ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁବାର ନୟାଗଡ଼ ବ୍ଲକ ୧୫ ପଞ୍ଚାୟତ ଗସ୍ତରେ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରତି ପଞ୍ଚାୟତରେ ବୈଠକ କରି ପ୍ରତି ଗାଁର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି । ଗାଁର ରୂପରେଖ ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ ଚାଲିଥିବା ବେଳେ ମୁରବୀଙ୍କ ନିଷ୍ପତ୍ତିକୁ ଅରୁଣ ପ୍ରାଧାନ୍ୟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ବିକାଶ ପାଇଁ ଦେଇଥିବା ବାର୍ତ୍ତାକୁ ଲୋକଙ୍କ ପାଖରେ ବିଧାୟକ ଉପସ୍ଥାପନ କରିବା ସହ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର କିଭଳି ବିକାଶ ହୋଇଛି ତାହା ଆଲୋଚନା କରୁଛନ୍ତି। ପ୍ରତି ପଞ୍ଚାୟତ ପାଇଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବିକାଶ ମୂଳକ କାର୍ଯ୍ୟର ତାଲିକା ପ୍ରସ୍ତୁତି କରାଯାଉଛି । ଗୁରୁବାର ନୟାଗଡ଼ ବିଧାୟକ ଡ. ସାହୁ ନୟାଗଡ଼ ବ୍ଲକର…
Read MoreCategory: ନୟାଗଡ଼ ବ୍ଲକ
ବଦଳିବ ନୟାଗଡ଼ର ଚିତ୍ର, ପ୍ରସ୍ତୁତ ହେଉଛି ବିକାଶ ତାଲିକା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଭିନ୍ନ ପଞ୍ଚାୟତ ଗସ୍ତରେ ଯାଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି । ଗାଁର ରୂପରେଖ ବଦଳାଇବା ପାଇଁ ନୂତନ ଭାବେ ଯୋଜନା ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ପଞ୍ଚାୟତରେ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏନେଇ ଆଜି ନୟାଗଡ଼ ବିଧାୟକ ଡ. ସାହୁ ନୟାଗଡ଼ ବ୍ଲକର ଚଣ୍ଡିବସ୍ତ, ଭାଟସାହି, ମୁଥାଗାଡ଼ିଆ, ନବଘନପୁର, ଲେଙ୍କୁଡ଼ିପଡ଼ା, ମାଛିପଡ଼ା, ନଡ଼ିଆଳି, ଖୁଣ୍ଟୁବନ୍ଧ, ସିନ୍ଦୁରିଆ, ଘଡ଼ୁଆଳ, ଇଟାମାଟି, ବଡ଼ପଣ୍ଡୁସର, ବାଉଁଶିଆପଡ଼ା, ଜହ୍ନିପଦା, ବିରୁଡ଼ା ପଞ୍ଚାୟତକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରତ୍ୟେକ ଗାଁର ବିକାଶ ତଥା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । କେଉଁ କାମ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଅପେକ୍ଷା କରିଛି,…
Read Moreପୁରୁଣା ରାଜବାଟୀଠାରେ ବିଜେପିର ମିଶ୍ରଣ ପର୍ବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଜନତା ପାର୍ଟି ପକ୍ଷରୁ ନୟାଗଡରେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କ ନେତୃତ୍ବରେ ପୁରୁଣା ରାଜବାଟି ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ଏହି ମିଶ୍ରଣ ପର୍ବରେ ନୟାଗଡ ବ୍ଲକ ଖୁଣ୍ଟୁବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଶ୍ବସ୍ଥପଡା ଗ୍ରାମର ନୟାଗଡ ଜିଲ୍ଲା କଂଗ୍ରେସର ଦଳିତ ଓ ଆଦିବାସୀ ସେଲ ସଭାପତି ଭଗବାନ ମଲ୍ଲିକଙ୍କ ସମେତ ସେହି ଗ୍ରାମର ପ୍ରଫୁଲ୍ଲ ରାଉତ, ଡମି ବରାଡ, ଖଦାଳ ସେଠି, ଧନୀ ପ୍ରଧାନ, ଗୋବିନ୍ଦ ମଲ୍ଲିକ, ମହନ୍ତ ପ୍ରଧାନଙ୍କ ସହ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏବଂ କାନକଟା ସ୍ଥିତ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ମଜଦୁର ସଙ୍ଘର ସଭାପତି ରବି ଜେନା, ସମ୍ପାଦକ ବିରଞ୍ଚି ନାରାୟଣ ବେହେରା ଓ ବିଜୟ କୁମାର ପ୍ରଧାନଙ୍କ ନେତୃତ୍ବରେ ବହୁ କର୍ମକର୍ତ୍ତା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦାନ ଦେଇଛନ୍ତି।…
Read Moreଜିଲ୍ଲା ଆଇନ ସେବା ପ୍ରାଧିକରଣ ନୟାଗଡଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ପାଇଲେ ବୃଦ୍ଧ ପିତାମାତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡଗାଁ ଥାନା ଅଧ୍ଵନସ୍ଥ ବାଲିଶିଂସା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ ଓ ପଦ୍ମିନୀ ସାହୁ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେବାରୁ; ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରାଧିକରଣ ସେମାନଙ୍କ ଦରଖାସ୍ତକୁ ଗ୍ରହଣକରି ପଞ୍ଜୀକୃତ କରିଥିଲେ ଏବଂ ପ୍ରାଧିକରଣର ତାଲିକାଭୁକ୍ତ ଓକିଲ ରମେଶ ଚନ୍ଦ୍ର ମହାରଣାଙ୍କୁ ମୋକଦ୍ଦମା ପରିଚାଳନା ନିମନ୍ତେ ନିର୍ଦେଶ ଦେଇଥିଲେ । ମାନ୍ୟବର ପରିବାର ଅଦାଲତ, ନୟାଗଡ ସେମାନଙ୍କ କେସକୁଗ୍ରହଣକରିବା ସହିତ ଉଭୟପକ୍ଷଙ୍କ ଯୁକ୍ତିକୁ ଶୁଣି ବୃଦ୍ଧ ପିତାମାତାଙ୍କ ଭରଣ ପୋଷଣ ନିମନ୍ତେ ବଡ ପୁଅ ଶିବ ସାହୁ ବାପାଙ୍କୁ ମାସିକ ଟ. ୧୮୦୦.୦୦ ଓ ମାଙ୍କୁ ଟ. ୧୮୦୦,୦୦ ଏବଂ ସାନ ପୁଅ ବିଜୟ ସାହୁ ବାପା ଙ୍କୁ ଟ. ୧୨୦୦,୦୦ ଓ ମାଙ୍କୁ ଟ. ୧୨୦୦,୦୦ ଲେଖାଏଁ ଦେବାପାଇଁ…
Read Moreପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଦାସିଆ ଅଜାଙ୍କ ଜନ୍ମ ଜୟନ୍ତୀ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶ ପଇସାର ରାଜା ଦାସିଆ ଅଜାଙ୍କ ୧୧୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ସ୍ଥାନୀୟ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟପୂଜା କମିଟିର ସଦସ୍ଯମାନେ ଉପସ୍ଥିତ ହୋଇ ସ୍ବର୍ଗତ ଦାସରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଧୂପ ପୁଷ୍ପ ମାଲ୍ଯାର୍ପଣ ପୂର୍ବକ ସ୍ମୁତିଚାରଣ କରିଥିଲେ। ପୂଜ୍ୟପୂଜା କମିଟିର ସଂପାଦକ ସମାଜସେବୀ ଅରୁଣ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାହିତ୍ଯିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ଜନକ ଦାସିଆ ଅଜାଙ୍କ ମହନୀୟତା ବିଷୟରେ ଆଲୋଚନା କରିଥିବା ବେଳେ ନୟାଗଡ଼ ପୌରପରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମାଜସେବୀ ଶ୍ରୀକାନ୍ତ ଖଟେଇ, କାଉନସିଲର ଜାନକୀବଲ୍ଲଭ ଜେନା, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ରୋଟାରୀ କ୍ଳବ ସଭାପତି ଅବଦୁଲ ଆରିଫ୍…
Read Moreଦାସିଆ ଅଜାଙ୍କ ୧୧୬ତମ ଜନ୍ମବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୬ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ତରଫରୁ କଚେରୀ ବଜାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ମୁନିସିପାଲଟି ଉପାଧ୍ୟକ୍ଷ…
Read Moreମଞ୍ଚସ୍ଥ ଅପେକ୍ଷାରେ ‘ତୃତୀୟ ନୟନ’ର ନାଟକ “ସିଏ ଆସିବେ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟାନୁଷ୍ଠାନ ତୃତୀୟ ନୟନର ବୈଠକ ଆଦିନିବାସ ଠାରେ ସମାଜ ସେବୀ ତଥା ନାଟ୍ୟନୁଷ୍ଠାନ ତୃତୀୟ ନୟନ ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ମାସରେ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ନାଟକ ‘ସିଏ ଆସିବେ’ ମଞ୍ଚସ୍ତ କରିବା ପାଇଁ ସ୍ଥିରୀକୃତ ହୋଇଅଛି। ବୈଠକର ସଂଯୋଜକ ମିଷ୍ଟର କାଳିଆଙ୍କ ସଂଯୋଜନାରେ ନିର୍ଦେଶକ ନାଟ୍ୟଭୂଷଣ ଡ଼ଃ ବିଜୟ କୁମାର ଚୌଧୁରୀ ଉପସ୍ଥିତ କଳାକାର ତଥା ସଦସ୍ୟ ମାନଂକୁ ଚରିତ୍ର ମାନଙ୍କ ସମ୍ପର୍କରେ ସୂଚନା ଦେବା ସହିତ ଓତଃପ୍ରୋତ ଭାବରେ ଅବଗତ ହେବା ପାଇଁ ପରାମର୍ଶ ଦେଇ ଥିଲେ। ସର୍ବଶ୍ରୀ ରାକେଶ ଦାଶ, ଅଶୋକ ମଲ୍ଲ, ବିରୁପାକ୍ଷ ସ୍ୱାଇଁ, ମିସ ସୋନାଲି, ପୁର୍ଣଚନ୍ଦ୍ର ଶତପଥୀ, ପ୍ରଦୀପ୍ତ ଡାକୁଆ, ବାପୁ, ବାପି, ଟୁନା ପ୍ରମୁଖ ସୌଖିନ କଳାକାରମାନେ ନୟାଗଡ଼ରେ ଉଚ୍ଚକୋଟୀର ମଞ୍ଚ ନାଟକ ପରମ୍ପରାକୁ ଅଧିକ…
Read Moreରେଳ ବିଭାଗର ବୈମାତୃକ ମନୋଭାବ ପ୍ରତିବାଦରେ ଆନ୍ଦୋଳନ ଡାକରା
ନୟାଗଡ଼,(ନୟାଗଡ଼ ଦର୍ପଣ): ବାରମ୍ବାର ଦାବି ଏବଂ ଅଭିଯୋଗ ପରେ ମଧ୍ୟ ନୟାଗଡ଼ ଟାଉନ ରେଳ ସେବାରେ ଆବଶ୍ୟକ ଅନୁଯାୟୀ ସୁଧାର ଆସି ପାରିଲା ନାହିଁ। ବରଂ ଦିନକୁ ଦିନ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ମନମାନି ଏବଂ ହେୟ ଜ୍ଞାନ ଯୋଗୁଁ ରେଳଷ୍ଟେସନରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ ବାରମ୍ବାର ଅଚଳ। ଇଞ୍ଜିନ ଖରାପ ଯୋଗୁଁ ଯାତ୍ରୀଙ୍କ ଚଳାଚଳରେ ସାଙ୍ଘାତିକ ସମସ୍ୟା। ସମାୟାନୁବର୍ତ୍ତିତା ପ୍ରତି ବେଖାତିର। ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ସେଡର ସମ୍ପ୍ରସାରଣ। ଥଣ୍ଡା ପାନୀୟ ଜଳର ସୁବିଧା। ଆପରୋଚ ରୋଡ଼ର ଦୟନୀୟ ଅବସ୍ଥା ଇତ୍ୟାଦି… ଏଭଳି ବିଭିନ୍ନ ଦାବି ପ୍ରତି ଖୋର୍ଦ୍ଧା ରୋଡ଼ ଡିଭିଜନାଲ ମ୍ୟାନେଜରଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ନିରବ। ରେଳ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଚଳିତ ମାସ ୧୬ତାରିଖ ରବିବାର…
Read Moreଥାନା ପାଖରୁ ଇନ୍ସପେକ୍ଟରଙ୍କ ବେକରୁ ଝାମ୍ପିନେଲେ ସୁନାଚେନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଚୋରି ଡକାୟତି ଚରମ ସ୍ଥିତିରେ ପହଞ୍ଚିଛି । ପରିସ୍ଥିତି ଏଭଳି ହୋଇଛି ଯେ, ଦିନ ଦୁଇ ପ୍ରହରରେ ସହର ଭିତରୁ ଲୁଟେରା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ କରୁଛନ୍ତି। ପଲସର ଗାଡ଼ିରେ ଦ୍ରୁତ ଗତିରେ ଆସି ଚେନ ସ୍ନାଚିଂ କରୁଛନ୍ତି। ଠିକ ସେମିତି ଆଜି ଜଣେ ମହିଳା ଇନ୍ସିପେକ୍ଟର ମନୋରମା ମଲ୍ଲିକଙ୍କ ବେକରୁ ସୁନାଚେନ୍ ଲୁଟ ହେବା ଘଟଣା ସାମ୍ନାକୁ ଆସିଛି । ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଡାକ୍ତରଖାନା ପଛ ପାଖରେ ଥିବା ପୁଲିସ କ୍ୱାର୍ଟରକୁ ଯିବା ସମୟରେ ଶବ ବ୍ୟବଚ୍ଛେଦ ଗୃହ ଆଗରେ ତାଙ୍କଠାରୁ ଲୁଟ ହୋଇଛି । ମହିଳା ଇନ୍ସିପେକ୍ଟର ଜଣଙ୍କ ନିଜ ଘରକୁ ଯିବା ସମୟରେ ବ୍ଲୁ କଲର ପଲସର ବାଇକରେ ଦୁଇ ଜଣ ଦୁବୁର୍ତ୍ତ ଆସି ତାଙ୍କୁ ଧକ୍କା ଦେଇଥିଲେ । ସେ ଗାଡ଼ିରୁ…
Read Moreନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ କୃଷ୍ଣସପ୍ତମୀ ତା୯/୭/୨୦୨୩ରିଖ ଦିନଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଗୁରୁମା ଚାରୁ ପଟ୍ଟନାୟକ ଦ୍ୱୀପ ପ୍ରଜ୍ବଳନ କରିଥିଲେ। ପ୍ରଧାନାଚାର୍ୟ୍ଯ ଅମ୍ବିକା ପ୍ରସାଦ ପଟ୍ଟନାୟକ ସମ୍ମିଳନୀର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ଶିଶୁ ମାତୃଗର୍ଭରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଂସ୍କାର ଗ୍ରହଣ କରିବା ସମୟ। ଏହି ବୟସରେ ଶିଶୁ ତା’ର ପରିବାର, ବିଦ୍ୟାଳୟ ଓ ସମାଜରୁ ବିଭିନ୍ନ କଥା ଶିଖେ। ଶିଶୁମାନେ ବିଦ୍ୟାଳୟରେ ଯେପରି କ୍ରିୟାକଳାପ କରନ୍ତି ତାହାକୁ ଘରେ ମା’ମାନଙ୍କ ଦ୍ୱାରା ଶିଶୁ ଅଭ୍ୟାସ କରିବା ଆବଶ୍ୟକ। ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ଭାଗ୍ୟଲତା ସାହୁ ଅତିଥି ପରିଚୟ କରିଥିଲେ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମା’ ମାନଙ୍କ ପ୍ରୟୋଗିକ କାଲାଂଶ ଶିଶୁବାଟିକାର ଗୁରୁମାମାନେ କରିଥିଲେ। ପରିଚାଳନା ସମିତିର ସଦସ୍ୟା ଜ୍ୟୋଛନାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Read More