ଶ୍ୟାମାକାଳୀ ପୂଜା ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ ଅନ୍ତର୍ଗତ ସଠିଆପଲ୍ଲୀ ଗ୍ରାମରେ ଆନନ୍ଦ ଉଦ୍ଦୀପନା ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଶ୍ୟାମାକାଳୀ ପୂଜା ଗୁରବାର ଉଦଯାପିତ ହୋଇ ଯାଇଛି। ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ସାମ୍ବାଦିକ ରଜତ ପଟ୍ଟନାୟକ, ସମାଜସେବୀ ରୋଟାରୀଆନ ପୂର୍ଣ୍ଣଚନ୍ଦ୍ର ସାହୁ, ସହକାରୀ ଶିକ୍ଷୟତ୍ରୀ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ମାତୃପୂଜା ତଥା ପୂଜ୍ୟପୂଜା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ବକ୍ତବ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂଜାକମିଟିର ସଭାପତି କାହ୍ନା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷ, ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଖୁବ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts