ନୟାଗଡ଼, (୨୨/୦୯): ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜଙ୍କର କେନ୍ଦୁଝର ବଦଳି ହୋଇଯିବାରୁ ଉକ୍ତ ପଦବୀଟି ଖାଲି ପଡ଼ିଥିଲା । ଆଜି ପୂର୍ବାହ୍ନରେ ନୟାଗଡରେ ନୂତନ ବନଖଣ୍ଡ ଅଧିକାରିଣୀ ଭାବେ ପୂର୍ଣ୍ଣିମା ପାଣ୍ଡିଆନ ଯୋଗ ଦେଇଛନ୍ତି । ପୂର୍ବତନ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ ନୂତନ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପୂର୍ଣ୍ଣିମା ପାଣ୍ଡିଆନ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ସହ ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି । ଆଜି ନୟାଗଡରେ ନୂତନ ଭାବେ ଯୋଗ ଦେଇଥିବା ବନଖଣ୍ଡ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନ ମଜୁରିଆପଲ୍ଲୀ ବ୍ରିଜ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସେଠାରେ ବୃକ୍ଷରୋପଣ କରିଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ଡି.ଏଫ.ଓ ଧନରାଜ ଏଚ.ଡି, ଏ.ସି.ଏଫ ସ୍ବେତାଲିନ ସାହୁଙ୍କ ସହ ବହୁ ବନ ବିଭାଗ…
Read MoreCategory: ଗଣିଆ ବ୍ଲକ
ଜିଲ୍ଲା ପୁଲିସ ବିଭାଗରେ ଅଦଳବଦଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ଆଜି ଏକ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ଇଟାମାଟି ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଥିବା ବେଳେ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତାଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିଭଳି ଭାବେ ଖଣ୍ଡପଡ଼ା ଥାନା ଏସ୍ଆଇ ଶ୍ରଦ୍ଧା ନାୟକଙ୍କୁ ଫତେଗଡ଼ ଥାନାକୁ, ଫତେଗଡ଼ ଥାନା ଏସ୍ଆଇ ରାଇବାରି ତିରିଆଙ୍କୁ ଇଟାମାଟି ଥାନାକୁ, ଇଟାମାଟି ଥାନା ଏଏସ୍ଆଇ ଦିଲ୍ଲୀପ କୁମାର ସେଠୀଙ୍କୁ ମଧ୍ୟଖଣ୍ଡ ଫାଣ୍ଡି, ଦଶପଲ୍ଲା ଥାନା ଏଏସ୍ଆଇ ସାଇନୁଲ୍ ଖାନ୍ଙ୍କୁ ଜଗନ୍ନାଥପ୍ରସାଦ ଫାଣ୍ଡିକୁ, ଦଶପଲ୍ଲା ଥାନା ଏଏସ୍ଆଇ ଜି.ଡି ମିଶ୍ରଙ୍କୁ ଇଟାମାଟି ଥାନାକୁ, ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଅପର୍ତୀ ସାହୁଙ୍କୁ ଖଣ୍ଡପଡ଼ା ଥାନାକୁ, ଓଡ଼ଗାଁ ଥାନା ଏଏସ୍ଆଇ ଯୁଗଳ କିଶୋର ନାୟକଙ୍କୁ ଖଣ୍ଡପଡ଼ା ଥାନାକୁ,…
Read Moreନୟାଗଡ଼ରେ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ
ନୟାଗଡ଼,(୨୫/୦୮): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ଼ ସୃଜନ ସଭାଗୃହରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତାରେ ଏକ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାର ୬୭୨ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର କାଗଜପତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଶନଶକ୍ତି ଋଣ ପାଇଁ ପ୍ରେରଣ କରାଯାଇଥିଲା। ତନ୍ମଧ୍ୟରୁ ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ଲୋନ ବ୍ୟାଙ୍କ ତରଫରୁ ଅନୁମୋଦନ କରାଯାଇଥିଲା। ଯାହାକି ମୋଟ ୧୨.୮୮ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଏହି ରାଶି ଏହି ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ତରଫରୁ ଲୋନ ଯୋଗାଇ ଦିଆଯିବ । ଯାହା ଫଳରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତିର ଏସ୍ଏଚ୍ଜି ମାନଙ୍କ ଜୀବିକାରେ ଉନ୍ନର୍ତି ଆସିବ…
Read Moreସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ
ନୟାଗଡ଼,(୨୫/୦୮):- ନୟାଗଡ଼ ଲେଖନପୁରଠାରେ ଗଢ଼ି ଉଠିଥିବା ସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ ତଥା ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣର ସଭାପତି ତଥା ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଦାନ ଉତ୍ସବରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଓଡ଼ିଶା ମୁଖ୍ଯ ଶ୍ରୀମତୀ ବିଦ୍ଯା କ୍ରିଷ୍ଣନ୍ ମୁଖ୍ଯଅତିଥିଭାବେ ଯୋଗ ଦେଇଥିଲା ବେଳେ ଜେନେରାଲ ମ୍ଯାନେଜର ଅଭୟ କିଶୋର ପାଣ୍ଡେ, ଡିଜିଏମ୍ ଆନନ୍ଦ ବିକ୍ରମ, ସୁନୀଲ କୁମାର ଖେରନାର, ରିଜିଓନାଲ ମ୍ଯାନେଜର ଭୂପଦେବ ପ୍ରଧାନ ଓ ନୟାଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଜରିଆରେ ସମର୍ପଣକୁ ଆଜି ଏକ ଫ୍ରିଜ୍ ଦାନ କରିବା ସହିତ ଅନ୍ତେବାସୀମାନଙ୍କୁ ଅତିଥିମାନେ ବସ୍ତ୍ରଦାନ କରିଥିଲେ। ସମର୍ପଣ ପରିସର ପରିଦର୍ଶନ…
Read Moreଉଦଘାଟନ ପୂର୍ବରୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେଲେ ଦଶପଲ୍ଲା ବିଧାୟକ
ଗଣିଆ(୨୪/୦୮):- ଗଣିଆ ବ୍ଲକ ବଡମୂଳ ଠାରୁ ଶିଖରଗୋଛା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଶୁଭ ଉଦଘାଟନ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହାକୁ ନେଇ ଆଜି ରାସ୍ତା ଅବରୋଧ କରି ବସିଥିଲେ ଶତାଧିକ ଜନସାଧାରଣ। ଉକ୍ତ ରାସ୍ତାକୁ ଉଦଘାଟନ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣାଙ୍କ ସମେତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଯାଉଥିବା ସମୟରେ ବଡମୂଳ ବନବିଭାଗର ଫାଟକ ନିକଟରେ ରାସ୍ତା ଅବରୋଧ କରି ବସିଥିବା ଜନସାଧାରଣ ସେମାନଙ୍କୁ ଛାଡ଼ିନଥିଲେ। ରାସ୍ତା କାମ ଅଧାପନ୍ତରିଆ ହୋଇଥିବାବେଳେ କିପରି ଉଦଘାଟନ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ବଡମୂଳ ଠାରୁ ଶିଖରଗୋଚ୍ଛା ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଅସମ୍ପୂର୍ଣ୍ଣ ହୋଇଥିବାରୁ ଯଥାଶୀଘ୍ର ସମ୍ପୂର୍ଣ…
Read Moreକଂଗ୍ରେସ ସେବା ଦଳ ଷ୍ଟିଅରିଂ କମିଟି ସଭ୍ୟ ହେଲେ ନୟାଗଡ଼ର ମନୋଜ କୁମାର ସାହୁ
ନୟାଗଡ଼,(୨୩/0୮): ନୟାଗଡ଼ ଅଖିଳ ଭାରତ କଂଗ୍ରେସ ସେବାଦଳ ଷ୍ଟିଅରିଂ କମିଟିର ସଦସ୍ୟ ହେଲେ ନୟାଗଡ଼ ବ୍ଲକ ଇଟାମାଟିର ପୂର୍ବତନ ସରପଞ୍ଚ ତଥା ନୟାଗଡ ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ହୋଇଥିବା ବିଧାୟକ ପ୍ରାର୍ଥୀ ମନୋଜ କୁମାର ସାହୁ। ସେବା ଦଳ ମୁଖ୍ୟ ସଙ୍ଗଠକ ଲାଲାଜୀ ଦେଶାଇ ଶ୍ରୀ ସାହୁଙ୍କୁ କମିଟିର ସଦସ୍ୟ ଭାବେ ଅନୁମୋଦନ କରିଛନ୍ତି। ସଦସ୍ୟ ହେବାପରେ ସେ ପ୍ରଦେଶ କଂଗ୍ରେସ ସେବା ଦଳ ମୁଖ୍ୟ ସଙ୍ଗଠକ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ ସେବା ଦଳ କିପରି ସାରା ରାଜ୍ୟରେ କ୍ରିୟାଶୀଳ ହେବ ସେ ଦିଗରେ ଅହରହ ଉଦ୍ୟମ ଜାରି ରଖିବି ବୋଲି ଶ୍ରୀଯୁକ୍ତ ମନୋଜ କୁମାର ସାହୁ…
Read Moreଉତ୍କଳ ସାମ୍ବାଦିକ ସଙ୍ଘର ନବନିଯୁକ୍ତ ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା
ନୟାଗଡ଼,(୨୦/୦୮):- ଓଡ଼ିଶାର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ନବନିଯୁକ୍ତ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରମୋଦ ପଟ୍ଟନାୟକଙ୍କୁ ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ଆଜି ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ବେଣୁଧର ପଣ୍ଡା, ଉପସଭାପତି ବିନାୟକ ମିଶ୍ର, ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ୱାଦିକ ସଙ୍ଘ ସଭାପତି ଅନୱାର ଅଲ୍ଲୀ, ସମାଜସେବୀ କିଷାନ ଦାସ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ, କିଶୋର ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଂଘର ସମ୍ବିଧାନ ଏବଂ ଲକ୍ଷ ବିଷୟରେ ଶ୍ରୀଯୁକ୍ତ ପଣ୍ଡା ଆଲୋଚନା କରିଥିବା ବେଳେ ଜୀବନର ଶେଷ ବିନ୍ଦୁ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ଲଢ଼େଇ କରିବାକୁ ନବନିଯୁକ୍ତ ରାଜ୍ୟ…
Read Moreଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ(ଦିଶା)
ନୟାଗଡ଼,(୧୯.୦୮):- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସମ୍ମଳନୀ କକ୍ଷରେ ମାନ୍ୟବର ସାଂସଦ କଟକ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ମହତାବ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଂଚଳ) ଉପରେ ଆଲୋଚନା କରାଯାଇଥିଲା । ଏହି ଯୋଜନା ଅନର୍ଗତ ନୟାଗଡ଼ ଜିଲ୍ଲା ୨୦୨୦-୨୧ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ମାନ୍ୟବର ସାଂସଦ ଖୁସି ପ୍ରକଟ କରିଥିଲେ । ଏହା ସଙ୍ଗେ ସଙ୍ଗେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ କିପରି ଉପକୃତ ହୋଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ।…
Read Moreକିଶୋରପ୍ରସାଦରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର
ଗଣିଆ(୧୪,୦୮):- କୋରୋନା ମହାମାରୀ ସମୟରେ ସାରା ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ରକ୍ତ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ଜୀବନ ବିନ୍ଦୁ ତଥା ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରମାନ ଚାଲୁ ରହିଛି । ଏହି ପରିପ୍ରେକ୍ଷିରେ ଆଜି ଗଣିଆ ବିଜୁଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ କିଶୋରପ୍ରସାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀଯୁକ୍ତ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଶଦାଶିଵ ମିଶ୍ର, ଗଣିଆ ସରପଞ୍ଚ…
Read Moreଗଣିଆ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
ଗଣିଆ,(୧୩/୦୮):- ଗଣିଆ ପଞ୍ଚାୟତ ସମିତି ସଭାଗୃହରେ କୋଭିଡ ନିୟମ ଅନୁଯାୟୀ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଉପାଧ୍ୟକ୍ଷା ଶାନ୍ତିଲତା ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଥମେ ସାମାଜିକ ସୁରକ୍ଷା କର୍ମୀ ପ୍ରଣବ ନାୟକଙ୍କୁ ପୂର୍ବ ବୈଠକର ଆଲୋଚନାକୁ ପାଠ କରିବା ପାଇଁ ବିଡ଼ିଓ କହିଥିଲେ । ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କୁ ବ୍ଲକ୍ରେ କାର୍ଯ୍ୟକାରୀ ହେବାକୁଥିବା ଯୋଜନାରେ ଜନପ୍ରତିନିଧିମାନଙ୍କ ସହଯୋଗ ଓ ଭାଗିଦାରିତା ରହିଲେ ବ୍ଲକର ସମସ୍ତ…
Read More