ନୟାଗଡ଼ ବ୍ଲକ ବିଜେଡ଼ି ଉପ ସଭାପତି ହେଲେ ସରିଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ ବିଜୁ ଜନତା ଦଳ ଉପସଭାପତି ଭାବେ ବିଶିଷ୍ଟ ସମାଜସେବୀ ବିଜୁ ଜନତାଦଳର ଛାମୁଆ କର୍ମୀ ତଥା ସଂଗଠକ ସରିଫ ଖାଁଙ୍କୁ ବିଜୁ ଜନତା ଦଳର ନୟାଗଡ଼ ବ୍ଲକ ଉପସଭାପତି ଭାବେ ନିଯୁକ୍ତି ମିଳିଛି। ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ। ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦେଉଛନ୍ତି ପରାମର୍ଶ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ପଥକୁ ବିରୋଧୀ ବି ଆପଣାଇଲାଣି । ଅଧିକ ଦଳକୁ ସଂଗଠିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ନୟାଗଡ଼ ବ୍ଲକର ବିଜୁ ଜନତା ଦଳ ଉପ ସଭାପତି ଭାବେ ସିନ୍ଦୁରିଆ ଗ୍ରାମର ସରିଫ…

Read More

ଓଡଗାଁ ଭାଜପାର ୧୮ପରିବାର ଓ ବହୁ ମହିଳା ନେତ୍ରୀ ବିଜେଡିରେ ସାମିଲ

ଓଡ଼ଗାଁରେ ବିଜେଡି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ରାମସାଗର କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ,ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ,ବିଜେଡି ନେତ୍ରୀ ଇରାନୀ ରାୟ,ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ନୟାଗଡ଼ ପ୍ରାର୍ଥୀ ଡ଼ ଅରୁଣ କୁମାର ସାହୁ ନୀତିଗତ ଲଢେଇରେ ବ୍ୟକ୍ତିଗତ ସ୍ତରକୁ ଯିବା ମୋର ଅଭ୍ୟାସ ନାହିଁ କିନ୍ତୁ ତାହା ଏବେ ଭାରତବର୍ଷରେ ଚାଲିଛି।ନୟାଗଡ଼ରେ ଏବେ କିଛି ଲକ୍ଷ୍ମୀ ଛଡା,ଗୋଷ୍ଠୀ ଛଡା ଓ ଘର ଛଡା ମାତିଛନ୍ତି ଏବଂ ନୟାଗଡ଼ ଜନସାଧାରଣ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ଓ ସେମାନେ ହାରିବାଟା ଥୟ ବୋଲି କହିଥିଲେ।ଠିକ ସେହିପରି ଅରୁପ ପଟ୍ଟନାୟକ ଜଣେ ଭଲ…

Read More

‘ମାଟି ମା’ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି: ଅରୂପ

ଡବଲ ଶଙ୍ଖ ଆହ୍ବାନ ଦେଲେ ଅରୂପ ଓ ଅରୁଣ ୪ ଶହ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ପୁରୀ ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପାର୍ଥି ଡ. ଅରୁଣ କୁମାର ସାହୁ ଯୋଗଦେଇ ଡବଲ ଶଙ୍ଖ ପାଇଁ ଆହ୍ବାନ ଦେଇଥିଲେ। ରାଜନୀତି ସହ ସେବା ମୋ ଜୀବନର ଲକ୍ଷ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। କରୋନା ମହାମାରୀ ସମୟରୁ ‘ଓଡ଼ିଶା ମୋ ପରିବାର’ ସେବା ପାଇଁ ବଳିଷ୍ଠ ଉଦ୍ୟମ ପାଲଟିଥିବା କହିଥିଲେ। ମାଟି ମା’ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି। ବିଜୁ ଜନତା ଦଳ ଖରା, ବର୍ଷା, ଶୀତ କାକରରେ…

Read More

ଡ. ସୁରେଶ ବରାଡ଼ଙ୍କ
‘ଶ୍ରୀଜଗନ୍ନାଥ ବେଶ, ପରମ୍ପରା: ଏକ ଅଧ୍ୟୟନ’ ପୁସ୍ତକ ଲୋକାର୍ପିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ପବିତ୍ର ଦୋଳପୂର୍ଣିମା ଅବସରରେ ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ଶ୍ରୀ ଜଗନ୍ନାଥ ବେଶ ପରମ୍ପରା: ଏକ ଅଧ୍ୟୟନ’ ପୁସ୍ତକ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ଲୋକାର୍ପିତ ହୋଇ ଯାଇଛି। ଡ଼ଃ ବରାଡ଼ଙ୍କ ଏହି ପୁସ୍ତକ ଅତିଥିମାନଙ୍କ କର କମଳରେ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବଳଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଯାଇଛି। ନୟାଗଡ଼ ସ୍ଵଂୟଶାସିତ ମହାବିଦ୍ୟାଳୟର, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗମୁଖ୍ୟ, ପ୍ରାଧ୍ୟାପକ ଡଃ ଗୋବିନ୍ଦ ଚନ୍ଦ୍ର ଦାଶ, ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, କବି ଓ ସାମ୍ବାଦିକ ଓ କବି ଦୀନବନ୍ଧୁ ମହାପାତ୍ର, ସାମ୍ବାଦିକ ଦିଲୀପ କୁମାର ମିଶ୍ର, ଜୟକୃଷ୍ଣ ସାହୁ, ବରିଷ୍ଠ ସାହିତ୍ୟିକ କବି…

Read More

ଓଡଗାଁ ମାଳିଆଝୋଲା ଗାଁରେ ବିଲୁଆ ଆକ୍ରମଣରେ ଦୁଇ ଆହତ

ଓଡଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ବାହାଡ଼ାଝୋଲା ସେକ୍ସନ ମାଳିଆଝୋଲା ଗ୍ରାମରେ ବିଲୁଆ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବାବେଳେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି।ଗୁରୁତର ମହିଳା ଜଣଙ୍କ ଉକ୍ତ ଗ୍ରାମର କଳାବତୀ ନାୟକ ଓ ଆହତ ଯୁବକ ଜଣଙ୍କ ଭଞ୍ଜ ନାୟକ ଅଟନ୍ତି। ସୂଚନା ଅନୁଯାୟୀ ସକାଳ ୮ଘଟିକା ସମୟରେ ମାଳିଆଝୋଲା ଗାଁ ମୁଣ୍ଡରେ ଥ‌ିବା ନିଜ ବିଲରେ କଳାବତୀ ମୁଗ ଉପାଡୁଥିବା ସମୟରେ ବିଲୁଆଟି ଅତର୍କିତ ଭାବରେ କଳାବତୀଙ୍କ ଉପରକୁ ଆକ୍ରମଣ କରିବା ସହ ହାତ ଓ ଗୋଡ଼କୁ କାମୁଡି ରକ୍ତାକ୍ତ କରିଦେଇଥିଲା। ସ୍ଥାନୀୟ ଲୋକେ କଳାବତୀଙ୍କୁ ଉଦ୍ଧାର କରିବା ସ‌ହ ପ୍ରାଥମିକ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଭଞ୍ଜ ନିତ୍ୟକର୍ମ ସାରିବା ଉଦ୍ଦେଶ୍ୟରେ ବିଲକୁ ଯାଇଥିବା ସମୟରେ ବିଲୁଆଟିଆକ୍ରମଣ କରି…

Read More

ଶହ ଶହ କର୍ମୀଙ୍କ ସହ ବିଜେଡ଼ିରେ ମିଶିଲେ ଇରାନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜେଡିରେ ଇରାନୀ ରାୟ। ବିଜେପି ନେତ୍ରୀ ଇରାନୀ ରାୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଶହ ଶହ ସମର୍ଥକଙ୍କ ସହିତ ସେ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡ଼ ଅରୁଣ କୁମାର ସାହୁ ଓ ରାଜ୍ୟସଭା ସାଂସଦ ସଶ୍ମିତ ପାତ୍ର ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ସୂଚନା ଥାଉକି ଇରାନୀ ରାୟ କିଛି ଦିନ ତଳେ ବିଜେପି ଛାଡିଥିଲେ । ନୟାଗଡ଼ରୁ ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ । ତେବେ ବିଜେଡିରେ ମିଶିଲା ପରେ ଇରାନୀ…

Read More

ରୋଟାରୀ କ୍ଳବ୍ ତରଫରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓସ୍ତିଆମାଳରେ ସ୍ବାସ୍ଥ୍ଯ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ରୋଟାରୀ କ୍ଳବ୍ ତରଫରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓସ୍ତିଆ ମାଳ ଆଶ୍ରମ ବିଦ୍ଯାଳୟ ପରିସରରେ ଏକ ମାଗଣା ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ସଭାପତି ଅବଦୁଲ ଆରିଫ୍ ଖାଁ ଓ ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଆଶ୍ରମ ବିଦ୍ଯାଳୟର ୧୫୦ ଜଣ ଛାତ୍ରଛାତ୍ରୀ ସମେତ ଓସ୍ତିଆ ମାଳ, ନିହଲ ପ୍ରସାଦ, ନାଣ୍ଡିଗିରି ଓ ଭୋବସର ଗ୍ରାମର ବହୁ ଲୋକ ଚିକିତ୍ସା ସୁବିଧା ପାଇଥିଲେ। କୋମଣ୍ଡ ଜନ ସ୍ବାସ୍ଥ୍ଯ କେନ୍ଦ୍ରର ଡାକ୍ତର ନରେଶ ଚନ୍ଦ୍ର ନାୟକ ଓ ବଡପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଡାକ୍ତର କ୍ରିଷ୍ଣା ନାୟକ ରୋଗୀମାନଙ୍କୁ ସ୍ବାସ୍ଥ୍ଯ ପରାମର୍ଶ ଦେଇଥିଲେ। ନୟାଗଡ଼ ନିରୋଗ ପାଥୋଲୋଜିର ଟିମ୍ ରକ୍ତ ପରୀକ୍ଷା, ମଧୁମେହ ରୋଗ ପରୀକ୍ଷା, ରକ୍ତଚାପ ପରୀକ୍ଷା ଆଦି ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲା ବେଳେ…

Read More

ନୟାଗଡ଼ ଜିଲ୍ଲା ତଥା ଓଡିଶାକୁ ଗୌରବାନ୍ୱିତ କରିଥିବା ମିନୁଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକର କୁରାଳ ଗ୍ରାମ ପଂଚାୟତ ସୁବୁଦ୍ଧି ସାହି ନିବାସୀ ନିରଞ୍ଜନ ପାଣିଗ୍ରାହୀଙ୍କ ଏକମାତ୍ର କନ୍ଯା ମିନୁ ପାଣିଗ୍ରାହୀଙ୍କ ସଂସ୍କୃତିର ଶ୍ରୀମଦ୍ ଭଗବତ୍ ଗୀତାର ଦ୍ୱିତୀୟ ଅଧ୍ଯାୟ ସାଂଖ୍ୟ ଯୋଗ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସ୍ୱର୍ଣ୍ଣ ପଦକ ହାସଲ କରି ନୟାଗଡ଼ ଜିଲ୍ଲାକୁ ତଥା ଓଡିଶାକୁ ଗୌରବାନ୍ୱିତ କରିଛନ୍ତି। ନୟାଗଡ଼ ମାଟିର ଏହି କୃତି ସନ୍ତାନ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଏହି ଖୁସି ଖବର ଜିଲ୍ଲା ତଥା ଓଡ଼ଗାଁ ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଥିବାରୁ ଆଜି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କୁରାଳସ୍ଥିତ ମିନୁଙ୍କ ଘରକୁ ଆସି ତାଙ୍କ ପିତାମାତାଙ୍କୁ ଶୁଭେଛା ଜଣାଇ ସ୍ୱର୍ଣ୍ଣପଦକ ପ୍ରାପ୍ତ ମିନୁ ପାଣିଗ୍ରାହୀଙ୍କୁ…

Read More

ଓଡ଼ଗାଁ ବନପାଳ ସରିତା ବରାଳଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ଅଧିକାରିଣୀ ବନପାଳ ସରିତା ବରାଳଙ୍କୁ ବିଶ୍ୱ ବନ ଦିବସ ୨୦୨୪ ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର ପ୍ରଦାନ। ଜଙ୍ଗଲ ସୁରକ୍ଷା ଓ ପରିଚାଳନା ପାଇଁ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଶଂସା ପତ୍ର ସହ ଦଶ ହଜାର ଟଙ୍କାର ଚେକ ଏବଂ ମେଡାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସରିତା ବରାଳଙ୍କ କାର୍ଯ୍ୟଦକ୍ଷତା ଓ ଜଙ୍ଗଲ ସୁରକ୍ଷା ପାଇଁ ଉଦ୍ୟମ ପାଇଁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଭାରତୀୟ ପ୍ରଶାସନିକ ସେବା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ଓଡିଶା ବନବାହିନୀ ମୁଖ୍ୟ ଦେବଦତ୍ତ ବିଶ୍ୱାଳ ଏବଂ ଭାରତୀୟ ବନ…

Read More

ଖୁବଶୀଘ୍ର ଓଡଗାଁର ବିଭିନ୍ନ ଅଞ୍ଚଳରେ 4G ମୋବାଇଲ ସେବା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ ହେଉଅଛି। ସେହି ସ୍ଥାନ ମାନଙ୍କରେ ସ୍ୱଚ୍ଛ, ଅବାଧ ଭୋଟ ହେବାପାଇଁ ମୋବାଇଲ ସେବା ନିତ୍ୟାନ୍ତ ଆବଶ୍ୟକ। ଏହା ଦୃଷ୍ଟିରେ ରଖି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୪-ଜି ସେବା ଯୋଗାଇବା ଲକ୍ଷ୍ୟ ନେଇ ବିଏସଏନଏଲ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଆଦିବାସୀ ଇଲ୍ଲାକାର ଲୋକମାନେ ଉପକୃତ ହେବେ। ନୟାଗଡ଼ ଜିଲ୍ଲାରେ ଏଭଳି ୮୭ଟି ଗାଁରେ ଏହି ସେବା ପହଞ୍ଚିବ ବୋଲି ଜଣାପଡିଛି। ଏହି କ୍ରମରେ ଓଡ଼ଗାଁ ବ୍ଲକର ୫ଗୋଟି ଗାଁ ଏହି ତାଲିକାରେ ସ୍ଥାନ ପାଇଛି। ସେହି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ମୋବାଇଲ୍ ସେବା ପହଞ୍ଚି ପାରିନଥ‌ିବାରୁ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନାହିଁ ନ ଥ‌ିବା ଅସୁବିଧାର ଶିକାର ହେଉଥିଲେ। ସେହିପରି ଲୋକମାନେ କୌଣସି ଜରୁରୀକାଳୀନ…

Read More