ନୂଆସାହି ଅଗ୍ନି ବିପନ୍ନଙ୍କୁ ସହାୟତା

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ” ତରଫରୁ ଅଗ୍ନି ବିପନ୍ନ ଗ୍ରାମବାସୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ସୋହମ ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ତଥା ସମାଜସେବୀ ଦାମସାର୍ ଏହି ସହାୟତା ଅଭିଯାନରେ ସାମିଲଥିଲେ। ସଂଗଠନର ସ୍ବେଚ୍ଛାସେବୀ ନରେନ୍ଦ୍ର କୁମାର ବେହେରା, ଗତିକୃଷ୍ଣ ପ୍ରଧାନ, ପ୍ରସନ୍ନ ବସନ୍ତିଆ, ପ୍ରଦୀପ କୁମାର ସାହୁ, ଶରତ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ଏହି ବିପନ୍ନ ସହାୟତା ଅଭିଯାନରେ ସାମିଲ ଥିଲେ । ଅଗ୍ନିକାଣ୍ଡ ପ୍ରପୀଡ଼ିତମାନଙ୍କୁ ଶାଢୀ, ଧୋତି ଲୁଙ୍ଗି,ଗାମୁଛା, ଡ୍ରେସ, ବିସ୍କୁଟ, ସାବୁନ ଓ ବ୍ରଶ ,ପେଷ୍ଟ , ମାସ୍କ ଛତୁଆ, ଟ୍ରେ ଆଦି ସାମଗ୍ରୀ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ପୋଡ଼ାସାହି ଗ୍ରାମର ନୂଆସାହିରେ ଗତ ୨୬ତାରିଖ ଦିନ ନିଆଁ ଲାଗି ୨୨ଟି ପରିବାରର ୩୫ବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ସହ ଅନେକ କ୍ଷୟକ୍ଷତି ହୋଇଥିଲା।

Related posts