ସରପଞ୍ଚମାନଙ୍କୁ ନେଇ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ପଞ୍ଚାୟତିରାଜ ବିଭାଗର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସରପଞ୍ଚମାନଙ୍କୁ ନେଇ ଏକ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ.ଦେବାଶୀଷ ପଟ୍ଟନାୟକ ଓ ଜିଲ୍ଲାପାଳ ଡଃ. ପୋମା ଟୁଡୁଙ୍କ ଦ୍ବାରା ଆଜି ନୟାଗଡ଼ ବ୍ଲକ ଏବଂ ଖଣ୍ଡପଡ଼ା ବ୍ଲକର ସମସ୍ତ ସରପଞ୍ଚମାନଙ୍କୁ ନେଇ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ଡଃ. ଟୁଡୁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଆପଣ ମାନେ ପ୍ରଶିକ୍ଷିତ ହୋଇ ସଶକ୍ତ ହେବାସହ ନିଜ ନିଜର ଗ୍ରାମ ପଞ୍ଚାୟତମାନଙ୍କୁ ମଧ୍ଯ ସଶକ୍ତି କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ୨ଜଣ ତାଲିମ ଦାତା ଏହି ଶିବିରରେ ପ୍ରଶିକ୍ଷଣ ଦେବା ସହ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର ଯେଜନା ଓ କାର୍ଯ୍ୟକ୍ରମ ଉପରେ ସୂଚନା ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ପ୍ରଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ, ରଞ୍ଜୁଲତା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏ.ପି.ଡି. ତାଲିମ ଶିବପ୍ରସାଦ ଦାସ ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related posts