ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ବହୁ ଯୁବକ ଯୁବତୀ, ନଗର ପରିକ୍ରମା କଲା ମା କାଉଁରୀଙ୍କ ଆଜ୍ଞାମାଳ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳା ମହୋତ୍ସବ କମିଟିର ଆଜି ପାଳିତ ହୋଇଯାଇଛି ପ୍ରତିଷ୍ଠା ଦିବସ। ଏହିକ୍ରମରେ ଆଜି ସକାଳେ ପ୍ରଥମେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା କାଉଁରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ମାଆଙ୍କର ଆଜ୍ଞାମାଳ ପ୍ରାପ୍ତ ହେବାପରେ ଏକ ବିଶାଳ ଶୋଭାଯାତ୍ରାରେ ଏହାକୁ ନେଇ ନଗର ପରିକ୍ରମା କରାଯାଇଥିଲା। ଏଥିସହିତ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ଅଞ୍ଚଳର ବହୁ ଶିକ୍ଷିତ ଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ରାଜସୁନାଖଳାର ସମସ୍ତ ଅଞ୍ଚଳ ପରିକ୍ରମା ହୋଇସାରିବା ପରେ ମହୋତ୍ସବ ପଡ଼ିଆ ଠାରେ ଭୂମିପୂଜନ ଏବଂ ହୋମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ ମୁଖ୍ୟ ପୁରୋଧା ସାଜିଥିଲେ। ଅନ୍ୟପକ୍ଷରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ମଶାଲ ଶୋଭାଯାତ୍ରାର ଶୁଭ ଉଦଘାଟନ କରିଥିବାବେଳେ କମିଟି ସମ୍ପାଦକ ତଥା ଯୁବ ସମାଜସେବୀ ଚିତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସବ୍ୟସାଚୀ ସେନାପତି ଏବଂ କୃଷକ ନେତା ସୁରେଶ ସ୍ୱାଇଁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
![](https://nayagarhdarpan.com/wp-content/uploads/2021/12/IMG-20211208-WA0035.jpg)
ପ୍ରକାଶ ଥାଉକି, ବିଗତ ୨୦୧୯ ବର୍ଷରେ ପାଞ୍ଚଦିନ ବ୍ୟାପି ଏକ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜନ କରି ମହୋତ୍ସବ କମିଟି ରାଜସୁନାଖଳା ସମଗ୍ର ରାଜ୍ୟରେ ବିପୁଳ ପ୍ରଶଂସା ସାଉଁଟିଥିଲା। ମାତ୍ର ମହାମାରୀ କରୋନା କାରଣରୁ ଗତ ୨୦୨୦ ବର୍ଷରେ ଡିଜିଟାଲ ମହୋତ୍ସବ ପାଳନ କରିଥିବା ବେଳେ ଚଳିତ ବର୍ଷ କେବଳ ମଶାଲ ଶୋଭାଯାତ୍ରାରେ ନିଜର କାର୍ଯ୍ୟକ୍ରମକୁ ସୀମିତ ରଖିଛି।ଆଗାମୀ ଦିନରେ ସରକାରୀ କଟକଣା କୋହଳ ହେଲେ ପୁନଃ ମହୋତ୍ସବର ଆୟୋଜନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।