ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଯୁବ ରେଡ଼କ୍ରସ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧକ୍ଷ ସୁରେଶ କୁମାର ପ୍ରଧାନ, ସମାଜସେବୀ ଦାମ ସାର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରାଧ୍ୟାପକ କେଶବଚନ୍ଦ୍ର ରାଉତରାୟ, ସେବାଯୋଜନା ଅଧିକାରୀ ଅଶୋକ କୁମାର ସାହୁ, ସମରଶିକ୍ଷାର୍ଥୀ ବାହିନୀ ଅଧିକାରୀ ବିନ୍ଦୁଲତା ଷଣ୍ଢ ଓ ପ୍ରାଧ୍ୟାପକ ଡ଼ ଆଦିତ୍ୟ କୁମାର ମିଶ୍ର ଉପସ୍ଥିତ ରହି ସପ୍ତାହ ବ୍ୟାପୀ ‘ଏଡସ ଦିବସ’ର ଉଦଯାପନୀ ଉତ୍ସବରେ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ରକ୍ତଦାନ ଶିବିର ଉଦଘାଟନ କରିଥିଲେ। ଯୁବ ରେଡ଼କ୍ରସର ଏହି ରକ୍ତଦାନ ଶିବିରରେ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା ସଂସ୍ଥା, ଜୀବନ ବିନ୍ଦୁ ଓ ସ୍ବର୍ଗତ ଅମୂଲ୍ୟ ପରିଡା ସ୍ମୃତି ସଂସଦ ଦ୍ୱାରା ୧୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି। ଆୟୋଜକ ଶ୍ରୀ ସହଦେଵ ବେହେରା ଯୁବରେଡ଼କ୍ରସର ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।
