ଭୁବନେଶ୍ବର,(ନୟାଗଡ଼ ଦର୍ପଣ): ଓଡିଶାର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀ ଜଣଙ୍କୁ ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ। ସେ ବର୍ତ୍ତମାନ ଆଇବିର ନିର୍ଦ୍ଦେଶକ ଅଛନ୍ତି। ବିଧବଧ ଭାବେ ତାଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ସେ ନୂଆ ବର୍ଷରେ ନୂଆ ଡିଜିପି ଦ୍ବାୟିତ୍ବ ଗ୍ରହଣ କରିବେ। ଚଳିତ ଡିସେମ୍ବରରେ ଶେଷରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ତରଫରୁ 14 ଜଣିଆ ନାମ ପଠାଯାଇଥିଲା। ଏଥିରେ କେନ୍ଦ୍ର ସରକାର ତିନିଜଣଙ୍କ ନାମ ମନୋନିତ କରି ପଠାଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ସୁନୀଲ ବଂଶଲ ନାମକୁ ନୂଆ ଡିଜିପି ଭାବେ ଘୋଷଣା କରିଛନ୍ତି।
Read MoreCategory: ଓଡ଼ଗାଁ ବ୍ଲକ
ନୟାଗଡ଼ ଏସ୍ପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ଝିଅ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦବୀରେ ଆନ୍ଦୋଳନରତ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ, କଂଗ୍ରେସ ଭବନ ଭିତରେ ପୋଲିସ ଜୋର ଜବରଦସ୍ତ ପଶି କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରିଘଣ୍ଟା ଧରି ଘେରାଓ କରାଯାଇଥିଲା। ଏହି ବିକ୍ଷୋଭ ସଭାରେ ଓଡିଶା ପୋଲିସ ଶାଳୀନତା କର୍ତ୍ତବ୍ୟବୋଧତାର ସବୁ ସୀମା ଲଂଘନ କରି ବିଜେଡ଼ି ସରକାରର ବୋଲକରା ସାଜି ଗୁଣ୍ଡାରାଜ କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଇ ପୋଲିସ କମିଶନରଙ୍କ ନିଲମ୍ବନ ଦାବୀ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଉପରେ ଗୁରୁତ୍ୱ ଆରୋପ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ରବି…
Read Moreଛାତ୍ରଙ୍କ ଉତ୍ତରରେ ଖୁସି ହୋଇ ପ୍ରଦାନ କଲେ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ
ନୟାଗଡ଼,(ନୟାଗଡ଼ ଦର୍ପଣ): 5T ଆଧାରରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡ଼ିକର ସମୀକ୍ଷା କରିବାକୁ ଯାଇ 5T ସଚିବ ଭି. କେ ପାଣ୍ଡିଆନଙ୍କ ଦ୍ୱାରା ଗତକାଲି ଭର୍ଚୁଆଲ ମୋଡ଼ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କୁ ନେଇ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଗୋପାଳପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭ୍ରଶାଶ୍ୱତ ମାଝୀଙ୍କୁ 5T ସଚିବ ପଚାରିଥିଲେ ତୁମେ ଭବିଷ୍ୟତରେ କ’ଣ ହେବ? ଉତ୍ତରରେ ଛାତ୍ର ଜଣଙ୍କ ପାଇଲଟ ହେବି ବୋଲି କହିଥିଲେ। ସଚିବ ପୁଣି ପ୍ରଶ୍ନ କରିଥିଲେ ଦେଶରେ ଜଣେ ଭଲ ପାଇଲଟଙ୍କ ନାମ କୁହ? ଉତ୍ତରରେ ଝଡ଼ର ଇଗଲ ବିଜୁ ପଟ୍ଟନାୟକଙ୍କ ନାମ କହିଥିଲେ। ବାସ ଏତିକିରେ ତା’ପରଦିନ ଅର୍ଥାତ ଆଜି ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ପୁସ୍ତକ “The…
Read Moreକୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ଅଦାଲତ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ୧୧୮୭ ଗୋଟି ଦେୱାନି ଓ ଫୌଜଦାରୀ ମାମଲା ଆଗତ ହୋଇ ତନ୍ମଧ୍ୟରୁ ୧୩୩ ଗୋଟି ମାମଲା ଫଇସଲା ହୋଇଛି । ଏଥି ନିମନ୍ତେ ୩୬ଲକ୍ଷ ୯୬ହଜାର ୯୪୮ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ ଲାଗି ସ୍ଥିରିକୃତ ହୋଇଅଛି । ସେହିପରି ୧୬୪୮ ଗୋଟି ବ୍ୟାଙ୍କ ଋଣ ଅନାଦେୟ ମାମଲାର ଆଗତ ହୋଇ ୧୬୬ ଗୋଟି ମାମଲାର ଫଇସଲା ହୋଇ ୫୨ଲକ୍ଷ ୪୧ହଜାର ୨୮ଟଙ୍କା ବ୍ୟାଙ୍କ ଋଣ ରାଶି ସେଟଲମେଣ୍ଟ (ରାଜିନାମା) ସ୍ୱାକ୍ଷରିତ ହୋଇଛି। ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଜଜ୍ ରୁପଶ୍ରୀ…
Read Moreବୋମା ଆଣିଥିଲା ମାରିବାକୁ ହେଲେ ଫୁଟିଗଲା ନିଜ ହାତରେ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ରଙ୍ଗଣୀପାଟଣା ହରିଜନ ସାହିରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବୋମା ମାରିବାକୁ ଆଣିଥିବା ବ୍ୟକ୍ତି ଅସାବଧାନତା ଯୋଗୁଁ ତଳେପଡି ନିଜ ହାତରେ ବୋମାଟି ଫୁଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଓଡ଼ଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରୁ ତାକୁ ପୁଲିସ ଉଠାଇ ନେଇଛି। ଅନ୍ୟ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ପନ୍ତିଖାରୀ ଶାସନର ଶ୍ବେତପଦ୍ମା ସାହୁ ଓରଫ ଫକୁ(୨୭) ଏବଂ ତାର ଅନ୍ୟ ଜଣେ ସହଯୋଗୀ ମାନସ ସାହୁ ଗତକାଲି ରାତି ୧୧ଟା ସମୟରେ ଦୁହେଁ ରଙ୍ଗଣିପାଟଣାରେ କିଛି କୌଣସି କାଣ୍ତ ଘଟାଇବାକୁ ଆସୁଥିବା ସମୟରେ ଅସାବଧାନତା ହୋଇ ଶ୍ବେତପଦ୍ମା ତଳେପଡି ଯାଇଥିଲେ। ସେ ହାତରେ ଧରିଥିବା ଦୁଇଟି ବୋମାରୁ ଗୋଟିଏ ବୋମା ତଳେ ମାଡ଼ହୋଇ ଫୁଟି ଯାଇଥିଲା। ବୋମା ମାଡ଼ରେ ତାଙ୍କର…
Read Moreଅଭିଭାବକ, ଶିକ୍ଷକ ବୈଠକ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓଡ଼ଗାଁରେ ଆଜି ଛାତ୍ର ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ପରେ କରୋନା ପ୍ରଭାବରେ ବିଦ୍ୟାଳୟ ବନ୍ଦ ଥିଲା। ଗତ ୨୨ତାରିଖ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପ୍ରାରମ୍ଭିକ ଆକଳନ କରାଯାଇଥିଲା। ସେମାନେ କେତେ ଦକ୍ଷତା ହାସଲ କରିଛନ୍ତି ସେ ବିଷୟରେ ସଭିଙ୍କୁ ଅବଗତ କରାଯାଇଥିଲା।ବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନେ ନିୟମିତ ଆସିବା, ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ଉପରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ପଟ୍ଟନାୟକ, ସୌଦାମିନୀ ମହାପାତ୍ର ବିଷଦ ଭାବରେ ଆଲୋଚନା କରିଥିଲେ। ପରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାକେଶ କୁମାର ସାହୁଙ୍କ ସହିତ ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମାସ୍କ ଓ ସାନିଟାଇଜର ବ୍ୟବହାର,…
Read Moreନୟାଗଡ଼ ବିଜେପି ଓ କଂଗ୍ରେସର ଶହ ଶହ କର୍ମୀ ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ବିଜେପି ଓ କଂଗ୍ରେସର ଶହଶହ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି।ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ବିଧାୟକ ଡ.ସାହୁଙ୍କ ବିକାଶ ମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଉକ୍ତ ବିରୋଧି ଦଳର ପ୍ରମୁଖ ନେତାମାନେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ନୟାଗଡ଼ ବ୍ଲକର ୬ ଗୋଟି ପଞ୍ଚାୟତର ଶହ ଶହ କର୍ମି ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ସମାଜସେବୀ ଶ୍ରୀକାନ୍ତ ଖଟେଇ ଏବଂ ତାଙ୍କ ସହଧର୍ମିଣୀ ତଥା ନୟାଗଡ଼ ବିଜ୍ଞାପିତ…
Read More“ଜିତିବ ଓଡିଶା”ରେ ନୟାଗଡ଼ର “ଅନନ୍ୟା”
ନୟାଗଡ଼,(ନୟାଗଡ଼ ଦର୍ପଣ): ସମାଜସେବା କ୍ଷେତ୍ରରେ ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ପରିଚିତ ଲାଭ କରିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଅନନ୍ୟା ଫାଉଣ୍ଡେସନ”ର ସଦସ୍ୟମାନେ ମନୋରଞ୍ଜନ ଧର୍ମୀ ଓଡ଼ିଆ ଚ୍ୟାନେଲର ଲୋକପ୍ରିୟ ଧାରାବାହିକ “ଜିତିବ ଓଡ଼ିଶା”ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ଠାରୁ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ କୋଡିଏ ହଜାର ଟଙ୍କାର ଏକ ମାଈକ୍ରୋଓଭନ୍, ପାଞ୍ଚ ହଜାର ଟଙ୍କାର ଗିଫ୍ଟ ଭାଉଚର୍, ଦଶ ହଜାର ଟଙ୍କାର ଡାକ୍ତରୀ ଚିକିତ୍ସା ପାଇଁ କୁପନ୍ ଏବଂ ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ରାଶନ ସାମଗ୍ରୀ ବିଭିନ୍ନ ଖେଳ ମାଧ୍ୟମରେ ଜିତିଛନ୍ତି। ଏହି ଶୋ ମାଧ୍ୟମରେ ଜିତିଥିବା ସମସ୍ତ ସାମଗ୍ରୀ ଓ ଅର୍ଥ ରାଶି ଅସହାୟ ନିରାଶ୍ରୟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି…
Read Moreନେହେରୁ ଯୁବ କେନ୍ଦ୍ର ନୟାଗଡ ତରଫରୁ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନେହେରୁ ଯୁବ କେନ୍ଦ୍ର ନୟାଗଡ ତରଫରୁ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଜାତୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବ କେନ୍ଦ୍ର ନୟାଗଡ ପକ୍ଷରୁ ନୟାଗଡ ସ୍ଵଂୟଶାସିତ ମହାବିଦ୍ୟାଳୟ ପରିସରରେ ଦେଶ ପ୍ରେମ ଓ ରାଷ୍ଟ୍ରବାଦ୍ ଉପରେ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗୀତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର ପରିଚାଳନା କରିଥିଲେ ଏଥିରେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରୁ ବ୍ଲକ ସ୍ତରରେ କୃତକାର୍ଯ୍ୟ ହୋଇଥିବା ୧୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ରମେଶ ଚନ୍ଦ୍ର ବିଶ୍ବାଳ, ଡ. ଚିତ୍ତରଞ୍ଜନ ଦାସ (ଡିପିଓ ଜାତୀୟ ସେବା ଯୋଜନା ) ଏବଂ କେଶବ ଚନ୍ଦ୍ର ରାଉତରାୟ ବିଚାରପତିର ଦାୟିତ୍ଵ…
Read Moreଜଳ ଯୋଗାଣ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୌର ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜଳସାଥି ତାଲିମ ଶିବିର ଓ ଗୋଷ୍ଠୀ ଅଂଶ ଗ୍ରହଣକାରୀ ଏବଂ ଜଳ ଯୋଗାଣ ପରିଚାଳନା, ଜଳକର ସଂଗ୍ରହ ସଂପର୍କୀତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର, ବାଲୁଗାଁ, ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, ରଣପୁର, ଦଶପଲ୍ଲା ଏବଂ ଓଡ଼ଗାଁ ଏନ.ଏ.ସିର ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଯନ୍ତ୍ରୀ, ଗୋଷ୍ଠି ସଙ୍ଗଠିକା, ସହରୀ ମିଶନ ପରିଚାଳକ ଓ ଜଳସାଥିମାନେ ଯୋଗଦେଇ ସହରରେ ପାନୀୟ ଜଳ ସମସ୍ୟାର ସମାଧାନ ଓ ଆୟ ବୃଦ୍ଧି ଉପରେ ତାଲିମ ନେଇଥିଲେ । ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରୀକା ପଟ୍ଟନାୟକ ଯୋଗଦେଇ ଶିବିରକୁ ଉଦଘାଟନ କରି ପାନୀୟ ଜଳର ଉପଯୋଗୀତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି…
Read More