ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଅଛି। ଯୁବରେଡ଼କ୍ରସର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ସଂସ୍ଥା। ଏହି ସଭାରେ ଅଧକ୍ଷତା କରିଥିଲେ ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ଶିବ ପ୍ରସାଦ ଦାଶ। ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ ମିଶ୍ର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସର ମୁଖ୍ୟବକ୍ତା ଭାବେ ଯୋଗଦେଇ ସମସ୍ତ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ରେଡ଼କ୍ରସର ପରାମର୍ଶଦାତା ଦୀପାନିତା କର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏଲ.ଟି ଗୋଲୋକ ବିହାରୀ ନାୟକ, ଏଲ.ଟି ବିନ୍ଦୁଲତା ଷଣ୍ଢ, କମଲ କୁମାର ବର୍ମା, ଜାତୀୟ ସେବା ଯୋଜନା ଅଧିକାରୀ ସସ୍ମିତା ନାୟକ, ଆଶ୍ଚର୍ଯ୍ୟ କର, ଜ୍ୟୋତିଭୂଷଣ ନାୟକ, ଲଷ୍ମୀକାନ୍ତ ମହାପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଉତ୍ସାହିତ କରିଥିଲେ। ଆୟୋଜକ ତଥା ଯୁବରେଡ଼କ୍ରସର ପରାମର୍ଶଦାତା ସଭା ପରିଚାଳନା କରିଥିଲେ। ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା
ନୟାଗଡ଼, (ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା PTS ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ... -
ଭଏସ୍ ଅଫ୍ ନୟାଗଡ଼ ସିଜିନ-୫
ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ରବିବାର ଠାରୁ ଆରମ୍ଭ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଏକ ଅନନ୍ଯ ଅନୁଷ୍ଠାନ ନୟାଗଡ଼...