ଓଡ଼ଗାଁ,(ନୟାଗଡ଼ ଦର୍ପଣ): ୟୁନିସେଫ୍ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ସରକାର ତରଫରୁ ମିଳିତ ଭାବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଏବଂ ହରିଡାବନ୍ଧ ପଞ୍ଚାୟତକୁ “ଶିଶୁମିତ୍ର” ପଞ୍ଚାୟତ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏ ଅବସରରେ ଆଜି ପରିସ୍ଥିତିର ଆକଳନ ପାଇଁ ୟୁନିସେଫର ପରାମର୍ଶଦାତା ଅଶୋକ କୁମାର ମହାପାତ୍ର ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ିଶା ସରକାରଙ୍କ ତରଫରୁ ପୂର୍ବତନ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ରଞ୍ଜୁବାଳା ନନ୍ଦ କୁରାଳ ପଞ୍ଚାୟତ ଗସ୍ତ କରି ପ୍ରାଥମିକ ଭାବେ ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ଗସ୍ତ କରିଥିଲେ।ଅଧିକାରୀମାନେ ସକାଳ ୧୦ଟାରୁ ୧୨:୩୦ଟା ପର୍ଯ୍ୟନ୍ତ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହାର ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ତଥା ସୁବିଧା ଅସୁବିଧା ସମ୍ପର୍କରେ ପଚାରି…
Read MoreCategory: ଓଡ଼ଗାଁ ବ୍ଲକ
ନୟାଗଡ଼ରେ ‘ସକ୍ଷମ ହିଁ ଶକ୍ତି’ ରାଜ୍ୟରେ ପ୍ରଥମ ପ୍ରକଳ୍ପ
ନୟାଗଡ଼,(ନୟାଗଡ ଦର୍ପଣ): ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଏବଂ ଦକ୍ଷତା ବିକାଶ ସହ କିଭଳି ରୋଜଗାର କ୍ଷମ ହେବେ ସେ ନେଇ ଆଜି ଏକ ନୂଆ ପ୍ରକଳ୍ପ ‘ସକ୍ଷମ ହିଁ ଶକ୍ତି’ର ଶୁଭାରମ୍ଭ କରାଯାଇଛି । ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁବନ୍ଧ ଆଇଟିଆଇ କ୍ୟାମ୍ପସ୍ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସକ୍ଷମ ହିଁ ଶକ୍ତି’ ପ୍ରକଳ୍ପକୁ ଉଦଘାଟନ୍ କରିଛନ୍ତି । ରାଜ୍ୟରେ ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲାରେ ପ୍ରଥମେ କରାଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା ମାନଙ୍କୁ ଅତ୍ୟାଧୁନିକ କପଡା ସିଲାଇ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ । ଏକାଥରକେ ୪୫ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆବାସିକ ତାଲିମ…
Read Moreଜଳ ସଂରକ୍ଷଣ ଉପରେ ସଚେତନତା ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ); ଅନନ୍ୟା ଫାଉଣ୍ଡେସନ୍ ଓ ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ତରଫରୁ ଆଜି ବୋଲଗଡ଼ ସ୍ଥିତ ସଚିଦେବା ବିଜ୍ଞାନ କୋଚିଂ ସେଣ୍ଟରରେ ଜଳ ସଂରକ୍ଷଣ ଉପରେ ଏକ ସଚେତନତା ସଭା ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଅନନ୍ୟା ଫାଉଣ୍ଡେସନ ତରଫରୁ ଆଶୁତୋଷ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନସ କୁମାର ମହାପାତ୍ର, ଗାନ୍ଧି କୁମାର ସାହୁ ଓ ବିକାଶ ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ। ଜଳ ସଂରକ୍ଷଣ ଉପରେ ଅତିଥିମାନେ ସମ୍ୟକ ସୂଚନା ଦେବା ପରେ ପ୍ରତିଯୋଗୀମାନେ ଜଳ ସଂରକ୍ଷଣ ଉପରେ ନିଜର ଅଭିଭାଷଣ ରଖି ପୁରସ୍କାର ଗ୍ରହଣ କରିଥିଲେ। ପ୍ରଜ୍ଞା ପରମିତା ଦାସ, ସାହାନା ଅକ୍ତର୍, ନୀଳମାଧଵ ପରିଡ଼ା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ଅନନ୍ୟା ଫାଉଣ୍ଡେସନ…
Read Moreନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନର ୧୫ତମ କଲରବେଲ୍ଟ ପ୍ରମୋସନ ଟେଷ୍ଟ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ଓ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀ ତରଫରୁ ୧୫ତମ ଟାଇକୋଣ୍ଡ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ନିୟୁରାଜବାଟିରେ ଥିବା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରମୋସନ ଟେଷ୍ଟରେ ନୟାଗଡ ଜିଲ୍ଲାରୁ ୫୧ଜଣ ଛାତ୍ରଛାତ୍ରୀ ବିଭିନ୍ନ ବେଲ୍ଟ ଯଥା ଏଲୋ ବେଲ୍ଟ, ଗ୍ରୀନ ବେଲ୍ଟ, ବ୍ଲୁ ବେଲ୍ଟ, ଓ ରେଡ ବେଲ୍ଟ ପରୀକ୍ଷା କରାଯାଇଥିଲା । ଏହି ବେଲ୍ଟ ପରୀକ୍ଷାରେ ପରିକ୍ଷାର୍ଥୀମାନେ ହାତ ଗୋଡ ସାହାଯ୍ୟରେ ପଟା ଓ ଇଟା ଭାଙ୍ଗିବା କଳା ପ୍ରଦର୍ଶନ କରିଥିଲେ । ବାଳିକା ମାନେ ଆତ୍ମରକ୍ଷା କଳା ପ୍ରଦର୍ଶନ କରିଥିଲେ ।ଏହି ପ୍ରମୋସନ ଟେଷ୍ଟରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସ୍ବାସ୍ଥ୍ୟ ସମ୍ପର୍କରେ…
Read Moreନୟାଗଡ଼ ଗସ୍ତରେ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ ମେର୍କାପ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ନୟାଗଡ଼ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏଥିସହିତ ଆୟୋଗର ସଦସ୍ୟ ଦିଗବିଜୟ ନାଥ ପାଢ଼ୀ, ସଦଶ୍ୟ ସମରେନ୍ଦ୍ର ଷଡ଼ଙ୍ଗୀ, ପ୍ରଶାସନିକ ଅଧିକାରୀ ଓ ପରାମର୍ଶଦାତା ତମାଲ ରେଜା ପ୍ରମୁଖ ଯୋଗଦେଇଥିଲେ । ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାର ମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଅଧ୍ୟକ୍ଷ ସରକାରୀ ସୁଲଭ ମୁଲ୍ୟ ଦୋକାନ, ଶରଣକୁଳ ଗ୍ରା.ପ. ରେ ରେସନ କାର୍ଡଧାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କର ଭଲ ମନ୍ଦ ବୁଝିଥିଲେ । ଏଥି ସହିତ ମିଶନ ଶକ୍ତି ଏସଏଚଜିର ଜୀବିକା ଓ ଦୃଷ୍ଟି ସମ୍ବଳୀୟ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ ।…
Read Moreଓଡ଼ଗାଁ ଗ୍ରସ୍ତରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଚିବ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଚିବ ଓଡ଼ଗାଁ ଗ୍ରସ୍ତରେ ଆସି ବିଭିନ୍ନ ଛତୁ ଫାର୍ମ, ଗାଈ ଫାର୍ମ, ସ୍ବୟଂ ସହାୟକ ଗୋଷ୍ଠୀ, ମିସନ ଶକ୍ତି ଗୃହ ଆଦି ବୁଲି ଦେଖିଛନ୍ତି। ସୂଚନାଥାଉକି, ଓଡ଼ିଶା ରାଜ୍ୟ ଆୟୋଗ ସଚିବ ପ୍ରମୋଦ କୁମାର ମେକାର୍ପ, ଖାଦ୍ୟ ଆୟୋଗ କମିଟର ସଦସ୍ୟ ଦିଗବିଜୟ ନାଥ ପାଢୀ, ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ଷଡ଼ଙ୍ଗୀ, ପରାମର୍ଶଦାତା ତମାଲ ରେଜା ଓ ନୟାଗଡ଼ର ଜିଲ୍ଲା ପ୍ରଶାସନିକ ଅଧିକାରୀ ଓଡ଼ଗାଁ ବ୍ଲକ୍ ଶରଣକୁଳର କିଛି ହିତାଧିକାରୀଙ୍କ ସହିତ ଆଲେଚନା କରିବା ପରେ ହରିହରପୁର ଠାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଥିବା ଛତୁଫାର୍ମ ଓ ଗାଈ ଫାର୍ମ ବୁଲି ଦେଖିଥିଲେ। ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସାହାଯ୍ୟ ସହଯୋଗ ଠିକ୍ ଭାବେ ମିଳୁଛି କି ନାହିଁ ସେ ବିଷୟରେ…
Read Moreନୟାଗଡ ଜିଲ୍ଲା କଂଗ୍ରେସର ୨ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ଦ୍ଵିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି ନୟାଗଡ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସାଂସଦ ଡ଼ଃ. ଏ ଚେଲ୍ଲାକୁମାର, ଏଆଇସିସି ସମ୍ପାଦକ ଜି. ରୁଦ୍ରରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପିସିସି ଓବିସି ସେଲ ସଭାପତି ଜ୍ଞାନରଞ୍ଜନ ବେଉରା, ନୟାଗଡ ଜିଲ୍ଲା ପ୍ରଭାରୀ ପୂର୍ବତନ ବିଧାୟକ ରବି ମଲ୍ଲିକ, ସହ ପ୍ରଭାରୀ ଚନ୍ଦ୍ରଶେଖର ପରିଡା, ପିସିସି ସମ୍ପାଦକ ହୁସେନ ଖାଁଙ୍କ ସମେତ ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ ବ୍ଲକ କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ସଭାପତି, କର୍ମକର୍ତା ଗଣ ଏବଂ ଦଳୀୟ ଛାମୁଆ ସଂଗଠକ, କିଷାନ କଂଗ୍ରେସ, ସଂଖ୍ୟାଲଘୁ କଂଗ୍ରେସ, INTUC,…
Read More+୩ରେ ଯୋଡ଼ିହେଲା ନୈତିକ ଶିକ୍ଷା ପାଠ୍ୟକ୍ରମ, ବହିକୁ ଉନ୍ମୋଚନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ
ନୟାଗଡ଼(ନୟାଗଡ଼ ଦର୍ପଣ): ସ୍ନାତକରେ ଯୋଡ଼ିହେଲା ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ ଯୁକ୍ତ ତିନିରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ ହୋଇଛି । ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୈତିକତା ଓ ମୂଲ୍ୟବୋଧ’ ବହି ପ୍ରସ୍ତୁତ ହେଉଛି । ପରିଷଦ କାର୍ଯ୍ୟାଳୟରେ ବହିକୁ ଉନ୍ମୋଚନ କରିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ । ବହିର ଭିଡିଓ ଲେକ୍ଟର ସହ ପରିଷଦ ୱେବସାଇଟରେ ଡିଜିଟାଲ ଭର୍ସନ ଉପଲବ୍ଧ ରହିଛି । ଏହି ବିଷୟରେ ୬ଟି ୟୁନିଟ୍ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି । ନୈତିକ ଶିକ୍ଷା ନେଇ ୬ଟି ସେମିଷ୍ଟାରରେ ୨୫ ମାର୍କର ପରୀକ୍ଷା ହେବ ବୋଲି ସେ କହିଛନ୍ତି।
Read Moreଓଡ଼ଗାଁ ବ୍ଲକର ନୂତନ କଂଗ୍ରେସ କମିଟି ଗଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ କଂଗ୍ରେସର ନୁତନ କମିଟି ଗଠନ କରାଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଣଜିତ ଦାସଙ୍କ ଅନୁମୋଦନ କ୍ରମେ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ଘୋଷଣା କରିଛନ୍ତି। ଉକ୍ତ କମିଟିରେ ୨୫ ଜଣ ସଦସ୍ୟ ଅଛନ୍ତି। ଉପସଭାପତି ଭାବେ ବିଭୁତି ଭୁଷଣ ରାଉତ, ବିମଳ କୁମାର ଦାସ, ନବ କିଶୋର ସାହୁ। ସାଧାରଣ ସମ୍ପାଦକ ଭାବେ ରାଧାକାନ୍ତ ମହାପାତ୍ର, ନିଶାନ୍ତ କୁମାର ଦାଶ, ପ୍ରକାଶ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପାଣୁ ଚରଣ ମହାରଣା। ସମ୍ପାଦକ ଭାବେ ପ୍ରଦୀପ କୁମାର ମହାରଣା, ସୀତାରାମ ଦଳବେହେରା, ଗୋପାଳ କୃଷ୍ଣ ସାହୁ, ସୁଧିର କୁମାର ଦାସ, ମହେଶ୍ଵର ମାର୍ଥା, ଚନ୍ଦନ ବରାଡ, ପ୍ରକାଶ କୁମାର ମହାପାତ୍ର, ସୁବାଷ ଚନ୍ଦ୍ର ନାୟକ।…
Read Moreରଘୁନାଥ ସମବାୟ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ସହାୟତାରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ୟାଙ୍କ ତରଫରୁ ଶାଖା ପରିଚାଳକ ସନ୍ତୋଷ କୁମାର ସେଠୀ, ଉପଶାଖା ପରିଚାଳକ ସନ୍ଦିପ ପଣ୍ଡା ଓ ଶୁଭଜିତ ପୃଷ୍ଟି ଅଂଶଗ୍ରହଣ କରି ୟୋନୋ ବ୍ୟାଙ୍କ ସମ୍ପର୍କରେ ବୁଝାଇଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମହମ୍ମଦ୍ ଓମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଏହା ପରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରରେ ଏକ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶୁକାନ୍ତ କୁମାର ସାହୁ, ନିରୋଜ ପ୍ରଧାନ, ପ୍ରଶାନ୍ତ ପଣ୍ଡା, ଶୁଭଶ୍ରୀ ଶୁଭସ୍ମିତା ନନ୍ଦ, ମନୋଜ କୁମାର ବିଶ୍ବାଳ, ସୁରୋଜ କୁମାର ରାଉତ,…
Read More