ଓଡ଼ଗାଁ: କରୋନା କବଳରୁ ବିଶ୍ଵବାସୀ ରକ୍ଷା ପାଇବା ପାଇଁ ଏବଂ ଓଡ଼ଗାଁ ବ୍ଳକର କିଛି ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଆଶୁ ଆରୋଗ୍ୟ ଲାଭ ନିମିତ୍ତ ଆଜି ଓଡ଼ଗାଁ ବ୍ଳକର ବିଭିନ୍ନ ସଂଘର କର୍ମକର୍ତ୍ତା ତଥା ନୟାଗଡ଼ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ଭକ୍ତ ରଞ୍ଜନ ମିଶ୍ର, ସମନ୍ୱୟ ସଂଘର ଆବାହକ ମନୋଜ କୁମାର ନାୟକ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସଚ୍ଚିଦାନନ୍ଦ ଦାସ, ସହ ସମ୍ପାଦକ ରଞ୍ଜନ କୁମାର ଦାଶ, ଶିକ୍ଷକ ମୋହନ ସାହୁ, ରବୀନ୍ଦ୍ର କୁମାର ଘଡେଇ, ନାରାୟଣ ଡାକୁଆ, ସୁରେନ୍ଦ୍ର ନାଥ ଷଡଙ୍ଗୀ, ଗୋପାଳ ମାଝୀ, ରାଜ ସିଁ ବେହେରା, ବସନ୍ତ କୁମାର ବିଶୋଇ, ମହାଦେବ ମାଝି, ପବିତ୍ର ମୋହନ ସାହୁ, କିଶୋର…
Read MoreCategory: ଓଡ଼ଗାଁ ବ୍ଲକ
ଓଡ଼ଗାଁ ଶ୍ରୀଶ୍ରୀ ରଘୁନାଥଙ୍କ କ୍ଷେତ୍ର ଓଡ଼ିଶାର ଅନନ୍ୟ ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ
ଓଡ଼ଗାଁ: ଓଡଗାଁ ଶ୍ରୀରଘୁନାଥ ଜିଉ ଓଡିଶା ରାଜ୍ୟରେ ସ୍ୱର୍ଣ୍ଣକଳସ କ୍ଷେତ୍ର ରୁପେ ପରିଚିତ । ୩ଶହ ବର୍ଷର ରାମ, ଲକ୍ଷ୍ମଣ ଓ ସୀତାଙ୍କ ଦାରୁ ବିଗ୍ରହ କୌଣସି ନବକଳେବର ହୋଇନଥିବା ବେଳେ ଶାନ୍ତ କାନ୍ତ କମନୀୟ ସୈାମ୍ୟ ଏବଂ ପ୍ରଭୁ ଶ୍ରୀରାମଙ୍କ ଶ୍ୟାମଳ ମୂର୍ତ୍ତି ସନ୍ଦର୍ଶନରେ ଅଟକିଯାଏ ଭକ୍ତର ନୟନ ଜୁଗଳ । ମନରେ ଯାଗ୍ରତ ହୁଏ ଭକ୍ତିଭାବ । ଏବଂ ତାପରେ ଭକ୍ତ ସମ୍ପୁର୍ଣ୍ଣ ସମର୍ପିତ କରିଦିଏ ତାର ସମସ୍ତ ସତାକୁ ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମରେ ।ଦକ୍ଷୀଣ ପାଶ୍ୱର୍ରେ ଗୟଳସିଂ ଏବଂ ଉତ୍ତର ପାଶ୍ୱର୍ରେ ଶୁଳିଆ ପାହାଡର ସବୁଜ ବଳୟ ମଧ୍ୟସ୍ଥ ଏକ ଉପତ୍ୟକାର ଭ୍ରମ ସୃଷ୍ଟି କରୁଥିବା ଓଡଗ୍ରାମ ଶ୍ରୀ ରଘୁନାଥ ଜିଉଙ୍କୁ କୋଳରେ ଧରି ସବୁ ବେଳେ କର୍ମ ପ୍ରବଣ ରହିଥାଏ । ୧୨ଦିନରେ୧୩ପରବ ବର୍ଷସାରା ମେଳା ମହୋତ୍ସବ ଜାନୀ…
Read Moreବାହାଘର ଭୋଜି ଖାଇ ଜଣେ ମୃତ, ୨୫ଗୁରୁତର
ଓଡ଼ଗାଁ: ଓଡ଼ଗାଁ ବ୍ଲକ ରବିଗାଡ଼ିଆ ପଞ୍ଚାୟତ କୁରୁମବାଙ୍କତରା ଗାଁର ଆଡୁଆ ସାହିରେ ଗତକାଲି ରାତିରେ ବାହାଘର ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଅଛି । ମୃତକ ଜଣଙ୍କ ହେଲେ ୫୫ବର୍ଷୀୟା ମାଟିଆଣୀ ବାରିକ। ମୃତକ ରାଧା ବାରିକଙ୍କ ସ୍ତ୍ରୀ ଅଟନ୍ତି। ତତ୍ ସହିତ ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି।
Read Moreମୁନିସପାଲଟିର ୩ଜଣ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନୟାଗଡ଼: ନୟାଗଡ଼ ପୌରପରିଷଦ କାର୍ଯ୍ୟାଳୟର ୩ଜଣ କର୍ମଚାରୀ ଯଥା ପୂର୍ଣ୍ଣଚନ୍ଦ୍ର ପାଣି, ଶରତ ଚନ୍ଦ୍ର ପାଣି ଓ ସନ୍ତୋଷ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୌର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କୋଭିଡ୍ ନିୟମ ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରଖି ୩ଜଣ କର୍ମଚାରୀଙ୍କୁ ଉତ୍ତରୀୟ, ମାନପତ୍ର ସହ ଉପହାର ଦିଆଯାଇ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ଉତ୍ସବରେ ଲକ୍ଷ୍ମୀଧର ମହାପାତ୍ର, କୈଳାସ ଚନ୍ଦ୍ର ଜେନା, ନଳିନୀକାନ୍ତ ମିଶ୍ର, ହଜରତ ଅଲ୍ଲୀ ଖାଁ ପ୍ରମୁଖ ପ୍ରବକ୍ତା ଉପସ୍ଥିତ ରହି ୩ଜଣ କର୍ମଚାରୀଙ୍କ ଅବଦାନକୁ ଭୁୟଶ୍ରୀ ପ୍ରଂଶସା କରିଥିଲେ। ପ୍ରତିଷ୍ଠାନ ବିଭାଗର ଇନଚାର୍ଜ ଗୋପାଳ ଚରଣ ନାୟକ, ଶିଶିର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌର ଲୋକସଂପର୍କ…
Read Moreନୂଆସାହି ଅଗ୍ନି ବିପନ୍ନଙ୍କୁ ସହାୟତା
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ” ତରଫରୁ ଅଗ୍ନି ବିପନ୍ନ ଗ୍ରାମବାସୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ସୋହମ ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ତଥା ସମାଜସେବୀ ଦାମସାର୍ ଏହି ସହାୟତା ଅଭିଯାନରେ ସାମିଲଥିଲେ। ସଂଗଠନର ସ୍ବେଚ୍ଛାସେବୀ ନରେନ୍ଦ୍ର କୁମାର ବେହେରା, ଗତିକୃଷ୍ଣ ପ୍ରଧାନ, ପ୍ରସନ୍ନ ବସନ୍ତିଆ, ପ୍ରଦୀପ କୁମାର ସାହୁ, ଶରତ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ଏହି ବିପନ୍ନ ସହାୟତା ଅଭିଯାନରେ ସାମିଲ ଥିଲେ । ଅଗ୍ନିକାଣ୍ଡ ପ୍ରପୀଡ଼ିତମାନଙ୍କୁ ଶାଢୀ, ଧୋତି ଲୁଙ୍ଗି,ଗାମୁଛା, ଡ୍ରେସ, ବିସ୍କୁଟ, ସାବୁନ ଓ ବ୍ରଶ ,ପେଷ୍ଟ , ମାସ୍କ ଛତୁଆ, ଟ୍ରେ ଆଦି ସାମଗ୍ରୀ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ପୋଡ଼ାସାହି ଗ୍ରାମର ନୂଆସାହିରେ ଗତ ୨୬ତାରିଖ ଦିନ ନିଆଁ ଲାଗି ୨୨ଟି ପରିବାରର ୩୫ବଖରା…
Read More