ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରାମ୍ୟ ରୋଜଗାର ସେବକ ପଦବୀ ପାଇଁ ଗଞ୍ଜାମ ଏବଂ ଢେ଼ଙ୍କାନାଳ ଜିଲ୍ଲାରେ, ଘରୋଇ ଶିକ୍ଷା ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା କମ୍ପ୍ୟୁଟର ପ୍ରମାଣପତ୍ର ପ୍ରତ୍ୟାଖ୍ୟାନ ହବା ପରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ସ୍ବାର୍ଥ ରକ୍ଷା ଉଦ୍ଧେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାର ସ୍ବୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷା ସଂସ୍ଥା ମାନଙ୍କ ତରଫରୁ ଧିରେନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ମହାନ୍ତି, ଶିରିଶ ରଞ୍ଜନ ସାହୁ, ଅଜୟକାନ୍ତ ପୃଷ୍ଟି, ରାଇ ରଞନ ଦାସ ପ୍ରମୂଖ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
Read MoreCategory: ଓଡ଼ଗାଁ ବ୍ଲକ
ନୟାଗଡ଼ ପୁଲିସ ବିଭାଗରେ ଅଦଳବଦଳରେ ସାମାନ୍ୟ ପରିବର୍ତ୍ତନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ କିଛିଦିନ ତଳେ ଓଡ଼ଗାଁ ଥାନା ଓ ନୟାଗଡ଼ ଟାଉନ ଥାନା ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ କରାଯାଇଥିଲା । ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ ଓ ଓଡ଼ଗାଁ ଥାନା ଅଧିକାରିଣୀ ପ୍ରଜ୍ଞା ପରମିତା ଜେନାଙ୍କୁ ନୟାଗଡ଼ ଟାଉନ ଥାନାକୁ ବଦଳି କରାଯାଇଥିଲା। ତେବେ ଏହି ବଦଳିରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ପରିବର୍ତ୍ତନ ହେବା ପରେ ଶ୍ରୀଯୁକ୍ତ ମହାନ୍ତି ଓଡ଼ଗାଁ ଥାନା ବଦଳରେ ଶରଣକୁଳ ଥାନାରେ ଯୋଗଦେବା ପାଇଁ ନିର୍ଦେଶ ନାମା ପ୍ରକାଶ ପାଇଥିବା ବେଳେ ଶରଣକୁଳ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ଓଡ଼ଗାଁ ଥାନା ଅଧିକାରୀ ଭାବେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଛି।
Read Moreଅତିରିକ୍ତ ଉପ-ଜିଲ୍ଲାପାଳଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବୁଥ୍ ପରିଦର୍ଶନ
ଓଡ଼ଗାଁ,(ନୟାଗଡ଼ ଦାର୍ପଣ): ଆଜି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଦିବସରେ ନୟାଗଡ଼ର ଅତିରିକ୍ତ ଉପଜିଲ୍ଲାପାଳ ଅବନୀ କୁମାର ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର କେତେକ ବୁଥ୍ ପରିଦର୍ଶନ କରିଛନ୍ତି। ନନ୍ଦିଘୋର, ଘସାଦେଈପୁର, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ, ବାହାଡାପିଠା, ମଶାବାରୀ, ରଙ୍ଗଣୀପାଟଣା, ପଥରା, କୋମଣ୍ଡ, ରୋହିବାଙ୍କର ବୁଥ୍ ଗୁଡିକୁ ବୁଲି ଦେଖିବା ସହିତ ବି.ଏଲ୍.ଓ ମାନଙ୍କୁ ବିଭିନ୍ନ ଫର୍ମ ବିଷୟରେ ପଚାରି ବୁଝିଥିଲେ।ଭୋଟର ତାଲିକାରେ ଯୋଗ କରିବାକୁ ଆସିଥିବା ନୂତନ ଭୋଟର ମାନଙ୍କୁ ଉତ୍ସାହିତ କରିଥିଲେ। ଘରଘର ବୁଲି ବୁଝି ଅନଲାଇନ୍ ଓ ଅଫଲାଇନରେ ଯୋଗ, ବାଦ, ସଂଶୋଧନ କିପରି କରାଯିବ ବି.ଏଲ୍.ଓ ମାନଙ୍କଠାରୁ ପଚାରି ବୁଝିଥିଲେ। କୋମଣ୍ଡ ଏବଂ ରୋହିବାଙ୍କ ବି.ଏଲ୍.ଓ ମାନଙ୍କ ଠାରୁ ବି.ଏଲ୍.ଓ ରେଜିଷ୍ଟର, ଆବେଦନ ଫର୍ମ ଗୁଡିକ ପୁଙ୍ଖାନୁପୁଙ୍ଖ ଭାବରେ ଦେଖି ଶ୍ରୀ ସାହୁ ବି.ଏଲ୍.ଓ ବନୀତା ମାଝି, ରଞ୍ଜୁରାଣୀ ସାହୁ,…
Read Moreବୋମା ବିସ୍ଫୋରଣ ଘଟଣାରେ ୨ଜଣଙ୍କୁ ଗିରଫ କଲା ଓଡଗାଁ ପୋଲିସ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ପୋଲିସକୁ ବଡ଼ ସଫଳତା। ବାହାଡାଝୋଲା ବୋମା ବିସ୍ଫୋରଣରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଓଡଗାଁ ପୋଲିସ। ଗତ କାଲି ରାତ୍ର ୭ଘଟିକା ସମୟରେ ବାହାଡାଝୋଲା ବଜାରରେ ଦୁଇ ଭାଇଙ୍କ ମଧ୍ୟ୍ୟରେ ଘରୋଇ କଳହକୁ କେନ୍ଦ୍ର କରି ସାନଭାଇ ବଡଭାଇ ଉପରକୁ ଷଡଯନ୍ତ୍ର କରି ବୋମା ମାଡ କରିଥିଲା। ଏହି ବୋମା ମାଡ଼ରେ ପ୍ରଦୀପ ନାଏକଙ୍କ ମୃତ୍ୟୁ ହୋଇଥିଲା। ମୃତ ପ୍ରଦୀପ ନାଏକଙ୍କ ସାନଭାଇ ହେଉଛି ଅଭିଯୁକ୍ତ ଦିଲ୍ଲୀପ ନାଏକ ଏବଂ ଅନ୍ୟ ଜଣେ ସେହି ବାହାଡାଝୋଲା ଅଞ୍ଚଳର ମନୋଜ ସାହୁ ବୋଲି ଜଣାପଡିଛି। ମନୋଜ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଅପରାଧୀ ବୋଲି ବାହାଡ଼ାଝୋଲା ଅଞ୍ଚଳରେ ଚର୍ଚା ଜୋର ଧରିଛି। ଗତକାଲି ବିଳମ୍ବିତ ରାତିରେ ଓଡଗାଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ମନୋଜ ଘରୁ ଚାରିଟି ବୋମା ଜବତ…
Read Moreସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ସଦଭାବନା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଚଳିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ କାର୍ଯ୍ୟକ୍ରମ ଚାଲିବ। ଭୋଟରମାନେ ନିଜ ନିଜର ତଥ୍ୟ ଯୋଗ କରିବା ପାଇଁ ଫର୍ମ ସଂଖ୍ୟା ୬, ବାଦ ଦେବା ପାଇଁ ଫର୍ମ ସଂଖ୍ୟା ୭ ଏବଂ ସଂଶୋଧନ କରିବା ପାଇଁ ଫର୍ମ ସଂଖ୍ୟା ୮ ମାଧ୍ୟମରେ ଆବେଦନ କରିବାକୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡା. ଟୁଡୁ ସୂଚନା ଦେଇଛନ୍ତି । ଭୋଟରମାନଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ ସଂଖ୍ୟା ୮(କ) ମାଧ୍ୟମରେ ଆବେଦନ କରିବାକୁ କୁହାଯାଇଛି । ଏହା ବାଦ ଭୋଟରମାନେ…
Read Moreଓଡ଼ଗାଁରେ ରଘୁନାଥ ହସକ୍ଳବ ତରଫରୁ ମନ୍ଦିର ସଫେଇ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରଘୁନାଥ ହସକ୍ଳବ ଓଡ଼ଗାଁ ତରଫରୁ ଆଜି ଶ୍ରୀ ରଘୁନାଥ ମନ୍ଦିର ବେଢ଼ା, ଗର୍ଭଗୃହ,ପାର୍ଶ୍ବଦେବତା ଓ ରୋଷଗୃହ ଇତ୍ୟାଦି କ୍ଳବ୍ ର ସଭାପତି ବସନ୍ତ କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଉପସ୍ଥିତ ସଭ୍ୟ ମାନଙ୍କ ଦ୍ୱାରା କରୋନା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷ ଏବଂ ଶହୀଦ ହୋଇଥିବା ସୈନିକ ମାନଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ପ୍ରଭୁ ଶ୍ରୀ ରଘୁନାଥ ଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇଥିଲା।ଉକ୍ତ ସଫେଇ କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ସହଯୋଗୀ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ସହଯୋଗୀ, ହସକ୍ଳବର ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର, କୋଷାଧ୍ୟକ୍ଷ ଅର୍ଜୁନ ବିଶ୍ୱାଳ,ହାସ୍ୟରଥୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ନୃସିଂହ…
Read Moreଦଣ୍ଡୋର ଉ.ପ୍ରା.ବିଦ୍ୟାଳୟରେ ପରିଚାଳନା କମିଟି ଗଠନ
ନୟାଗଡ଼,(ନୟାଗଡ଼ଦର୍ପଣ): ଓଡ଼ଗାଁ ବ୍ଲକ୍ କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉନ୍ନୀତ ଉ.ପ୍ରା.ବିଦ୍ୟାଳୟ ଦଣ୍ଡୋର ରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ସମଗ୍ର ବ୍ଲକରେ ବେଶ୍ ସୁନାମ ଅର୍ଜନ କରିଥିବା ଏହି ବିଦ୍ୟାଳୟରେ ସମୁଦାୟ ୨୪୨ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି।ସରକାରୀ ନିର୍ଦ୍ଦେଶ ମୁତାବକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିସେସ୍ ଲୋଟସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୧୬୭ ଜଣ ପିତାମାତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସେମାନଙ୍କ ମଧ୍ୟରୁ ଉଭୟ ପୁରୁଷ ଓ ମହିଳାବର୍ଗରୁ ତଫସିଲଭୁକ୍ତ ଜାତି,ଜନଜାତି ଓ ସାଧାରଣଜାତିରୁ ଛଅଜଣ ଲେଖାଏଁ ମୋଟ୍ ବାରଜଣ ସଦସ୍ୟ ସଦସ୍ୟା ମନୋନୟନ ଭିତ୍ତିରେ ଚୟନ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ସଭାପତି ଏବଂ ଉପସଭାପତିଙ୍କୁ ମଧ୍ୟ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା। କୈଳାସ ଚନ୍ଦ୍ର ନାୟକ, ଶାନ୍ତନୁ କୁମାର ବିଶୋୟୀ,ରାମଚନ୍ଦ୍ର ଆଲଟିଆ, ପ୍ରସନ୍ନ…
Read Moreଗାନ୍ଧିବାଦୀ ପଦ୍ମଶ୍ରୀ ଏସ. ଏନ ସୁବାରାଓଙ୍କ ଉଦେଶ୍ୟରେ ସ୍ମୃତିସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଏସ, ଏନ ସୁବାରାଓଙ୍କ ସ୍ମୃତିରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀମୂର୍ତ୍ତି ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପଦ୍ମଶ୍ରୀ ସୁବାରାଓଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମାଜସେବୀ ଦାମୋଦର ସାହୁ, ଅରୁଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ସମାଜ ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ ଦାଶ, ୟୁଥଫର ଆକ୍ସନ ଜିଲ୍ଲା ସଭାପତି ପରମେଶ୍ୱର ସାହୁ, ସମଜସେବୀ ସଞ୍ଜୟ ନାୟକ, ତାପସ ରଞ୍ଜନ ମାର୍ଥା, ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର, ଅନନ୍ୟା ଫାଉଣ୍ଡେସନ ଅଧକ୍ଷ ଆଶୁତୋଷ ଦାସ , ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି…
Read Moreନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଚଳିତ ବର୍ଷର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡା. ପୋମା ଟୁଡୁ କହିଲେ ଯେ, ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ବେଳେ ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ପ୍ରସଙ୍ଗ ଗୁରୁତ୍ୱ ବହନ କରେ । ଯେଉଁ ସତ୍ୟ, ଅହିଂସା ବଳରେ ଆମେ ସ୍ୱାଧୀନତା ଲାଭ କଲେ ଓ ପ୍ରଗତି ପଥରେ ଅଗ୍ରସର ହେଉଛେ, ସେହି ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ଆଦର୍ଶ ଆମକୁ ଆହୁରି ଆଗକୁ ଯିବାକୁ ପ୍ରେରଣା ଦେବ । କିନ୍ତୁ ପ୍ରଗତି ସାମନାରେ ଦୁର୍ନୀତି ଏକ ପ୍ରତିରୋଧକ ଅଟେ । ଦୁର୍ନୀତି ଭଳି ପଥରୋଧକକୁ ହଟାଇବା ସହ ମୂଳୋତ୍ପାଟନ କରିପାରିଲେ ରାଜ୍ୟ ତଥା ଦେଶର…
Read Moreଦୁର୍ଦ୍ଦାନ୍ତ ଅପରାଧୀକୁ ଧରି ଛେଚିଲେ ଏବଂ ପୁଲିସ ଜିମା ଦେଲେ ଗ୍ରାମବାସୀ
ବିକାଶକୁ ଖୋଜିବାର ଅଭିନୟ କରୁଥିଲା ଦଶପଲ୍ଲା ପୋଲିସ ଦଶପଲ୍ଲା/ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୋଲିସର ମୋଷ୍ଟ ୱାଣ୍ଟେଡ ଡକାୟତ ବିକାଶ ବେହେରାକୁ ମଧ୍ୟଖଣ୍ଡ ଗ୍ରାମବାସୀ ଧରି ଦଶପଲ୍ଲା ପୁଲିସକୁ ଜିମା ଦେଇଛନ୍ତି । ଦଶପଲ୍ଲା ଥାନା ଅଧିନସ୍ତ ମଧ୍ୟଖଣ୍ଡ ମହାନ୍ତିପଲ୍ଲୀ ଗ୍ରାମର ବିକାଶ ବେହେରାକୁ ଗତକାଲି ପୁଲିସ ଧରିବାରେ ସଫଳ ହୋଇଛି । ବିକାଶ ତା ଅପରାଧିକ କାର୍ଯ୍ୟକ୍ରମ ମଧ୍ୟଖଣ୍ଡରୁ ଆରମ୍ଭ କରି ବିଭିନ୍ନ ଜିଳ୍ଲାରେ ସେ କାୟା ବିସ୍ତାର କରିଥିଲା ଏପରିକି କନ୍ଧମାଳ, ଖୋର୍ଦ୍ଧା, ପୁରୀ, ତମାଣ୍ଡୋ, ଜଙ୍କିଆ ଓ ଅନୁଗୁଳ ଆଦି ଅଞ୍ଚଳରେ ତା ନେଟୱର୍କ କାମ କରୁଥିଲା। ୨୦୧୯ ମସିହା ଅଗଷ୍ଟ ୩୦ ତାରିଖ ଦିନ ମହାନ୍ତିପଲ୍ଲୀ ଗ୍ରାମରେ ପଞ୍ଚାୟତ ତରଫରୁ ଅନୁଷ୍ଠିତ ପଲ୍ଲୀସଭାରେ ଭିଏଲଡବ୍ଲ୍ୟୁ ମୁରଲିଧର ବାରିକ ଉପରକୁ ୨ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇ ଯାଇଥିଲା ।…
Read More