“ଷଷ୍ଠ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଯାପିତ”

ନୟାଗଡ଼,(ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହିଁ ସେବା ଉତ୍ସବ। ଅଭାବ ଅନଟନ ଭିତରେ ଥିବା ନିରୁତ୍ସାହ ଲୋକଙ୍କୁ ସେବା ଯୋଗାଇବାର ଉତ୍ସାହ ହିଁ ସବୁଠୁ ବଡ଼ ଉତ୍ସବ, ଏଣୁ ଗାଁ ଠୁ ସହର ଯାଏଁ ଏହି ଉତ୍ସବ ଏକ ଜନ ଉତ୍ସବରେ ପରିଣତ ହେବା ଦରକାର। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ୧୫ଦିନ ଧରି ଆୟୋଜିତ ଷଷ୍ଠବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୦୧ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ପନ୍ଦର ତାରିଖ ଯାଏଁ ଦିର୍ଘ ୧୫ଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାର ଦେଢ଼ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ସାତୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର ଘର ବୁଲି ଅସହାୟ ଓ ଅଭାବ ଅନାଟନ ଭିତରେ ଥିବା ଲୋକଙ୍କୁ ବିଭିର୍ଣ୍ଣ ପ୍ରକାର ସେବା ଯୋଗାଇଥିଲେ । ଏହା ପରେ ପ୍ରତ୍ୟେକ ସନ୍ଧ୍ୟାରେ ଓଡିଶାସରକାରଙ୍କ ସଂସ୍କୃତି ବିଭାଗ ସହାଭାଗିତାରେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏହି କ୍ରମରେ ଷଷ୍ଠ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବର ଉଦଯାପନୀ ଉତ୍ସବ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରେ ମହାସମାରୋହରେ ସମାପିତ ହୋଇଯାଇଛି। ଏହି ଉଦଯାପନୀ ସଭାରେ ସେବା ଉତ୍ସବ ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଡାକ୍ତର ଅରବିନ୍ଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟନାୟକ ଯୋଗଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନୟାଗଡ଼ ପୌରପରିଷଦର ପୌରାଧ୍ୟକ୍ଷା ନିରୁପମା ଖଟେଇ, ସମଜସେବୀ ସନ୍ତୋଷ ପ୍ରଧାନ, ସମାଜସେବୀ ଦାମୋଦର ସାହୁ,ସେବାଉତ୍ସବ ଉପାଧ୍ୟକ୍ଷ ଚିତ୍ତରଂଜନ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ଏହି ଅବସରରେ ରୋଗୀସେବା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଉମାକାନ୍ତ ମହାପାତ୍ରଙ୍କୁ ସେବା ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା। ଏହାପରେ ନୟାଗଡ଼ ବାହାଡାଝୋଲାର ଓଁ ଶ୍ରୀ ଦୃଷ୍ଟିହୀନ ଲୋକସଂଗୀତ ପରିଷଦ ଓ ଅନ୍ୟାନ୍ୟ ସାଂସ୍କୃତିକ ଦଳଙ୍କ ଦ୍ୱାରା ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ସେବା ଉତ୍ସବ ସଦସ୍ୟ ଜ୍ୟୋତିରଞ୍ଜନ ମହାପାତ୍ର, ଅମିତ କୁମାର,ପରମେଶ୍ୱର ସାହୁ, ଗୁଲସନ କୁମାର ଦାସ, ମଳୟରଂଜନ ରାୟ , ସଂଜୟ କୁମାର ପରିଡା, ସୁନୀଲ କୁମାର ନାୟକ,ବିଶ୍ୱଜିତ ସାହୁ, ସମ୍ବିତ କୁମାର ସାହୁ,ସୋମ୍ୟା ସ୍ୱୟଂପ୍ରଭା, ରାଜଲକ୍ଷ୍ମୀ ମହାନ୍ତି,ଆକାଶ ପାତ୍ର,ସୋମ୍ୟରଂଜନ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।

Related posts