ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜିର ଏହି ଐତିହାସିକ ଦିନଟି, ସମସ୍ତଙ୍କ ପାଇଁ ଏକ ମହାସଙ୍କଳ୍ପର କ୍ଷଣ। ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି। ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ। ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା। ରାଷ୍ଟ୍ରପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟର ସ୍ମିତହାସ୍ୟ ଦେଇଥିଲା। ଯେତେବେଳେ ଇଂରେଜ ସରକାର ଏହାକୁ…
Read MoreCategory: ନୟାଗଡ଼ ବ୍ଲକ
ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଘର ଷଷ୍ଠ ବାର୍ଷିକୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଇଟାମାଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଘର ଷଷ୍ଠ ବାର୍ଷିକୋତ୍ସବ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ , ସମ୍ମାନିତ ଅତିଥି ଭାବେ ଜିଲ୍ଳା ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଦିପେଶ ପ୍ରସାଦ,ସରପଞ୍ଚ ସ୍ଵପ୍ନେଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପରାଣୀ ସେଠୀ ,ଆଇନଜ୍ଞ ପ୍ରମୋଦ କୁମାର ବିଶ୍ୱାଳ ,ସମାଜ ସେବୀ ପ୍ରଫୁଲ୍ଲ କୁମାର ସାହୁ ଇତ୍ୟାଦି ଯୋଗ ଦେଇ ଥିଲେ l ନିଜର ବକ୍ତବ୍ୟ ମାଧ୍ୟମରେ ବଶିଷ୍ଠ ନାଗରିକ ମାନେ କିପରି ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜର ଜୀବନ ବିତାଇବେ ସେ କଥା କହିଥିଲେ। ପ୍ରତି ମୁହୂର୍ତ୍ତରେ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଣ୍ଢେଇ ମେଳା ସହିତ ବିଜ୍ଞାନ ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ମେଳାରେ ୬୪ ଜଣ କୁନିକୁନି ଶିଶୁ କଣ୍ଢେଇ ମେଳାରେ ଭାଗନେଇଥିବା ବେଳେ ପ୍ରାଥମିକ ଓ ଉଚ୍ଚ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ୧୭୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ଯକତା ବିଷୟରେ ଆଲୋଚନା କରିବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଅଭିଭାବକମାନେ…
Read Moreବାଲୁଗାଁ ଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ ରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ତମିଶ୍ରା ସେଠୀଙ୍କ ଅଧ୍ୟକ୍ଷତାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସର୍ବମୋଟ ୫୩ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପଦ୍ମଚରଣ ସାହୁ, ପଦ୍ମନାଭ ବେହେରା ଓ ଭବାନୀ ମିଶ୍ରଙ୍କ ତତ୍ତ୍ଵାବଧାନରେ ଏହି ପ୍ରକଳ୍ପ ଗୁଡ଼ିକ ସ୍ଥାନିତ ହୋଇଥିଲା। ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ଜିତେନ୍ଦ୍ର କହଁର, ମନମୋହନ ଚମ୍ପତି, ସ୍ମିତାରାଣୀ ରାଉତ, ଶୁଭାଶିଷ ସାହୁ ପୂର୍ଣ୍ଣ ସହୋଯୋଗ କରିଥିଲେ। ଏହି ବିଜ୍ଞାନ ମେଳାରେ ଭାଗିରଥି ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁରର ବିଜ୍ଞାନ ଶିକ୍ଷକ ବିଭୂତିଭୂଷଣ ରଣସିଂ ବିଚାରପତି ଭାବରେ ଯୋଗ ଦେଇ ବିଜ୍ଞାନ ମେଳାକୁ ପରିଚାଳନା କରିଥିଲେ। ଏହି ଅବସରରେ ବର୍ତ୍ତମାନ ବିଜ୍ଞାନର…
Read Moreଲୋକନାଥ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ,ନୟାଗଡ଼ରେ କାର୍ଯ୍ୟରତ ଲୋକନାଥ ସାହୁ, ଭଣ୍ଡାର ରକ୍ଷକ ଆଜି ତା.୩୧.୧୦.୨୦୨୫ରିଖରେ ଅବସର ନେଇଛନ୍ତି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦାନ କରି ତାଙ୍କର ସୁସ୍ଥ, ନିରୋଗ ନିରାମୟ ଦୀର୍ଘଜୀବନ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ଯ୍ୟ ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରି ତାଙ୍କୁ ଏକ ମୁକ୍ତ ଆକାଶର ବିହଙ୍ଗ ବୋଲି କହିଥିଲେ ଏବଂ ଆଜିଠାରୁ ଆଉ ଏକ ନୂଆ ଜୀବନର…
Read Moreସିଭିଲ ସୋସାଇଟି ଏବଂ ପୂଜ୍ୟପୂଜା କମିଟିର ମିଳିତ ଆନୁକୂଲ୍ୟରେ ଲୌହ ମାନବଙ୍କ ଜୟନ୍ତୀ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୀଳମାଧଵ ହୋଟେଲ ସମ୍ମିଳନୀ କକ୍ଷରେ ଲୌହ ମାନବ ତଥା ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସିଭିଲ ସୋସାଇଟି ଏବଂ ପୂଜ୍ୟପୂଜା କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାନୁଭବ କାର୍ଯ୍ୟକ୍ରମ ସିଭିଲ ସୋସାଇଟିର ଅଧକ୍ଷ ଗୋଦାବରୀ ସାହୁଙ୍କ ଅଧକ୍ଷ୍ୟତରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷାବିତ୍ତ ପ୍ରସନ୍ନ କୁମାର ବସନ୍ତିଆ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଅବସର ପ୍ରାପ୍ତ ସେନା ଅଧିକାରୀ ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇ ପଟେଲଜୀଙ୍କ ଭାରତର ଅଖଣ୍ଡତା ଏବଂ ରାଷ୍ଟ୍ରୀୟ ଏକତା ପାଇଁ ନେଇଥିବା ନିସ୍ଵାର୍ଥପର ମନୋଭାବର ଭୁୟସୀ ପ୍ରଂଶସା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନିରଞ୍ଜନ ମିଶ୍ର, ନବକୃଷ୍ଣ ସାହୁ, ରଜନୀକାନ୍ତ ଭୂୟାଁ, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ପୂଜ୍ୟପୂଜା…
Read Moreନୟାଗଡ଼ ସରସ୍ଵତୀ ବିଦ୍ୟାମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଆ ମାନଙ୍କର ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଗାୟତ୍ରୀ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଭାସିନୀ ବରାଡ ଯୋଗ ଦେଇଥିବାବେଳେ ନମିତା କୁମାରୀ ନାୟକ ଓ ସସ୍ମିତା ନାୟକ ମହୋଦୟା ସମ୍ମାନିତା ଅତିଥି ଭାବେ ଯୋଗଦେଇଥିଲେ। ଏଠାରେ ଅତିଥିମାନେ ପର୍ଯ୍ୟାବରଣ ଓ କୁଟୁମ୍ବ ପ୍ରବୋଧନରେ ମହିଳାଙ୍କ ଭୂମିକା, ପ୍ରେରଣାଦାୟୀ ମହିଳାଙ୍କ ବାର୍ତ୍ତା, ଭାରତ ବିକାଶରେ ମହିଳାଙ୍କ ଭୂମିକା ଆଦି ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ।ମୁଖ୍ୟଵକ୍ତା ଶ୍ରୀମତୀ ପଟ୍ଟନାୟକ ଭଗବାନଙ୍କର ଦଶ ଅବତାର ବିଷୟରେ ତଥ୍ୟ ଉପସ୍ଥାପନା କରିବା ସହିତ ପର୍ଯ୍ୟାବରଣ ସୁରକ୍ଷାରେ ପଞ୍ଚ ‘ଜ’ ଯେପରିକି ଜନ, ଜଳ, ଜମି, ଜୀବ, ଜଙ୍ଗଲ ଆଦି ବିଷୟରେ ନିଜର ମତ ଉପସ୍ଥାପନା କରିଥିଲେ। ତାଙ୍କ ପରେ…
Read Moreଶ୍ୟାମାକାଳୀ ପୂଜା ଉଦଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ ଅନ୍ତର୍ଗତ ସଠିଆପଲ୍ଲୀ ଗ୍ରାମରେ ଆନନ୍ଦ ଉଦ୍ଦୀପନା ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଶ୍ୟାମାକାଳୀ ପୂଜା ଗୁରବାର ଉଦଯାପିତ ହୋଇ ଯାଇଛି। ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ସାମ୍ବାଦିକ ରଜତ ପଟ୍ଟନାୟକ, ସମାଜସେବୀ ରୋଟାରୀଆନ ପୂର୍ଣ୍ଣଚନ୍ଦ୍ର ସାହୁ, ସହକାରୀ ଶିକ୍ଷୟତ୍ରୀ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ମାତୃପୂଜା ତଥା ପୂଜ୍ୟପୂଜା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ବକ୍ତବ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂଜାକମିଟିର ସଭାପତି କାହ୍ନା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷ, ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଖୁବ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Read Moreଜ୍ଯୋତି କଳସ ରଥଯାତ୍ରା ଓ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥକୁ ନୟାଗଡ଼ ଜିଲ୍ଲା ତରଫରୁ ଚମ୍ପତିପୁର ଗ୍ରାମ ଠାରେ ସ୍ବାଗତ କରାଯିବ ସହିତ ଶହେରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ମାନଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଶୋଭାଯାତ୍ରା ଚମ୍ପତିପୁର, ଆଙ୍କୁଲିପାଟଣା, ନାଟୁଗାଁ ପରିକ୍ରମା କରି କଦଳୀବସ୍ତ ସାହିରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଜ୍ଯୋତି କଳସ ରଥରେ ପରିବ୍ରାଜକ ଭାବେ ସମଗ୍ର ଓଡିଶା ରାଜ୍ଯ ପରିକ୍ରମା କରୁଥିବା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ…
Read Moreୟୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନମେଳା ଅନୁଷ୍ଠିତ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାସ୍ଥିତ ଯୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୯ ଜଣ ଛାତ୍ରଛାତ୍ରୀ ବିଜ୍ଞାନ, ଗଣିତ, ଇଂରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଓ ହିନ୍ଦୀ ବିଷୟରେ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ନୟାଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ସମସ୍ତ ପାଠ୍ୟ ବିଷୟରେ ଏଭଳି ଏକ ଶିକ୍ଷା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ସହିତ ପ୍ରଦର୍ଶନୀକୁ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କର ପ୍ରୟାସ ଓ ନୂତନ ଚିନ୍ତାଧାରାକୁ ଉଚ୍ଚ ପ୍ରଶଂସା କରି ସେମାନଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଉତ୍ସାହିତ କରିଥିଲେ। ବିଭିନ୍ନ ବିଷୟର ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କାର୍ଯ୍ୟରେ…
Read More