ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ଚେଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ସଂଘ ର ରାଜ୍ୟ ସ୍ତରୀୟ ବୈଠକ ଆଜି ଭୁବନେଶ୍ୱର ର ଆଚ଼ାର୍ଯ୍ୟବିହାର ଛକ ସ୍ଥିତ ମା’ ଭୁବନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ସୂର୍ଯ୍ୟକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସମ୍ପାଦକ ଜୀବନ କୁମାର ବେହେରା, ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, କୋଷାଧ୍ୟକ୍ଷ ରୌପ୍ୟରଞ୍ଜନ ସାମନ୍ତରାୟ, ସହ-କୋଷାଧ୍ୟକ୍ଷ ରାକେଶ ସାହୁ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ୱତନ୍ତ୍ର ଶିକ୍ଷକ ନିମନ୍ତେ ସରକାର ଦୃଷ୍ଟି ଦେବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଥିଲା । ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ମାନେ ଭଲ ଭାବରେ ଶିକ୍ଷା ଗ୍ରହଣ କରିବା ସହ…

Read More

ଦଶପଲ୍ଲା ବ୍ଲକ୍‌ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡ଼ା, ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୭୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୬୮ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୬ଗୋଟି କେସର ତତ୍‌କାଳ ସମାଧାନ କରାଯାଇଥିଲା । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୮ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୭୬୦୦୦/- ଆର୍ଥିକ ଅନୁଦାନ ଏହି ଜନଶୁଣାଣି ଶିବିରରେ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୨୨ଗୋଟି କେସକୁ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଡା. ଟୁଡ଼ୁ ଅତୀତ ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ମାମଲାଗୁଡ଼ିକ ଆସନ୍ତା ଜନଶୁଣାଣି ଶିବିର…

Read More

ବୃଦ୍ଧାଶ୍ରମରେ ବିଶ୍ବ ମାତୃ ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଆନୁକୂଲ୍ୟରେ ଆଜି ବିଶ୍ବ ମାତୃ ଦିବସ ସ୍ଥାନୀୟ ବୃଦ୍ଧାଶ୍ରମ ସମର୍ପଣରେ ପାଳିତ ହୋଇଯାଇଛି । ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ରୋଟାରିୟାନ ସୁବୋଧ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ରୋଟାରିଆନ ପ୍ରସନ୍ନ ବସନ୍ତିଆ ବୃଦ୍ଧାଶ୍ରମ ର ମହିଳା ଅନ୍ତେବାସୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଏହି ସଭାରେ ଉପସ୍ଥିତ ଅତିଥିମାନେ ସମାଜ ପାଇଁ ‘ମା’ ର ଅବଦାନ ଉପରେ ଆଲୋଚନା କରିଥିଲେ ଏବଂ ଅନ୍ତେବାସୀ ମାନଙ୍କୁ କେକ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଉତ୍ସବ ପାଳନ କରିବାରେ ରୋଟାରୀ କ୍ଲବ ସଦସ୍ୟ ରୋଟାରିଆନ ପ୍ରକାଶ ପଟ୍ଟନାୟକ, ମଦନ ମୋହନ ମହାପାତ୍ର, ପ୍ରବୀର ପୃଷ୍ଟି ଏବଂ ବୃଦ୍ଧାଶ୍ରମ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଅରୁଣ ମହାନ୍ତି ସହାୟତା…

Read More

ସଂସ୍କୃତି ଓ ସାହିତ୍ୟର ବିକାଶ ଦିଗରେ ଅନୁବାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ହେଉଛି ଦୁଇଧାରୁଆ ଖଣ୍ଡା ସଦୃଶ ତେଣୁ ଅନୁବାଦ କାର୍ଯ୍ୟ କଲାବେଳେ ଅନୁବାଦକଙ୍କୁ ବେଶ୍ ସତର୍କ ଓ ସଜାଗ ରହିବାକୁ ପଡେ। ଯଥାର୍ଥ ଅନୁବାଦ ପାଇଁ ମୂଳଭାଷା ଓ ସ୍ରୋତ ଭାଷା ଉପରେ ଦକ୍ଷତା ଥିବା ଆବଶ୍ୟକ। ଅନୁବାଦକ ଜଣେ ସର୍ଜନଶୀଳ ବ୍ୟକ୍ତି ଏବଂ ସଂସ୍କୃତି ତଥା ସାହିତ୍ୟର ବିସ୍ତାର ଦିଗରେ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜାତୀୟସ୍ତରର ଖ୍ୟାତିପ୍ରାପ୍ତ ଅନୁବାଦକ ଦିନେଶ ମାଳୀ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଅନୁବାଦକ ରାଧୁ ମିଶ୍ରଙ୍କ ସଂଯୋଜନା ରେ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଥିବା ଅନୁବାଦକମାନଙ୍କର ସାରସ୍ୱତ ସମ୍ମିଳନୀର ” ଅନୁଭବରେ ଅନୁବାଦକ” କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସେ। ଭାରତୀୟ ଅନୁବାଦ ସାହିତ୍ୟ ର ଆବାହକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବାସହ ଅନୁଷ୍ଠାନ…

Read More

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ପୂର୍ବାହ୍ନ ଘ.୦୭.୩୦ମି. ସମୟରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ନୟାଗଡ଼ କୃଷି ବିଭାଗର ଡାଲି ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ସକାଳ ଘ.୦୮.୪୦ ସମୟରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ଯୋଗଦାନ କରି ମାଟି ମାଆକୁ ପୂଜା ଅର୍ଚନା ପରେ ଅଖି ଅନୁକୂଳ ସହ ହଳ କରିଥିଲେ । ସମ୍ମାନିତ ଅତିଥ ଭାବେ ମାନନୀୟା ଜିଲ୍ଲାପାଳ ଡା. ପୋମା ଟୁଡୁ, ନୟାଗଡ଼ ପଂଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ସାହୁ, ଉପାଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ମୁଠି ଅନୁକୂଳ କରି ହଳ କରିଥିଲେ । ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାକୁ ଜିଲ୍ଲା…

Read More

ଜିଲ୍ଲାସ୍ତରୀୟ ଭକ୍ତକବି ଶ୍ରୀ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଭକ୍ତକବି ଶ୍ରୀ ଶ୍ରୀ ଜୟଦେବ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ଭକ୍ତକବି ଶ୍ରୀ ଶ୍ରୀ ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ଶ୍ରୀ ପ୍ରଦିପ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ଯୋଗଦେଇ ଜୟଦେବଙ୍କର ଇତିହାସ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥ୍‌ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଯୋଗଦେଇ ଜୟଦେବଙ୍କ ଦଶମ ସର୍ଗରେ…

Read More

ନୟାଗଡ଼ରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶ୍ରମ ଦିବସ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ ମହାନ୍ତି ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ମୁଖ୍ୟବକ୍ତାଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ତହସିଲଦାର ରାଜା ସ୍ୱାଇଁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ମନୋରଞ୍ଜନ ମହାରଣା ପ୍ରମୁଖ ଯୋଗଦେଇ ଶ୍ରମିକ କଲ୍ୟାଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ମଂଚାସୀନ ଅତିଥିମାନେ ଶ୍ରମିକ କଲ୍ୟାଣ ଯୋଜନାରେ ବିଭିନ୍ନ ହିତାଧିକାରୀଙ୍କୁ ଶ୍ରମ ବିଭଗ ତରଫରୁ ପ୍ରଦତ୍ତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଶ୍ରମିକ ସଂଗଠନ ସମେତ ଶ୍ରମିକ…

Read More

ନୟାଗଡ଼ରେ ଧୁମଧାମରେ ପାଳିତ ହେଲା ଇଦ

ଇସଲାମ ଧର୍ମାବଲମ୍ବୀ କାହିଁକି ପାଳନ କରନ୍ତି ଇଦ, ପଢ଼ନ୍ତୁ… ନୟାଗଡ଼,(ନୟାଗଡ଼ ଦର୍ପଣ): ଇସଲାମ ଧର୍ମର ଅନୁଗାମୀଙ୍କ ପାଇଁ ରମଜାନ ମାସ ଖୁବ ପବିତ୍ର। ଏମିତି କହିବାକୁ ଗଲେ ପ୍ରତିଟି ଦିନ ଓ ମାସ ପବିତ୍ର ଓ ମହତ୍ୱ ରଖେ । କିନ୍ତୁ ରମଜାନ ମାସର ସ୍ଥାନ ଖୁବ ଉଚ୍ଚରେ । ଏହି ମାସ ଆରମ୍ଭରୁ ସମସ୍ତ ଇସଲାମ ଧର୍ମର ବିଶ୍ଵବ୍ୟାପୀ ଅନୁଗାମୀ ତଥା ସମସ୍ତ ସାବାଳକ, ବାଳିକା ନିଜକୁ ସମ୍ପୂର୍ଣ୍ଣ ରୂପେ ଆହ୍ଲାଙ୍କ ନିକଟରେ ନିଜକୁ ସମର୍ପିଦିଅନ୍ତି । ଭୋର ୩ଟାରୁ ଉଠି ସନ୍ଧ୍ୟାର ସୂର୍ଯ୍ୟାସ୍ତ ଯାଏଁ ମାସବ୍ୟାପୀ ନିର୍ଜଳା ଉପବାସ ରହି କ୍ଷୁଧାର୍ଥର ଭୋକକୁ ଅନୁଭବ କରି ମାସ ବ୍ୟାପୀ ଦାନ, ଧର୍ମ ଓ ଆରାଧନାରେ ନିଜକୁ ନିୟୋଜିତ କରନ୍ତି । ଲୋଭାସକ୍ତ ସଂସାରରେ ମଣିଷ ଅର୍ଥପ୍ରିୟ, ବସ୍ତୁବାଦୀ, ତଥା କ୍ଷମତାଶାଳୀ ହେବାକୁ ପ୍ରତିଯୋଗିତା କରିଥାଏ…

Read More

2 ଜଣ ଚୁକ୍ତିଭିତିକ ଗ୍ରାମ ରୋଜଗାର ସେବକ (GRS)ଚାକିରିରୁ ବହିସ୍କୃତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୨ଜଣ ଗ୍ରାମ ରୋଜଗାର ସେବକ (GRS)ଙ୍କୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଚୁକ୍ତିଭିତିକ GRSପଦବୀରୁ ତା.28.04.22ରିଖ ଠାରୁ ବହିସ୍କୃତ କରିଛନ୍ତି । ସୂଚନା ଅନୁସାରେ ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରାମ ପଂଚାୟତର ପୂର୍ବତନ GRS ସୁଶାନ୍ତ କୁମାର ଦାସ ଯିଏ ବର୍ତମାନ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ଗ୍ରାମ ପଂଚାୟତରେ GRS ଭାବରେ କାମ କରୁଥିଲେ ତାଙ୍କୁ ୨୮ ଏପ୍ରିଲ ୨୦୨୨ ଠାରୁ ଚୁକ୍ତିଭିତିକ GRS ପଦବୀରୁ ବହିସ୍କୃତ କରାଯାଇଛି । ତାଙ୍କ ବିରୁଦ୍ଧରେ କୁଳାସର ଗ୍ରାମପଂଚାୟତରେ ଅର୍ଥ ତୋଷରାପାତ ଓ ଭିଜିଲାନ୍ସ ତଦନ୍ତ ଆଦି ଅଭିଯୋଗ ଥିଲା। ସେହିପରି ରଣପୁର ବ୍ଲକ ଅନ୍ତର୍ଗତ ବ୍ରଜରାଜପୁର ଗ୍ରାମ ପଂଚାୟତର ପୂର୍ବତନ GRS ପୁର୍ନମାସି ଆଚାର୍ଯ୍ୟ ଯିଏକି ଏବେ ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝାଲିଆ ଗ୍ରାମ ପଂଚାୟତରେ GRS ଭାବେ କାର୍ଯ୍ୟ…

Read More

ନୟାଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଜୋର ଧରିଲା ଦାବି

“ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ନୟାଗଡ଼ ବିକାଶ ମଞ୍ଚ” ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ନୟାଗଡ଼ ଜିଲ୍ଲାର ବୃହତ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସରକାର ନୟାଗଡ଼ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏନେଇ ଆଜି ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିକାଶ ମଞ୍ଚ ଆବାହକ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ନେତା ମନୋଜ କୁମାର ସାହୁ, ସମାଜସେବୀ ଦାମୋଦର ସାହୁ, ଯୁବସମାଜସେବୀ ଶିବରାମ ମହାପାତ୍ର, ବିଜେପି ନେତା ସୌମ୍ୟରଂଜନ ପ୍ରଧାନ, ସମାଜସେବୀ ବସନ୍ତ ପଟ୍ଟନାୟକ, ମୈତ୍ରୀ ଯୁବ ସଂସଦର ପ୍ରଦୀପ ସାହୁ, ଖଣ୍ଡପଡା ବିକାଶମଞ୍ଚ ଆବାହକ ଅଭିଳାଷ ପଣ୍ଡା,…

Read More