ. ଚିତ୍ତରଞ୍ଜନ ଦାସ (ଡିପିଓ ଜାତୀୟ ସେବା ଯୋଜନା ) ଏବଂ କେଶବ ଚନ୍ଦ୍ର ରାଉତରାୟ ବିଚାରପତିର ଦାୟିତ୍ଵ ଗ୍ରହଣ କରିଥିଲେ ଓ ଅଶୋକ କୁମାର ସାହୁ (ପିଓ ଜାତୀୟ ସେବା ଯୋଜନା) ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ପ୍ରତିଯୋଗିତାରେ ଲୋୟେସାରାଣୀ ସିଂ ପ୍ରଥମ, ଶ୍ରଦ୍ଧାଞ୍ଜଳି ମହାନ୍ତି ଦ୍ୱିତୀୟ ଓ ରୋଜାଲିନ ସାହୁ ତୃତୀୟ ସ୍ଥାନ ଅଧିକାର କରି ନୟାଗଡ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଥିଲେ । ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଲୋୟେଶାରାଣୀ ସିଂ ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ସଭା ସମାପ୍ତ କରାଯାଇଥିଲା ।

Related posts