ନୟାଗଡ଼ ବ୍ଲକ ପରିସରରେ ନିଯୁକ୍ତି ମେଳା

ନୟାଗଡ଼,(ନୟାଗଡ ଦର୍ପଣ): ଓରମାସ ପକ୍ଷରୁ ନୟାଗଡ଼ ବ୍ଲକ୍ ପରିସରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷା ଗୋଲାପ ଦଳବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆୟୋଜିତ ସଭାରେ ବ୍ଲକ୍ ଉପାଧ୍ୟକ୍ଷ ସୁବାଷ କଅଁର ସାମ୍ମାନିତ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ମେଳାରେ କିଭଳି ଯୁବକ ଯୁବତୀ ମାନେ ନିଯୁକ୍ତି ପାଇ ସ୍ୱାବଲମ୍ବୀ ହୋଇ ପାରିବେ ତା ଉପରେ ବକ୍ତବ୍ୟ ରଖିଥିଲେ । ‘ଆସ ଶିଖିବା, ଚାକିରି କରିବା’ ଏହା ଉପରେ ସଭାରେ ଯୋଗ ଦେଇଥିବା ଜିଲ୍ଲା ସଂଯୋଜକ(ଦକ୍ଷତା) ଅବିନାଶ ଜେନା ବକ୍ତବ୍ୟ ରଖିଥିଲେ, କେଳୁ ଚରଣ ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ୍ ଜିବୀକା ସଂଯୋଜିକା ସଂଯୁକ୍ତା କର, ବ୍ଲକ୍ ଜିବୀକା ସଂଯୋଜକ ଆଲୋକ କୁମାର ମୁଦୁଲି ଓ ଜିତେନ୍ଦ୍ର ସାମନ୍ତ ଉପସ୍ଥିତ ଥିଲେ । ଆୟୋଜିତ ନିଯୁକ୍ତି ମେଳାରେ ପାଞ୍ଚଟି ପି.ଆଇ.ଏ ଅଂଶ ଗ୍ରହଣ କରିଥିଲେ । ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତର ଶତାଧିକ ଯୁବକ ଯୁବତୀ ନିଯୁକ୍ତି ମେଳାରେ ପଞ୍ଜିକୃତ କରିଥିବା ବେଳେ ସେଥିରୁ ୧୮୬ଜଣ ଯୁବକ, ଯୁବତୀ ମନୋନୀତ ହୋଇଥିବା ଜଣାପଡିଛି । ମନୋନୀତ ହୋଇଥିବା ଯୁବକ ଯୁବତୀମାନଙ୍କୁ ମାଗଣାରେ ଶିକ୍ଷା ଦେବା ସହ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି ।

Related posts