ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଘର ଷଷ୍ଠ ବାର୍ଷିକୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଇଟାମାଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଘର ଷଷ୍ଠ ବାର୍ଷିକୋତ୍ସବ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ , ସମ୍ମାନିତ ଅତିଥି ଭାବେ ଜିଲ୍ଳା ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଦିପେଶ ପ୍ରସାଦ,ସରପଞ୍ଚ ସ୍ଵପ୍ନେଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପରାଣୀ ସେଠୀ ,ଆଇନଜ୍ଞ ପ୍ରମୋଦ କୁମାର ବିଶ୍ୱାଳ ,ସମାଜ ସେବୀ ପ୍ରଫୁଲ୍ଲ କୁମାର ସାହୁ ଇତ୍ୟାଦି ଯୋଗ ଦେଇ ଥିଲେ l ନିଜର ବକ୍ତବ୍ୟ ମାଧ୍ୟମରେ ବଶିଷ୍ଠ ନାଗରିକ ମାନେ କିପରି ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜର ଜୀବନ ବିତାଇବେ ସେ କଥା କହିଥିଲେ। ପ୍ରତି ମୁହୂର୍ତ୍ତରେ ସାହାଯ୍ୟର ହାତ ବଢାଇବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ସରପଞ୍ଚ ଘର କାମ ପାଇଁ Rs 2, 25000 (ଦୁଇଲକ୍ଷ ପଚିଶ ହଜାର)ଟଙ୍କା ତାଙ୍କ ନିଜସ୍ଵ ପାଣ୍ଠିରୁ ମଞ୍ଜୁର କରିଥିଲେ। ସଭା ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇ ଥିଲା।

ବିଭିନ୍ନ ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସଙ୍ଘ ଗଠନରେ ମୂଳଦୁଆ ପକାଇଥିବା ପାଞ୍ଚଜଣ ଶିକ୍ଷକଙ୍କୁ ସଭାପତି ଡ଼.ସୁକାନ୍ତି ମହାନ୍ତି ବ୍ୟକ୍ତିଗତ ଭାବେ ଉତ୍ତରୀୟ, ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ।ସଭାପତି ଡ଼.ସୁକାନ୍ତି ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲା ବେଳେ ସମ୍ପାଦକ ରାଜ କିଶୋର ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ।ବଶିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ନିରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଲକ୍ଷ୍ମୀଧର ସାମନ୍ତରାୟ, ପ୍ରକାଶ ପଟ୍ଟନାୟକ, ଦେବିପ୍ରସାଦ ଜେନା, ପ୍ରଦୀପ୍ତ କୁମାର ସାହୁ, ସୁରେନ୍ଦ୍ର ନାଥ ମଲ୍ଲ, ଶ୍ୟାମ ସୁନ୍ଦର ପାତ୍ର, ରବିନାରାୟଣ ପାତ୍ର, ଶିକ୍ଷୟିତ୍ରୀ ପ୍ରେମ ଲତା ପଟ୍ଟନାୟକ, ଇତ୍ୟାଦି ସହଯୋଗ କରିଥିଲେ। SDPO ଜ୍ୟୋତିରଂଜନ ସାମନ୍ତରାୟ ସମସ୍ତଙ୍କ ପାଇଁ ଟିଫିନ୍ ବ୍ୟବସ୍ଥା କରିଥିଲେ।

Related posts