ନୟାଗଡ଼,(ନୟାଗଡ଼ ଦର୍ପଣ): ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଏସ, ଏନ ସୁବାରାଓଙ୍କ ସ୍ମୃତିରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀମୂର୍ତ୍ତି ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପଦ୍ମଶ୍ରୀ ସୁବାରାଓଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମାଜସେବୀ ଦାମୋଦର ସାହୁ, ଅରୁଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ସମାଜ ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ ଦାଶ, ୟୁଥଫର ଆକ୍ସନ ଜିଲ୍ଲା ସଭାପତି ପରମେଶ୍ୱର ସାହୁ, ସମଜସେବୀ ସଞ୍ଜୟ ନାୟକ, ତାପସ ରଞ୍ଜନ ମାର୍ଥା, ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର, ଅନନ୍ୟା ଫାଉଣ୍ଡେସନ ଅଧକ୍ଷ ଆଶୁତୋଷ ଦାସ , ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦେଶର ଯୁବକ ମାନଙ୍କ ପାଇଁ ସୁବାରାଓଙ୍କ ଅତୁଳନୀୟ ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ। ମଧ୍ୟପ୍ରଦେଶର ଚମ୍ବଲ ଉପତ୍ୟକାକୁ ଦଶ୍ୟୁଙ୍କ କବଳରୁ ମୁକ୍ତ କରିବା ସହ କୁଖ୍ୟାତ ଅପରାଧୀ ମାନଙ୍କୁ ସାମାଜିକ ଶ୍ରୋତକୁ ଫେରାଇ ଆଣିବାରେ ଶ୍ରୀ ସୁବାରାଓଙ୍କ ଉଲ୍ଲେଖନିୟ ଭୂମିକା ରହିଥିଲା। ଏହାଛଡ଼ା ଜାତୀୟ ଯୁବ ପ୍ରକଳ୍ପ ମାଧ୍ୟମରେ ଦେଶର ଯୁବକ ମାନଙ୍କୁ ଜାତୀୟତା ଆନ୍ଦୋଳନରେ ସାମିଲ କରିବାରେ ପଦ୍ମଶ୍ରୀ ସୁବାରାଓଙ୍କ ଅବଦାନ ଦେଶବାସି ସବୁଦିନ ପାଇଁ ମନେ ରଖିବେ ବୋଲି ମତ ପ୍ରକାଶ ପାଇଥିଲା।
