ନୟାଗଡ଼: ନୟାଗଡ଼ ପୌରପରିଷଦ କାର୍ଯ୍ୟାଳୟର ୩ଜଣ କର୍ମଚାରୀ ଯଥା ପୂର୍ଣ୍ଣଚନ୍ଦ୍ର ପାଣି, ଶରତ ଚନ୍ଦ୍ର ପାଣି ଓ ସନ୍ତୋଷ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୌର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କୋଭିଡ୍ ନିୟମ ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରଖି ୩ଜଣ କର୍ମଚାରୀଙ୍କୁ ଉତ୍ତରୀୟ, ମାନପତ୍ର ସହ ଉପହାର ଦିଆଯାଇ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ଉତ୍ସବରେ ଲକ୍ଷ୍ମୀଧର ମହାପାତ୍ର, କୈଳାସ ଚନ୍ଦ୍ର ଜେନା, ନଳିନୀକାନ୍ତ ମିଶ୍ର, ହଜରତ ଅଲ୍ଲୀ ଖାଁ ପ୍ରମୁଖ ପ୍ରବକ୍ତା ଉପସ୍ଥିତ ରହି ୩ଜଣ କର୍ମଚାରୀଙ୍କ ଅବଦାନକୁ ଭୁୟଶ୍ରୀ ପ୍ରଂଶସା କରିଥିଲେ। ପ୍ରତିଷ୍ଠାନ ବିଭାଗର ଇନଚାର୍ଜ ଗୋପାଳ ଚରଣ ନାୟକ, ଶିଶିର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌର ଲୋକସଂପର୍କ ଓ ସୂଚନା ଅଧିକାରୀ ଗଜେନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ମୁନିସପାଲଟିର ୩ଜଣ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
