ନୟାଗଡ଼,(ନୟାଗଡ଼ ଦର୍ପଣ): ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ୮ଗୋଟି ବ୍ଲକର ୮୪ଟି ବିଦ୍ୟାଳୟ ୫-ଟି ଆଧାରରେ ରୂପାନ୍ତରିତ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏନେଇ ଆଜି ନୟାଗଡ଼ ଡିଆରଡିଏ ସୃଜନ ଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ସଭାପତିତ୍ୱରେ ଏକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତ ରହିଥିଲେ। ଫେବୃୟାରୀ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ପାଣ୍ଠି, ସ୍କୁଲ ଗୁଡିକୁ ପୁରାତନ ଛାତ୍ରଛାତ୍ରୀ ମାନେ ଦେଇଥିବା ଅନୁଦାନ ରାଶି ଏବଂ ରାଜ୍ୟ ସରକାର ଯୋଗାଇ ଦେଇଥିବା ଅର୍ଥରେ ଯଥାଶୀଘ୍ର ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ୮୪ଟି ଯାକ ହାଇସ୍କୁଲର ପ୍ରଧାନ ଶିକ୍ଷକ, ସରପଞ୍ଚ, ସମସ୍ତ ବ୍ଲକର ବିଡିଓ, ସହକାରି ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସମ୍ପୃକ୍ତ ସ୍କୁଲର ବ୍ଲକ ଶିକ୍ଷାଧୀକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ଏବଂ ସେମାନଙ୍କର ମତ ରଖିଥିଲେ ।
ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେବ ଜିଲ୍ଲାର ୮୪ଟି ବିଦ୍ୟାଳୟ
